ଅପରାଧ

ମଦ ନୀତି ମାମଲାରେ ମନ୍ତ୍ରୀ କୈଳାଶ ଗେହଲଟଙ୍କୁ ଜେରା ପାଇଁ ଡାକିଲା ଇଡ଼ି – bajravana

[ad_1]

ନୂଆଦିଲ୍ଲୀ: ମଦ ନୀତି ମାମଲାରେ ଦିଲ୍ଲୀ ପରିବହନ ମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି (ଆପ୍‌) ନେତା କୈଳାଶ ଗେହଲଟଙ୍କୁ ଜେରା ପାଇଁ ଡକାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)।

ସୂତ୍ରରୁ ପ୍ରକାଶ ଯେ ନାଜାଫଗଡର ବିଧାୟକ ଥିବା ଗେହଲଟ ମଦ ନୀତିର ଡ୍ରାଫ୍ଟ ପ୍ରସ୍ତୁତ କରିଥିବା ଏକ ପ୍ୟାନେଲର ଅଂଶ ଥିଲେ।

ଅନୁସନ୍ଧାନକାରୀ ଏଜେନ୍ସି ଦାବି କରିଛି ଯେ ମଦ ନୀତି ପ୍ରସ୍ତୁତ ହେଉଥିବାବେଳେ ଗେହଲଟ ସେତେବେଳେ ଆପ୍‌ର ଯୋଗାଯୋଗ ଦାୟିତ୍ୱରେ ଥିବା ବିଜୟ ନାୟାରଙ୍କୁ ତାଙ୍କ ସରକାରୀ ବାସଭବନ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ।

ଏହାପୂର୍ବରୁ, ଇଡି ଅଭିଯୋଗ କରିଛି ଯେ ୨୦୨୧-୨୨ରେ ଗେହଲଟ ବାରମ୍ବାର ମୋବାଇଲ୍ ନମ୍ବର ପରିବର୍ତ୍ତନ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button