ଓଡିଶା

କାଞ୍ଜିପାଣିରେ ହେବ ରାଜ୍ୟର ପ୍ରଥମ ‘ଗ୍ରିନ୍‌ କ୍ୟାମ୍ପ’ – bajravana

[ad_1]

କେନ୍ଦୁଝର: କେନ୍ଦୁଝର ଜିଲ୍ଲା କାଞ୍ଜିପାଣିରେ ହେବ ରାଜ୍ୟର ପ୍ରଥମ ‘ଗ୍ରିନ୍‌ କ୍ୟାମ୍ପ’। ଏଠାରେ ନିର୍ମାଣ ହେବାକୁ ଥିବା କଟେଜ୍‌ରେ କଂକ୍ରିଟ ପରିବର୍ତ୍ତେ ପ୍ରିଫାବ୍ରିକେଟେଡ୍‌ ସ‌ାମଗ୍ରୀ ବ୍ୟବହାର ହେବ। ଅତ୍ୟାଧୁନିକ ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଆଦିବାସୀ ନୃତ୍ୟଗୀତ ଓ ପାରମ୍ପରିକ ଖାଦ୍ୟ ପରଷାଯିବ। କେନ୍ଦୁଝର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ କାଞ୍ଜିପାଣି ଅନ୍ୟତମ। ଏହାର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନୋରମ। କିନ୍ତୁ ଏଠାରେ ପର୍ଯ୍ୟଟକଙ୍କ ରହଣି ଓ ଭୋଜିଭାତ ପାଇଁ ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକମାନେ ପ୍ରାୟତଃ ଏଠାକୁ ଆସନ୍ତି ନାହିଁ। ଜୀବନଜୀବିକା ସହ ପର୍ଯ୍ୟଟକଙ୍କୁ ଏହି ସ୍ଥାନ ପ୍ରତି ଆକୃଷ୍ଟ କରିବା ପାଇଁ ବନ ବିଭାଗ ଅଣ୍ଟା ଭିଡ଼ିଛି। କାଞ୍ଜିପାଣି ଘାଟିର ଝିରକାଞ୍ଜିପାଣିଠାରେ ଏକ ଗ୍ରିନ୍‌ କ୍ୟାମ୍ପ ତିଆରି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଠାରେ ୮ଟି କଟେଜ ରହିବ। ଏଠାରେ ବଡ଼ କନ୍‌ଫରେନ୍ସ କୋଠରି ସହ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥା ରହିବ। କଟେଜ୍‌ ତିଆରି ସରିଲେ ସ୍ଥାନୀୟ ବନ ସୁରକ୍ଷା ସମିତିର ୧୫ଜଣ ସଦସ୍ୟଙ୍କୁ ଏହାର ପରିଚାଳନା ଦାୟିତ୍ବ‌ରେ ରଖାଯିବ।

ଏହାଦ୍ବ‌ାରା ସେମାନେ ସ୍ବାବଲମ୍ବୀ ହେବେ। କ୍ୟାମ୍ପରେ ଯେଉଁ ସବୁ ଖାଦ୍ୟ ସାମଗ୍ରୀ ବ୍ୟବହାର ହେବ ତାହା ସ୍ଥ‌ାନୀୟ ଗାଁରୁ ସଂଗ୍ରହ ହେବ। ମାଣ୍ଡିଆ, ଚାଉଳ, ଅଣ୍ଡା, ସବୁଜ ପରିବାଠୁ ଆରମ୍ଭ କରି କ୍ଷୀର ଓ ମାଂସ ପର୍ଯ୍ୟନ୍ତ ସବୁ ନିକଟସ୍ଥ ଗାଁରୁ ସଂଗ୍ରହ କରାଯାଇ ପର୍ଯ୍ୟଟକଙ୍କୁ ଦିଆଯିବ। ଏହାଦ୍ବାରା ସ୍ଥାନୀୟ ଲୋକେ ମଧ୍ୟ ରୋଜଗାରକ୍ଷମ ହୋଇପାରିବେ। ସେହିପରି ପ୍ରତିଦିନ ଏଠାରେ ସ୍ଥାନୀୟ ଆଦିବାସୀଙ୍କ ଦ୍ବାରା ନୃତ୍ୟଗୀତ ପରିବେଷଣ କରାଯିବ। ଆଦିବାସୀଙ୍କ ବିଭିନ୍ନ ସାମଗ୍ରୀ ପ୍ରଦର୍ଶିତ ହେବ। ଏହି କଟେଜ୍‌ ପାଇଁ ଡିଏମ୍‌ଏଫ୍‌ରୁ ୫ କୋଟି ଟଙ୍କା ଅନୁଦାନ ମିଳିବା ପରେ ଟେଣ୍ଡର ସରିଛି। ୧୫ ଦିନ ମଧ୍ୟ‌ରେ କଟେଜ୍‌ ନିର୍ମାଣ କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହି ଗ୍ରିନ୍‌ କ୍ୟାମ୍ପ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ହେବ ବୋଲି ଡିଏଫ୍‌ଓ ଏଚ୍‌ଡି ଧନରାଜ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button