ଖେଳ ଖବର

ପାକିସ୍ତାନରେ ରାଜୀବ ଓ ବିନ୍ନି: ପଞ୍ଜାବ ଗଭର୍ଣ୍ଣରଙ୍କ ସହ ରାତ୍ରୀଭୋଜନ – bajravana

[ad_1]

ନୂଆଦିଲ୍ଲୀ: ୧୭ ବର୍ଷରେ ପ୍ରଥମ ଥର ପାଇଁ ବିସିସିଆଇର ଦୁଇ ବରିଷ୍ଠ ଅଧିକାରୀ ସଭାପତି ରୋଜର ବିନ୍ନି ଓ ଉପସଭାପତି ରାଜୀବ ଶୁକ୍ଲା ପାକିସ୍ତାନ ଗସ୍ତ କରିଛନ୍ତି। ଏସିଆ କପ୍‌ ଦେଖିବା ପାଇଁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ନିମନ୍ତ୍ରଣ କ୍ରମେ ସୋମବାର ଅଟାରି-ୱାଘା ସୀମା ଦେଇ ଉଭୟ ଲାହୋରରେ ପହଞ୍ଚିଥିଲେ। ଶେଷ ଥର ପାଇଁ ଭାରତୀୟ କ୍ରିକେଟ୍‌ ଦଳ ୨୦୦୮ରେ ଏସିଆ କପ୍‌ ଖେଳିବାକୁ ପାକିସ୍ତାନ ଗସ୍ତ କରିଥିଲା। ଏଥିପୂର୍ବରୁ ୨୦୦୬ରେ ପାକିସ୍ତାନରେ ଦ୍ବିପାକ୍ଷୀକ ଶୃଙ୍ଖଳା ଖେଳାଯାଇଥିଲା। କିନ୍ତୁ ଚଳିତ ଏସିଆ କପ୍‌ ପାଇଁ ପାକିସ୍ତାନକୁ ଭାରତୀୟ ଦଳ ଯିବ ନାହିଁ ବୋଲି ବିସିସିଆଇ କହିବାରୁ ହାଇବ୍ରିଡ୍‌ ମଡେଲ୍‌ରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି। ତେବେ ପାକିସ୍ତାନରେ ଥିବା ପଞ୍ଜାବ ଗଭର୍ଣ୍ଣରଙ୍କ ପକ୍ଷରୁ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କରାଯାଇଥିଲା ବେଳେ ବିସିସିଆଇ ତାହାର ସଭାପତି ଓ ଉପସଭାପତିଙ୍କୁ ଯିବା ପାଇଁ ଅନୁମତି ଦେଇଥିଲା।

ବିସିସିଆଇ ସହିତ ବାଂଲାଦେଶ, ଆଫଗାନିସ୍ତାନ ଓ ପାକିସ୍ତାନର ପ୍ରତିନିଧିମାନେ ଏହି ରାତ୍ରିଭୋଜନରେ ଏକାଠି ହୋଇଛନ୍ତି। ଏହି ପାକିସ୍ତାନ ଗସ୍ତ ସଂପୂର୍ଣ୍ଣ ଭାବେ କ୍ରିକେଟ୍‌ ଆଧାରିତ। ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ଜଡ଼ିତ ନାହିଁ ବୋଲି ରାଜୀବ ପ୍ରତିକ୍ରିୟା ଦେଇଛନ୍ତି। ‌ଉଭୟ ଦେଶଙ୍କ ମଧ୍ୟରେ ଦ୍ବିପାକ୍ଷିକ ଶୃଙ୍ଖଳା ଆରମ୍ଭ କରାଯିବା ସଂକ୍ରାନ୍ତରେ ହୋଇଥିବା ପ୍ରଶ୍ନରେ ରାଜୀବ କହିଛନ୍ତି ଯେ, ଏହି ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ଭାରତ ସରକାରଙ୍କର। ସରକାର ଯାହା ପରାମର୍ଶ ଦେବେ ତାହାକୁ ଆମେ ଗ୍ରହଣ କରିବୁ ବୋଲି ସେ କହିଥିଲେ। ଏଥିସହିତ ବିନ୍ନି ମଧ୍ୟ ତାଙ୍କ ପୁରୁଣା ସ୍ମୃତି ମନେପକାଇବା ସହ ୨୦୦୫ରେ ଏସୀୟ କ୍ରିକେଟ୍‌ ପରିଷଦର ପ୍ରତିନିଧି ଭାବେ ସେ ପାକିସ୍ତାନ ଗସ୍ତ କରିଥିଲେ। ସେ‌ତେବେଳେ ପାକିସ୍ତାନୀ ଦ୍ରୁତ ବୋଲରଙ୍କ ସହ ସେ କାମ କରିଥିବା ପ୍ରକାଶ କରିଥିଲେ। ଏଥିସହ ମଙ୍ଗଳବାର ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ଏସିଆ କପ୍‌ ମ୍ୟାଚ୍‌ ଉପଭୋଗ କରିବେ ବୋଲି ପିସିବି ଦ୍ବାରା ଜାରି କରାଯାଇଥିବା ଏକ ଭିଡିଓରେ ସେ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button