ଓଡିଶା

ରାଜ୍ୟ ପୁଲିସ ପ୍ରତିଷ୍ଠା ଦିବସ: ଉତ୍ସର୍ଗୀକୃତ ସେବା ପାଇଁ ଡିଜିପିଙ୍କ ଆହ୍ବାନ – bajravana

[ad_1]

ବୌଦ୍ଧ ପଞ୍ଚମ ଆଇଆର ଶ୍ରେଷ୍ଠ ବାଟାଲିୟନ ଭାବେ ପୁରସ୍କୃତ

କଟକ: ଏପ୍ରିଲ ପହିଲାରେ ଓଡିଶା ପୁଲିସର ରାଜ୍ୟସ୍ତରୀୟ ୮୯ତମ ପୁଲିସ ପ୍ରତିଷ୍ଠା ଦିବସ କଟକ ଓଏମ୍‌ପି ସ୍ଥିତ ଷଷ୍ଠ ବାଟାଲିୟନ ପଡିଆରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପୁଲିସ ଡିଜି ଅରୁଣ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜିତ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ପୁଲିସ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ଡିଜି ଶ୍ରୀ ଷଡ଼ଙ୍ଗୀ ପ୍ରଥମେ ସହିଦ ପୁଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସେମାନଙ୍କ ପରିବାରବର୍ଗଙ୍କୁ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିଥିଲେ। ଜନସାଧାରଣଙ୍କୁ ଉତ୍କୃଷ୍ଟ ସେବା ଯୋଗାଇ ଦେବା, କର୍ତ୍ତବ୍ୟନିଷ୍ଠତା, ସାଧୁତା ତଥା ଉତ୍ସର୍ଗୀକୃତ ସେବା ମନୋଭାବ ପ୍ରଦର୍ଶନ କରିବାକୁ ଡିଜିପି ସମସ୍ତ ପୁଲିସ କର୍ମଚାରୀ/ ଅଧିକାରୀଙ୍କୁ ଆହ୍ୱାନ ଦେଇଥି‌ଲେ। ସାଇବର, ଅର୍ଥନୈତିକ ଅପରାଧ ଭଳି ଅନେକ ନୂଆ ନୂଆ ସମସ୍ୟା ଏବେ ପୁଲିସ ପାଇଁ ଆହ୍ବାନ ହୋଇଛି। ଏହାର ସଫଳ ମୁକାବିଲା ପାଇଁ ରାଜ୍ୟ ପୁଲିସ ନିଜକୁ ପ୍ରସ୍ତୁତ କରୁଛି ବୋଲି ଡିଜିପି କହିଛନ୍ତି।

ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତାକୁ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଆର୍‌. କେ. ଶର୍ମା ପାଠ କରିଥିଲେ। ଆଇଜି ( କାର୍ମିକ) ଏସ. ପ୍ରବୀଣ କୁମାର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଶ୍ରେଷ୍ଠ ଇନସ୍‌ପେକ୍ଟର ସତ୍ୟଜିତ କଣ୍ଡନକେଲ, ଶ୍ରେଷ୍ଠ ଇନସ୍‌ପେକ୍ଟର (ଅପରାଧ ଶାଖା) ଅବନ୍ତିମଣି ନାୟକ, ଶ୍ରେଷ୍ଠ ଇନସ୍‌ପେକ୍ଟର ସ୍ପେଶାଲବ୍ରାଞ୍ଚ୍‌ ଏ. ଶ୍ରୀନିବାସ ଦୋରା, ଶ୍ରେଷ୍ଠ ସବ-ଇନସ୍‌ପେକ୍ଟର ଧର୍ମେନ୍ଦ୍ର ସିଅଳ, ଏସ.ଓ.ଜି ର ଶ୍ରେଷ୍ଠ ଟିମ୍‌ ଲିଡର ଏସ.ଆଇ (ଆର୍ମଡ) ମାନସ ରଞ୍ଜନ ତ୍ରିପାଠୀ, ଶ୍ରେଷ୍ଠ ଏ.ଏସ.ଆଇ ଅମୂଲ୍ୟ ରତ୍ନ ବିରୋ, ଶ୍ରେଷ୍ଠ ହାବିଲଦାର କନ୍ଦର୍ପ ପାତ୍ର, ଶ୍ରେଷ୍ଠ ଓ.ଆର କନେଷ୍ଟବଳ ଦେବେନ୍ଦ୍ର କୁମାର ରାଉତ, ଶ୍ରେଷ୍ଠ ଏ.ପି.ଆର କନେଷ୍ଟବଳ ଅଜିତ କୁମାର ଗିରି, ଶ୍ରେଷ୍ଠ ଟ୍ରାଫିକ୍‌ କନେଷ୍ଟବଳ ମାନସ ରଞ୍ଜନ ବେହେରା, ଶ୍ରେଷ୍ଠ ଇନସ୍‌ପେକ୍ଟର (ଆର୍ମଡ) ପ୍ରତାପ କୁମାର ଦାସ, ଶ୍ରେଷ୍ଠ ଏସ.ଆଇ (ଆର୍ମଡ) ସାଗର ଥାପ୍ପା, ଶ୍ରେଷ୍ଠ ଏ.ଏସ.ଆଇ (ଆର୍ମଡ) ବିଷ୍ଣୁ କୁମାର ବୁରା, ଶ୍ରେଷ୍ଠ ହାବିଲଦାର (ଆର୍ମଡ) ପ୍ରାଣକୃଷ୍ଣ ଲେଙ୍କା, ଶ୍ରେଷ୍ଠ ସିପାହୀ ଭାବେ ବିଶ୍ୱକର୍ମା ମୁଣ୍ଡାଙ୍କୁ ପୁରସ୍କୃତ କରଯାଇଥିଲା।

