ଓଡିଶା

ଓଡ଼ିଶା ପାଇଁ ମୋଦୀ ଗ୍ୟାରେଣ୍ଟି ଜରୁରି: ବିଜେପି – bajravana

[ad_1]

ଜଳ ସଂକଟ, ପାନୀୟଜଳ ସମସ୍ୟା, ପରିବେଶ ପ୍ରଦୂଷଣ ପ୍ରସଙ୍ଗ

ଭୁବନେଶ୍ୱର: ‘ପ୍ରଧାନମନ୍ତ୍ରୀ ଜଳ ଜୀବନ ମିସନ’ ଜରିଆରେ ଗତ ୧୦ବର୍ଷ ମଧ୍ୟରେ ଓଡିଶାର ୭୧.୦୨ ପ୍ରତିଶତ ଘରକୁ ଜଳ ସଂଯୋଗ ଦିଆଯାଇଛି। ୨୦୧୯-୨୪ ଭିତରେ ୧୦୨୧୭ କୋଟି ଟଙ୍କା ବ୍ୟୟରେ ରାଜ୍ୟର ୬୦ଲକ୍ଷ ୭୫ହଜାର ୧୫୧ଟି ଟ୍ୟାପ ସଂଯୋଗ ହୋଇଛି। ଗତ ୨୪ ବର୍ଷ ଧରି ଶାସନ କାଳରେ ରାଜ୍ୟ ସରକାର ଗୋଟିଏ ହେଲେ ବ୍ୟାରେଜ ନିର୍ମାଣ କରି ନଥିବାରୁ ଜଳସଙ୍କଟ ଉଦ୍‌ବେଗଜନକ ସ୍ଥିତିକୁ ଗଲାଣି। ଓଡ଼ିଶାର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ମୋଦୀ ଗ୍ୟାରେଣ୍ଟିର ଆବଶ୍ୟକତା ଅଛି ବୋଲି ବିଜେପି ରାଜ୍ୟ ମୁଖପାତ୍ର ତଥା ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି।

ଶ୍ରୀ ମହାଲିଙ୍ଗ କହିଛନ୍ତି, ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ବଡ଼ ବଡ଼ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟ ଜଳ ସଂକଟ ଉତ୍କଟ ହୋଇଛି। ପାଇପ ବିଛାଯାଇଛି, ପାଣି ମିଟର ଲଗାଯାଇ ବିଲ୍ ଆଦାୟ କରାଯାଉଛି, ମାତ୍ର ପାଇପରେ ପାଣି ଆସୁନାହିଁ। ମହାମାରୀ କରୋନା ସମୟରେ ଜଣେ ବରିଷ୍ଠ ଉପଭୋକ୍ତଙ୍କଠାରୁ ୱାଟ୍‌କୋ ପାଣି ବିଲ୍ ଆଦାୟ କରି କଟକ ଜିଲ୍ଲା ଖାଉଟି ଅଦାଲତଙ୍କ ଦ୍ୱାରା ଦଣ୍ଡିତ ହେବା ସହ କ୍ଷତିପୂରଣ ବାବଦରେ ଉପଭୋକ୍ତାଙ୍କୁ ୧.୩ଲକ୍ଷ ଟଙ୍କା ପ୍ରଦାନ କରିଛି। ଏହା ରାଜ୍ୟ ସରକାରଙ୍କ ଅପାରଗତାକୁ ଦର୍ଶାଉଛି। ଆଗାମୀ ୫-୬ ବର୍ଷରେ ଓଡ଼ିଶା ଘୋର ଜଳ ସଂକଟର ସମ୍ମୁଖୀନ ହେବାକୁ ଯାଉଛି ଏବଂ ଏଥି ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ରହିବେ। ରାଜ୍ୟ କାର୍ଯ୍ୟାଳୟରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାଲିଙ୍ଗ ପାନୀୟ ଜଳ ସମେତ ପରିବେଶ ପ୍ରଦୂଷଣ ଓ ଜଳସେଚନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ବିଫଳ ହେବା କାରଣରୁ ପରିମଳ ବ୍ୟବସ୍ଥା ଭୁଷୁଡି ପଡ଼ିଲାଣି। ଦେଶର ପ୍ରମୁଖ ଦୂଷିତ ସହର ତାଲିକାରେ ରାଜ୍ୟର ଭୁବନେଶ୍ୱର ସମେତ ରାଉରକେଲା, ଅନୁଗୁଳ, ତାଳଚେର ଭଳି ଛୋଟିଆ ସହର ସ୍ଥାନିତ ହୋଇଛି। ଭୁବନେଶ୍ୱରର ପରିବେଶ ଅସ୍ୱାସ୍ଥ୍ୟକର ଓ ବିପଦ ସ୍ଥିତିରେ ପହଞ୍ଚିସାରିଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ଓ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button