ମୁମ୍ବାଇ କି ଚେନ୍ନାଇ ପାଇଁ ନୁହେଁ ଏହି ଟିମର ଅଧିନାୟକ ହେବାକୁ ଚାହୁଛନ୍ତି ରୋହିତ ଶର୍ମା – bajravana
[ad_1]
ନୂଆଦିଲ୍ଲୀ: ଗୁଜରାଟ ଟାଇଟନ୍ସକୁ ପ୍ରଥମ ଆଇପିଏଲ୍ ଟ୍ରଫି ଜିତାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ସହ ସାମିଲ ହେଉଛନ୍ତି। ହାର୍ଦିକଙ୍କୁ ଟ୍ରେଡିଂ ଜରିଆରେ ଆଣିବା ପରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ତାଙ୍କୁ ନେତୃତ୍ବ ଦେଇଛି। ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ଦାୟିତ୍ବମୁକ୍ତ କରାଯିବା ସହ ପାଣ୍ଡ୍ୟାଙ୍କୁ ପରବର୍ତ୍ତୀ ଅଧିନାୟକ ଘୋଷଣା କରିଥିଲା ଏମଆଇ। ରୋହିତ ୨୦୧୩ରେ ରିକି ପଣ୍ଟିଂଙ୍କଠାରୁ ମୁମ୍ବାଇ ଇଣ୍ଡିଆନ୍ସ ନେତୃତ୍ବ ଭାର ଗ୍ରହଣ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ରୋହିତଙ୍କ ଅଧିନରେ ମୁମ୍ବାଇ ୫ଥର ଆଇପିଏଲ୍ ବିଜେତା ହୋଇଥିଲା। ଏହା ସତ୍ତ୍ବେ ବି ହାର୍ଦ୍ଦିକଙ୍କୁ ଅଧିନାୟକ କରାଯିବା ପରେ ରୋହିତଙ୍କ ପ୍ରଶଂସକଙ୍କୁ ଏହା ପସନ୍ଦ ଆସିନଥିଲା। ଏବେ ରୋହିତଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ କେଉଁ ଦଳର ଅଧିନାୟକ ହେବାକୁ ଚାହୁଛନ୍ତି ତାହା ଜଣାଉଛନ୍ତି।
କିଛି ଦିନ ତଳେ ରୋହିତ ଦେଇଥିବା ସାକ୍ଷାତକାରରେ ତାଙ୍କୁ ପଚରାଯାଇଥିଲା ଯେ, ସେ ଏମଆଇ ବ୍ୟତୀତ କେଉଁ ଦଳର ଅଧିନାୟକତ୍ବ କରିବାକୁ ଚାହାନ୍ତି। ଉତ୍ତରରେ ରୋହିତ କୋଲାକାତା ନାଇଟ୍ ରାଇଡର୍ସ କଥା କହିଥିଲେ। ତେବେ ଭବିଷ୍ୟତରେ ସେ ପ୍ରକୃତରେ କୋଲାକାତା ନାଇଟ୍ ରାଇଡର୍ସ ହାତ ଧରିବେ କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।
[ad_2]