କନେଷ୍ଟବଳ ଘନଶ୍ୟାମ ସାହୁ, ଓ.ଏ.ପି.ଏଫ ରଜନୀକାନ୍ତ ପ୍ରଧାନ, ଓ.ଏ.ପି.ଏଫ ବିବଛ ପ୍ରଧାନ, ହାବିଲଦାର ପ୍ରକାଶ ସାଗରଙ୍କୁ ସ୍ୱର୍ଗତ ଭ୍ରମରବର ସାହୁ ସ୍ମାରକୀ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ହାବିଲଦାର ଗାଗାରିନ ଦଳାଇ ଓ ହାବିଲଦାର ମଦନ ମୋହନ ପ୍ରଧାନଙ୍କୁ ସ୍ୱର୍ଗତ ରାଜେନ୍ଦ୍ର ମୋହନ ପଟ୍ଟନାୟକ ସ୍ମାରକୀ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା। ପଞ୍ଚମ ଆଇଆର ବାଟାଲିୟନ, ବୌଦ୍ଧକୁ ଶ୍ରେଷ୍ଠ ବାଟାଲିୟନ ଭାବେ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ପରିବାର କଲ୍ୟାଣ କେନ୍ଦ୍ର ଭାବେ ଦ୍ୱିତୀୟ ସ୍ୱତନ୍ତ୍ର ସଶସ୍ତ୍ର ବାଟାଲିୟନ ପରିବାର କଲ୍ୟାଣ କେନ୍ଦ୍ର, ଝାରସୁଗୁଡା (ପ୍ରଥମ), ତୁଳସୀପୁର ପରିବାର କଲ୍ୟାଣ କେନ୍ଦ୍ର , କଟକ (ଦ୍ୱିତୀୟ), ସୁନ୍ଦରଗଡ ଜିଲ୍ଲା ପରିବାର କଲ୍ୟାଣ କେନ୍ଦ୍ର (ତୃତୀୟ)ଙ୍କୁ ପୁରସ୍କୃତ କରାଯାଇଥିଲା। ଆଜିର ଆନୁଷ୍ଠାନିକ ପରେଡରେ ଏସଓଜି ଚନ୍ଦକା ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଆଇଆର ବାଟାଲିୟନ ଦ୍ୱିତୀୟ ସ୍ଥାନ ଅଧିକାର କରି ଡିଜିପି ଶ୍ରୀ ଷଡଙ୍ଗୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ପରେ ଭୁବନେଶ୍ୱରସ୍ଥିତ ପୁଲିସ ଭବନରେ ଚଳିତ ବର୍ଷ ପାଇଁ ୧୦୭ ଜଣ ପୁଲିସ ଅଧିକାରୀ, କର୍ମଚାରୀଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ କରାଯାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button