ମନୋରଞ୍ଜନ

ରାଜନୀତିରେ ପାଦ ଦେବେ ବଲିଉଡ ଅଭିନେତ୍ରୀ ନେହା ଶର୍ମା, ଲଢ଼ିବେ ଲୋକସଭା ନିର୍ବାଚନ ! – bajravana

[ad_1]

ନୂଆଦିଲ୍ଲୀ: ରାଜନୀତିରେ ପାଦ ଦେବେ ବଲିଉଡ ଅଭିନେତ୍ରୀ ତଥା ମଡେଲ ନେହା ଶର୍ମା | ଲଢ଼ିବେ ଆଗାମୀ ଲୋକସଭା ନିର୍ବାଚନ | ତାଙ୍କ ବାପା ଏହା ପ୍ରକାଶ କରିଥିବା ଜଣାପଡିଛି। ବିହାରର ଭାଗଲପୁର ବିଧାୟକ ତଥା ନେହାଙ୍କ ବାପା ଅଜିତ ଶର୍ମା କହିଛନ୍ତି ଯେ, ମହାଗଠବନ୍ଧନ ସିଟ୍ ବାଣ୍ଟିବା ପରେ ଯଦି ତାଙ୍କୁ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାର ସୁଯୋଗ ମିଳେ, ତେବେ ତାଙ୍କ ଝିଅ ନିର୍ବାଚନ ଲଢ଼ି ପାରନ୍ତି |

ବିଧାୟକ ଅଜିତ ଶର୍ମାଙ୍କ କହିବା ମୁତାବକ, “କଂଗ୍ରେସକୁ ଭାଗଲପୁର ଆସନ ମିଳିବା ଉଚିତ କାରଣ ଏହି ଅଞ୍ଚଳ ଉପରେ ଆମର ଦବଦବା ରହିଛି | ଏବେ ଆସନ ବାଣ୍ଟିବା ନେଇ ଆଲୋଚନା ଚାଲିଛି। ଯଦି ଆମେ ଏହି ଆସନ ପାଇବୁ, ତେବେ ପାର୍ଟି ହାଇକମାଣ୍ଡ ନିଷ୍ପତ୍ତି ନେବେ କିଏ ପ୍ରତିଦ୍ୱନ୍ଦ୍ୱିତା କରିପାରିବ | ଯଦି ଦଳ ମୋତେ ପଚାରନ୍ତି, ତାହେଲେ ମୁଁ ପ୍ରତିଦ୍ୱନ୍ଦ୍ୱିତା କରିବି କିମ୍ବା ବୋଧହୁଏ ମୋ ଝିଅ ନେହା ଶର୍ମା ଏହି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଆମକୁ ଅପେକ୍ଷା କରିବାକୁ ପଡ଼ିବ। ”

ଏନଡିଏ ସହିତ ଲଢ଼ି ଜିତିବାର ଆଶା କେତେ ରହିଛି ବୋଲି ପ୍ରଶ୍ନ କରାଯିବାରୁ ଉତ୍ତରରେ ଅଜିତ ଶର୍ମା କହିଛନ୍ତି ଯେ, କଂଗ୍ରେସ ଜିତିବା ବୋଲି ମୋର ବିଶ୍ୱାସ ରହିଛି | ଆମେ ବିହାରରୁ ବିଜେପିକୁ ହଟାଇଦେବୁ।

ଅନ୍ୟପକ୍ଷରେ ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି ଯେ ବିହାରରେ ‘ଇଣ୍ଡିଆ’ ଗଠବନ୍ଧନର ଆସନ ବଣ୍ଟନ ଘୋଷଣା ଏହି ସପ୍ତାହରେ କରାଯିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button