ଓଡିଶା

ବିଜେପି-ଟିଡିପି ମେଣ୍ଟ ନିଷ୍ପତ୍ତି ପରେ.. ରାଜନୈତିକ ରୋଚକ ମୋଡ଼ରେ କୋଟିଆ – bajravana

[ad_1]

କୋରାପୁଟ: ସୀମା ବିବାଦ ପାଇଁ ଚର୍ଚ୍ଚିତ କୋଟିଆ ଗ୍ରାମପୁଞ୍ଜରେ ରାଜନୈତିକ ସମୀକରଣରେ ବଡ଼ଧରଣର ପରିବର୍ତ୍ତନ ହୋଇଛି। ବିଜେପି, ତେଲୁଗୁ ଦେଶମ ପାର୍ଟି ଏବଂ ଜନସେନା ପାର୍ଟି ମଧ୍ୟରେ ମେଣ୍ଟ ହେବାରୁ ରୋଚକ ପରିସ୍ଥିତି ଦେଖିବାକୁ ମିଳିଛି। ଅନ୍ୟପଟେ ଶାସକ ଦଳ ୱାଏସ୍‌ଆର କଂଗ୍ରେସ କୋଟିଆରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିସାରିଲାଣି।

ଓଡ଼ିଶା ସହ ଆନ୍ଧ୍ରପ୍ରଦେଶରେ ଏକକାଳୀନ ବିଧାନସଭା ଓ ଲୋକସଭା ନିର୍ବାଚନ ହେବ। ଆନ୍ଧ୍ରର ସାଲୁର ବିଧାନସଭା ଓ ଆରକୁ ଲୋକସଭା ନିର୍ବାଚନ ମଣ୍ଡଳୀରେ ଓଡ଼ିଶାର କୋଟିଆ ପଞ୍ଚାୟତକୁ ମିଶ୍ରଣ କରାଯାଇଛି। ଗତଥର ନିର୍ବାଚନରେ ଏହି ପଞ୍ଚାୟତର ଭୋଟର ଉଭୟ ଓଡ଼ିଶା ଏବଂ ଆନ୍ଧ୍ର ପାଇଁ ମତଦାନ କରିଥିଲେ। ଆଗାମୀ ନିର୍ବାଚନ ନିମନ୍ତେ ଚୂଡ଼ାନ୍ତ ହୋଇଥିବା ଭୋଟର ତାଲିକାରେ ମଧ୍ୟ କୋଟିଆବାସୀଙ୍କ ନାଁ ରହିଛି। ତେଣୁ ଭୋଟର ଉଭୟ ରାଜ୍ୟ ପାଇଁ ଭୋଟଦେବା ଏକପ୍ରକାର ନିଶ୍ଚିତ। ତେବେ ପ୍ରତିଦିନ ବଦଳୁଥିବା ରାଜନୈତିକ ପଟ୍ଟ ପରବର୍ତ୍ତନ ଯୋଗୁଁ ଏଥର କୋଟିଆ ଭୋଟ ପାଇଁ ଆନ୍ଧ୍ରର ରାଜନୈତିକ ଦଳ ମଧ୍ୟରେ ଉତ୍କଣ୍ଠାପୂର୍ଣ୍ଣ ଲଢ଼େଇ ହେବାକୁ ଯାଉଛି। ପ୍ରାୟ ୧୫ବର୍ଷ ହେଲା ସାଲୁର ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନିଜ ଅଧୀନରେ ରଖିଛନ୍ତି ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ତଥା ୱାଇଏସ୍‌ଆର କଂ‌ଗ୍ରେସ ବିଧାୟକ ପି. ରାଜନ୍ନ ଦୋରା। ଏଥର ତାଙ୍କୁ ଟକ୍କର ଦେବାକୁ ବିଜେପିର କେ.ଉଦୟ କୁମାର କିମ୍ବା ଟିଡିପିର ଜି. ସନ୍ଧ୍ୟାରାଣୀ ମେଣ୍ଟ ପ୍ରାର୍ଥୀ ହୋଇପାରନ୍ତି। ମେଣ୍ଟ ପ୍ରାର୍ଥୀ ନିଶ୍ଚିତ ରୂପେ ନିର୍ବାଚନ ପ୍ରଚାର ଲାଗି କୋଟିଆ ଆସିବେ। ପ୍ରଚାର ସମୟରେ ଭୋଟରଙ୍କୁ କ’ଣ ପ୍ରତିଶ୍ରୁତି ଦେବେ, ଓଡ଼ିଶା ପ୍ରତି କ’ଣ ଆଭିମୁଖ୍ୟ ଗ୍ରହଣ କରିବେ। ବିକାଶ ନା ସମାଲୋଚନା ହେବ ରାଜନୈତିକ ପ୍ରସଙ୍ଗ ବୋଲି ପ୍ରଶ୍ନ ଉଠିଲାଣି।

ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ ଆନ୍ଧ୍ର ପକ୍ଷରୁ କୋଟିଆର ଥୋନମ, ନାରେଡ଼ିବାଲାସା ଓ କୁରୁକୁଟି ଠାରେ ମତଦାନ କେନ୍ଦ୍ର କରାଯାଇଥିଲା। ସେହିପରି ପରବର୍ତ୍ତୀ ସମୟରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବି ଆନ୍ଧ୍ର ଏହି ତିନିଟି ବୁଥ୍‌ରେ ମତଦାନ କରାଇଥିଲା। ଗତ ବିଧାନସଭା ଏବଂ ପଞ୍ଚାୟତ ନିର୍ବାଚନରେ ମୋଟ ୪୨୭ଜଣ ମତଦାନ କରିବାକୁ ବ୍ୟବସ୍ଥା ହୋଇଥିଲା। ତେବେ ସଦ୍ୟ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁସାରେ କୋଟିଆରେ ଆନ୍ଧ୍ରର ୮୦୦ରୁ ଅଧିକ ମତଦାତା ରହିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାର ଭୋଟର ତାଲିକାରେ କୋଟିଆ ପଞ୍ଚାୟତରେ ୮୦୦୦ଭୋଟର ଅଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button