ଓଡିଶା

୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୭୬୦ ମାମଲା ଫଇସଲା, ୫୬ ଲକ୍ଷ ଆଦାୟ – bajravana

[ad_1]

ରାୟଗଡ଼ା: ରାୟଗଡାରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୭୬୦ ଟି ମାମଲା ଫଇସଲା ହୋଇ ଜରିମାନା ବାବଦକୁ ୫୬,୧୩,୯୦୦ ଟଙ୍କା ଆଦାୟ କରାଯାଇଛି।ଜିଲ୍ଲା ଆଇନ ସେବା ପ୍ରାଧିକରଣର ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଶନିବାର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।ଏହି ଲୋକ ଅଦାଲତରେ ରାୟଗଡା ଜିଲ୍ଲା ମୂଖ୍ୟ କୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶୀପୁରରେ ଦୀର୍ଘ ଦିନ ଧରି ପଡ଼ିରହିଥିବା ୨୯୨ ଟି ମାମଲାର ଫଇସଲା ହୋଇ ଜରିମାନା ବାବଦକୁ ୫୫,୧୨,୪୦୦ ଟଙ୍କା ଆଦାୟ କରାଯାଇଥିଲା। ରାଜସ୍ବ ସମ୍ବନ୍ଧୀୟ ୧୪୬୧ଟି ମାମଲା ଫଇସଲା କରି ଜରିମାନା ବାବଦକୁ ୩୧୯୦୦ ଟଙ୍କା ଓ ପ୍ରିଲିଟିଗେସନ ସମ୍ବନ୍ଧିତ ୭ ଟି ମାମଲାର ଫଇସଲା ହୋଇ ଜରିମାନା ବାବଦକୁ ୬୯୬୦୦ ଟଙ୍କା ଆଦାୟ କରାଯାଇଛି।

ଏହି ଲୋକ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ ସତ୍ୟନାରାୟଣ ଷଡଙ୍ଗୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ଲୋକ ଅଦାଲତକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ନିବେଦିତା ପଣ୍ଡା ପରିଚାଳନା କରିଥିଲେ। ଏଥିରେ ପରିବାର ଅଦାଲତର ବିଚାରପତି ଅମୃତ ରଞ୍ଜନ ନନ୍ଦ, ସ୍ଥାୟୀ ଲୋକଅଦାଲତର ଅଧ୍ୟକ୍ଷ ଏସ.ଏ.କେ ଜାହିରା ଅହମଦ, ଅତିରିକ୍ତ ଜିଲ୍ଲା ଦୌରା ଜଜ ରୀନା ଚୌଧୁରୀ, ମୂଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ମିନାକ୍ଷୀ ପ୍ରିୟଦର୍ଶିନି, ମହିଳା କୋଟର ବିଚାରପତି ଶୋନଲ ସର୍ମା, ରେଜିଷ୍ଟର ଦେବିଜ୍ୟୋତି ମହାପାତ୍ର, ସବ୍ ଜଜ ସୋମ୍ୟରୂପ ସାହୁ, ଉପଖଣ୍ଡୀୟ ବିଚାରବିଭାଗୀୟ ଦଣ୍ଡାଧିକାରୀ ବର୍ଷା ଦାସ,ଗ୍ରାମ୍ୟ ନ୍ୟାୟଧିକାରୀ ଚନ୍ଦନ କୁମାର ଦେହୁରୀ ପ୍ରମୁଖ ଯୋଗଦେଇଥିଲେ।ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ଜିଲ୍ଲା ଅଦାଲତ ର କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button