ଖେଳ ଖବର

ଋଷଭଙ୍କ ଅଜବ ଫଟୋ ଏଡିଟକୁ ନେଇ ଦିଲ୍ଲୀ କ୍ୟାପିଟାଲ୍ସକୁ ଟ୍ରୋଲ କଲେ ‌ଲୋକେ – bajravana

[ad_1]

ନୂଆଦିଲ୍ଲୀ: ଋଷଭଙ୍କ ଅଜବ ଫଟୋ ଏଡିଟକୁ ନେଇ ଦିଲ୍ଲୀ କ୍ୟାପିଟାଲ୍ସକୁ ଟ୍ରୋଲ କଲେ ‌ଲୋକେ। ଡିସେମ୍ବର ୨୦୨୨ରେ ଏକ କାର ଦୁର୍ଘଟଣାରେ ଋଷଭ ପନ୍ତ ଗୁରୁତର ଆହତ ହୋଇଥିଲେ। ଏହି କାରଣରୁ ସେ ଦୀର୍ଘ ଦିନ ଧରି କ୍ରିକେଟ୍ ପଡ଼ିଆରୁ ଦୂରେଇ ରହିଥିଲେ। ଏତେ ବଡ଼ ଦୁର୍ଘଟଣା ପରେ ସେ ପୁଣି ଥରେ ପଡ଼ିଆକୁ ଫେରିପାରିବେ କି ନାହିଁ ସେନେଇ ଅନେକ ପ୍ରଶ୍ନ ଉଠିଥିଲା ​। ହେଲେ ଏବେ ପ୍ରାୟ ୧୪ମାସ ପରେ ଋଷବ ପଡ଼ିଆକୁ ଫେରିବା ପାଇଁ ପ୍ରସ୍ତୁତ ଥିବା ଜଣାପଡ଼ିଛି। କିଛି ଦିନ ମଧ୍ୟରେ ଆଇପିଏଲ-୨୦୨୪ ଆରମ୍ଭ ହେବାକୁ ଥିବା ବେଳେ ଋଷବଙ୍କୁ ନେଇ ମଙ୍ଗଳବାର ବଡ଼ ଅପଡେଟ୍ ଦେଇଥିଲା ବିସିସିଆଇ।

ଏକ୍ସରେ ପୋଷ୍ଟ କରି ବିସିସିଆଇ ଲେଖିଥିଲା ଯେ, “ଡିସେମ୍ବର ୩୦, ୨୦୨୨ରେ ଋଷଭ ପନ୍ତ ଏକ କାର ଦୁର୍ଘଟଣାରେ ଆହତ ହୋଇଥିଲେ। ଏବେ ୧୪ମାସ ରିହାବରେ ରହି ପୁନରୁଦ୍ଧାର ପ୍ରକ୍ରିୟା ଦେଇ ଗତି କରିବା ପରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଆଇପିଏଲ୍ ୨୦୨୪ ପାଇଁ ଫିଟ୍ ବୋଲି ମେଡିକାଲ ଟିମ୍ ଦ୍ବାରା ଘୋଷଣା କରାଯାଇଛି।”

ବିସିସିଆଇର ପୋଷ୍ଟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ପନ୍ତଙ୍କ ଏକ ଫଟୋ ପୋଷ୍ଟ କରି ଖୁସି ଜାହିର କରିଥିଲା। ପନ୍ତଙ୍କ ଫଟୋ ଏଡିଟ୍ ହୋଇଥିବା ବେଳେ ଟାଇଗର ରିଟର୍ଣ୍ଣସ ବୋଲି ଲେଖାଯାଇଥିଲା। ଏହି ଫଟୋ ପନ୍ତଙ୍କ ପ୍ରଶଂସକଙ୍କୁ ପସନ୍ଦ ଆସିନଥିବା ଦେଖାଯାଇଛି, ଯେଉଁଥିପାଇଁ ଦିଲ୍ଲୀ କ୍ୟାପିଟାଲ୍ସକୁ ଟ୍ରୋଲ ହେବାକୁ ପଡ଼ିଛି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ୟାଠାରୁ ଭଲ ଏଡିଟ୍ ମୁଁ କରିଦେବି। ଏଫଟୋ ଦେଖି ପନ୍ତ ପୁଣି କାର୍ ଚଳାଇବାକୁ ପଳାଇବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button