ଦେଶ ବିଦେଶ

ଆଜି କୋର୍ଟରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ – bajravana

[ad_1]

ନୂଆଦିଲ୍ଲୀ, ୧୬/୩ : ଆଜି କୋର୍ଟରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅତିରିକ୍ତ ଚିଫ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଦିବ୍ୟା ମାଲହୋତ୍ରାଙ୍କ ନିର୍ଦ୍ଦେଶ କ୍ରମେ ସେ କୋର୍ଟରେ ହାଜର ହେବେ । ଦିଲ୍ଲୀ ମଦନୀତି ମାମଲାରେ ବାରମ୍ବାର ସମନ ସତ୍ତ୍ବେ ଇଡିରେ ହାଜର ହେଉନଥିବା କାରଣକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେ ଇଚ୍ଛାକୃତ ଓ ଉଦ୍ଦେଶ୍ୟମୂଳକ ଭାବେ ସମନଗୁଡିକୁ ଅବମାନନା କରିଚାଲିଛନ୍ତି ଯାହାକି ଆଇପିସିର ଧାରା ୧୭୪ର ଉଲ୍ଲଂଘନ ବୋଲି ଇଡି ଦର୍ଶାଇଛି । ଇଡିରେ ହାଜର ହେବା ଆଇନଗତ ଭାବେ ବାଧ୍ୟତାମୂଳକ ବୋଲି କୋର୍ଟ କହିଥିଲେ । ଗତବର୍ଷ ନଭେମ୍ବର ୨ରୁ କେଜ୍ରିଓ୍ବାଲଙ୍କ ବିରୋଧରେ ବହୁଥର ସମନ ଜାରି ହୋଇଥିଲେ ବି ଇଡିରେ ହାଜର ହୋଇନାହାନ୍ତି କେଜ୍ରିଓ୍ବାଲ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button