newsଓଡିଶା

ଅଭିମନ୍ୟୁ ସାମନ୍ତ ସିଂହାର ଡିଗ୍ରୀ ମହାବିଦ୍ୟାଳୟରେ
ଅର୍ଥନୈତିକ ପରିଚାଳନା ଓ କୋଭିଡ ୧୯ ଶିର୍ଷକ ଜାତୀୟ ଆଲୋଚନା ଚକ୍ର

ବରୀ-୧୦/୦୮ ଅଭିମନ୍ୟୁ ସାମନ୍ତ ସିଂହାର ଡିଗ୍ରୀ ମହାବିଦ୍ୟାଳୟରେ ଅର୍ଥନୈତିକ ପରିଚାଳନା ଓ କୋଭିଡ୍ –୧୯ ଶିର୍ଷକ ଏକ ଜାତୀୟ ଅ।।ଲୋଚନା ଚକ୍ର ( ୱେବିନାର) ବି ସ୍କୁଲ୍ ଫୋରମ, ଏୱକ ଇଣ୍ଡିଆ ନଲେଜ ସେଣ୍ଟର ମିଳିତ ସହେଯାଗରେ ଅନୁଷ୍ଠିତ ହୋଇ ଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଧିର କୁମାର ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଆଲୋଚନା ଚକ୍ର ଅଦ୍ୟ ତା ୧୦.୦୮.୨୦୨୨ ରିଖ, ବୁଧବାର , ପୂର୍ବାହ୍ନ ୧୧ ଘଟିକାରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସୁଶ୍ରୀ ତୃପ୍ତି ପ୍ରଦିପ୍ କାପାଡିଆ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଦେଶର ଅର୍ଥ ନୈତିକ ପରିଚାଳନା କୁ ଆଜିର ଛାତ୍ର ସମାଜ ମର୍ମେ ମର୍ମେ ଅନୁଭବ କରି ତାହାକୁ ବାସ୍ତବ କ୍ଷେତ୍ରରେ ପୟୋଗ କଲେ ବିଶ୍ୱର ମହାସଂକଟ ସମୟରେ ଭାରତ ତାର ଭବିଶ୍ୟତର ମାର୍ଗକୁ ଅର୍ଥନୈତିକ ଦୃଷ୍ଟି୍େଧକାଣରୁ ସୁଧାର ଅଣାଯାଇ ପାରିବ ।

ଏହି ଜାତୀୟ ଅର୍ଥନୈତିକ ମାନଦଣ୍ଡ ଆଜି ଅବକ୍ଷୟ ଘଟୁଛି ସେଥି ନିମନ୍ତେ କୋଭିଡ ବହୁ ପରିମାଣରେ ଦାୟୀ । ଆମ ମାନଙ୍କର ସଚେତନତା କୋଭିଡ ନିରାକରଣର ମୁଖ୍ୟ ଅଂଶ । ସତର୍କତା ଓ ସ୍ୱଚ୍ଛତା ଏହି ମହା ବିପଦରୁ ଦେଶ ଓ ଜାତିକୁ ରକ୍ଷା କରିପାରିବ ବୋଲି ସୁଶ୍ରୀ କାପାଡିଆ ମତ ପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅର୍ଥନିତୀ ବିଭାଗୀୟ ଅଧ୍ୟାପକ ଦାମୋଦର ସାହୁ ସଂଯୋଜନା କରିଥିଲେ । ଏଥିବ୍ୟତିତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଅନନ୍ତ ଲକ୍ଷ୍ମୀ ଜେନା, ପ୍ରିତି ରଂଜନ ସାହୁ ,ବିଶ୍ୱଜିତ ରାୟ, ଦେବାଶିଷ ସିଂ , ସୁନିତା କର, ସ୍ମୃତି ସୁହାନୀ ଜେନା, ଶୁଭଲକ୍ଷ୍ମୀ ଜେନା, ସ୍ୱରୂପା ମହାପାତ୍ର, ତପସ୍ୱିନୀ ଜେନା , ସମ୍ବିତ ଗନ୍ତାୟତ, ହିତେଶ୍ୱରୀ ସାହୁ , ଦେବାଶିଷ ସିଂ, ଦିବ୍ୟଜ୍ୟୋତି ଜେନା ପ୍ରମୁଖ ବହୁ ଛାତ୍ର ଛାତ୍ରୀ ଓ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଅଂଶ ଗ୍ରହଣ କରିଥିଲେ । ଶେଷରେ ରାଜନିତି ବିଭାଗୀୟ ମୁଖ୍ୟ ଅଧ୍ୟାପକ ପ୍ରଭାକର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଉତ ପ୍ରକାଶ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button