ଓଡିଶା

ଗୁଣିଗାରେଡି ରେ ହତ୍ୟା ଉଦ୍ୟମ,୧୪ ଜଣ ଗିରଫ, କୋର୍ଟ ଚାଲାଣ

ନୂଆପଡା ( ଦ କୁଇଭର ):- ଅନ୍ଧ ବିଶ୍ବାସ ର କରୁଣ ପରିଣତି, ଗୁଣିଗାରେଡି ସନ୍ଦେହ ରେ ଜଣେ ବୃଦ୍ଧା ଙ୍କୁ ପୋଡ଼ି ମାରିଦେବା ଉଦ୍ୟମ କରିଥିବା ଅଭିଯୋଗ ରେ ୧୪ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସିନାପାଲି ପୋଲିସ ପକ୍ଷରୁ ସୂଚନା ମିଳିଛି l ସୂଚନା ପ୍ରକାରେ,ନୂଆପଡା ଜିଲ୍ଲା ସିନାପାଲି ଥାନା ନୂଆମାଳପଡା ପଞ୍ଚାୟତ ପୋଟିପଡ଼ା ଗାଁ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା l ଗୁଣି ଗାରେଡି ସନ୍ଦେହ ରେ ଜଣେ ବୃଦ୍ଧା ଙ୍କୁ ଗାଁ ର କିଛି ଦୁର୍ବୁତ୍ତ ମାନେ ପାଳ ବିଡା ରେ ବାନ୍ଧି ନିଆଁ ଲଗାଇ ଦେଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

ଜୀବନ ବିକଳ ରେ ନିଆଁ ରୁ ବଞ୍ଚିବା ପାଇଁ ବୃଦ୍ଧା ଜଣକ ନିକଟସ୍ଥ ପୋଖରୀ କୁ ଡେଇଁ ପଡି ଜୀବନ ବଞ୍ଚାଇ ଥିଲେ ।ଏହି ଖବର ଜାଣିବା ପରେ ସିନାପାଲି ପୋଲିସ ବୃଦ୍ଧା ଙ୍କୁ ଉଦ୍ଧାର କରି ପ୍ରଥମେ ସିନପାଲି ହସ୍ପିଟାଲ ଏବଂ ପରେ ଜିଲ୍ଲା ମୁଖ୍ୟ ହସ୍ପିଟାଲ ନୂଆପଡା କୁ ସ୍ଥାନାନ୍ତରିତ କରିଛନ୍ତି । ଗୁରୁତ୍ତର ଆହାତ ବୃଦ୍ଧ ଙ୍କ ନାଁ ଖେମ ସିଂ ମାଝୀ ବୋଲି ଜଣା ପଡିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button