ସ୍ୱାସ୍ଥ୍ୟ

କମଳାଠୁ ୪ ଗୁଣ ଲାଭଦାୟକ ହେଉଛି ତା’ ଚୋପା, ଜାଣନ୍ତୁ କେମିତି … – bajravana

[ad_1]

କମଳା ଯେତିକି ଗୁଣକାରୀ ଓ ଉପକାରୀ, ତା’ ଠୁ ଅଧିକ ଉପକାରୀ ହେଉଛି ତା’ ଚୋପା । ତେଣୁ କେବେ କି କମଳା ଖାଇବା ବେଳେ ତା’ ଚୋପାକୁ ଫୋପାଡ଼ନ୍ତୁ ନାହିଁ। କାହିଁକି ନା କମଳା ଚୋପାର ଗୁଣ ଥରେ ଜାଣିଲେ ଆପଣଙ୍କୁ ସବୁବେଳେ ସାଇତି ରଖିବାକୁ ଇଚ୍ଛା ହେବ । କମଳାଠୁ ୪ ଗୁଣ ଅଧିକ ଲାଭପ୍ରଦ ହେଉଛି ତାହାର ଚୋପା।

କମଳା ଚୋପାରେ ରହିଛି ପ୍ଳେବୋନାଇଟସ୍‌ ପରି ପାଲିମେଥାକ୍ସି ପ୍ଳେବୋନ୍ସ ଓ ହେସ୍ପୋରିଡିନ । ଏଥିସହ ସେଥିରେ ବହୁ ଫାଇଟୋକେମିକାଲ୍ସ ଥିବା ବେଳେ ତାହା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ ହୋଇଥାଏ।
ପ୍ଳେବୋନାଇଟସ୍‌ ଏପରି ଏକ ଆଣ୍ଟି ଅକ୍ସଡେଣ୍ଟ ଯାହା କ୍ୟାନସର ଓ ହୃଦରୋଗ ପରି କ୍ରୋନିକ ବେମାରକୁ ରୋକିବାରେ ସାହାଯ୍ୟ କରିଥାଏ। ୮.୫ କମଳା ଚୋପାରେ ୧୩୬ ଗ୍ରାମ ଭିଟାମିନ-C ମିଳିଥାଏ । ଏହା ଶରୀରର ରୋଗ ପ୍ରତିରୋଧ ଶକ୍ତିକୁ ବୃଦ୍ଧି କରିଥାଏ। ଏଥିସହ ଏହା ବହୁ ରୋଗୁ ରକ୍ଷା କରିଥାଏ।
କମଳା ଚୋପାରେ ବହୁ ମାତ୍ରାରେ କପର, କ୍ୟାଲଶିୟମ, ମ୍ୟାଗନିସିୟମ, ଭିଟାମିନ ଏ ଓ ଫାଇବର ଥାଏ । ତାହା ଶରୀର ପାଇଁ ଖୁବ୍‌ ଲାଭଦାୟକ ।
କମଳା ଚୋପାରେ ଥିବା ହେସ୍ପୋରିଡିନ ଫ୍ଳେବୋନାଇଟ ରକ୍ତଚାପ ଓ କୋଲେଷ୍ଟରଲକୁ ନିୟନ୍ତ୍ରଣ କରିଥାଏ।
ଏହା ଆପଣଙ୍କ ମେଟାବୋଲିଜିମକୁ ବୃଦ୍ଧି କରିଥାଏ। ଓଜନ ହ୍ରାସ କରିବା ନିମନ୍ତେ ବହୁ ଡାକ୍ତର ନିୟମିତ ରୂପେ ଡାଏଟରେ କମଳା ଚୋପା ସାମିଲ କରିବାକୁ ପରାମର୍ଶ ଦେଇଥାନ୍ତି।
ଏହାକୁ ସେବନ କଲେ ଗ୍ୟାଷ୍ଟିକ ସମସ୍ୟା ନିୟନ୍ତ୍ରଣରେ ରହିଥାଏ। ଖାଦ୍ୟ ଠିକ୍‌ ଭାବେ ପାଚନ ହୋଇଥାଏ। ଏଥିସହ ଛାତି ଜଳାପୋଡ଼ା,ଏସିଡିଟି ଆଦି ସମସ୍ୟା ଦୂର ହୋଇଥାଏ।
ଏହା ତ୍ୱଚାର ବିଭିନ୍ ସମସ୍ୟା ପାଇଁ ବି ରାମବାଣ। କମଳା ଚୋପାରେ ପ୍ରସ୍ତୁତ ମିଶ୍ରଣ ଲଗାଇଲେ ମୁହଁରେ ହୋଇଥିବା ବ୍ଲାକହେଡ୍ସ, ମୃତ କୋଷିକା, ଡାର୍କ ସର୍କଲ, ଡ୍ରାଏ ସ୍କିନ୍‌ ସମସ୍ୟା ଦୂର ହୋଇଥାଏ। କମଳା ଚୋପାକୁ ଖରାରେ ଶୁଖାଇ ଏହାର ପାଉଡର ପ୍ରସ୍ତୁତ କରି ବହୁ ଦିନ ପର୍ଯ୍ୟନ୍ତ ବି ବ୍ୟବହାର କରି ପାରିବେ।

କମଳା କିଣିବା ବେଳେ ଏଥିପ୍ରତି ଧ୍ୟାନ ଦିଅନ୍ତୁ…

ଆପଣ କମଳା ସହ ତା’ ଚୋପାକୁ ବି ଗ୍ରହଣ କରିବାକୁ ସ୍ଥିର କରିଥିଲେ ପ୍ରଥମେ ବଜାରରୁ ଫ୍ରେଶ୍‌ କମଳା ଘରକୁ ଆଣନ୍ତୁ। ଏହାର ଚୋପାରେ ପେଷ୍ଟିସାଇଡ ଥିବାର ଆଶଙ୍କା ଥିବାରୁ ତାହାକୁ ଗରମ ପାଣିରେ ଧୋଇ ଦିଅନ୍ତୁ। ଏହାପରେ କମଳା ଚୋପାକୁ ଆପଣ ନିଜ ଖାଇବାରେ ସାମିଲ କରି ପାରିବେ।

କିପରି ଖାଇବେ କମଳା ଚୋପା : ସିଧାସଳଖ କାଟି ଛୋଟ ଛୋଟ ଖଣ୍ଡ କରି ଆପଣ ନିଜ ଖାଇବାରେ ସାମିଲ କରି ପାରିବେ। ଏହାର କଡ଼ା ସ୍ୱାଦ ଭଲ ନ ଲାଗିଲେ ତାହା ଉପରେ ଲୁଣ, ଚାଟ୍‌ ମସାଲା ଆଦି ପକାଇ ଗ୍ରହଣ କରି ପାରିବେ। ନଚେତ ଏହାକୁ ସିଝାଇ ଏହାର ରସକୁ ଆପଣ ନିଜ ଖାଦ୍ୟରେ ଗ୍ରହଣ କରି ପାରିବେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button