ଓଡିଶା

ଛତିଶଗଡ଼ରେ ବିଜେପିର ବିଜୟ: ଝାରସୁଗୁଡ଼ାରେ ଆଲୋଚନାର ଖୋରାକ – bajravana

[ad_1]

ତେଜସ୍କର ମହାପାତ୍ର

ଝାରସୁଗୁଡ଼ା: ପଡ଼ୋଶୀ ଛତିଶଗଡ଼ରେ ବିଜେପିର ବିଜୟ ପରେ ସୀମାନ୍ତ ଝାରସୁଗୁଡ଼ା ରାଜନୀତିରେ ପ୍ରଭାବ ଦେଖିବାକୁ ମିଳିପାରେ ବୋଲି ଆଲୋଚନା ହେଉଛି। ଆଦିବାସୀ ଓ ଓବିସି କାର୍ଡ ଖେଳି ବିଜେପି ଛତିଶଗଡ଼ରେ ବିଜୟୀ ହୋଇଥିବା ବେଳେ ଝାରସୁଗୁଡ଼ାର ୨ଟି ଯାକ ଅାସନରେ ଏହି ସମୁଦାୟଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ୨ ବର୍ଷରେ ଝାରସୁଗୁଡ଼ା ଦେଖିଥିବା ଉଭୟ ଆସନର ଉପ ନିର୍ବାଚନରେ ବିଜେଡି ଏହି ୨ ସମୁଦାୟଙ୍କ ଭୋଟ୍‌ ହାତେଇବାରେ ସଫଳ ହୋଇଥିଲା। ତେବେ ଆସନ୍ତା ସାଧାରଣ ନିର୍ବାଚନରେ ଦଳର ଏହି ହିସାବ କାମ କରିବ ନା ନାହିଁ ତାକୁ ନେଇ ଏବେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଏପରିକି ୧୫ ତାରିଖରେ ହେବାକୁ ଥିବା ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମଧ୍ୟ ଏହାକୁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଭାବେ ସାମିଲ୍‌ କରାଯାଇପାରେ ବୋଲି ସୂଚନା ମିଳିଛି।

ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀକୁ ଦୃଷ୍ଟିରେ ରଖିଲେ ଏଠାକାର ମୋଟ୍‌ ଭୋଟର୍‌ଙ୍କ ମଧ୍ୟରୁ ଆଦିବାସୀ ଭୋଟରଙ୍କ ସଂଖ୍ୟା ୪୮ ପ୍ରତିଶତ। ବି‌ଶେଷକରି ଲଇକେରା, କିର୍ମିରା ଓ କୋଲାବିରା ବ୍ଲକ୍‌ରେ ଏହି ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ଝାରସୁଗୁଡ଼ା ସଦର ବ୍ଲକ ଓ ମ୍ୟୁନିସିପାଲିଟି ଅଞ୍ଚଳର ମୋଟ୍‌ ଜନସଂଖ୍ୟା ମଧ୍ୟରୁ ୨୮ ପ୍ରତିଶତ ଆଦିବାସୀ ଭୋଟର ରହିଛନ୍ତି। ଦ୍ବିତୀୟରେ ଅଘରିଆ, ତେଲି, କୁଲତା, ମାଳୀ ଭଳି ୧୦ରୁ ଅଧିକ ଜାତି ଓବିସି ସମାଜ ଅନ୍ତର୍ଭୁକ୍ତ। ଯାହାଙ୍କର ମୋଟ୍‌ ସଂଖ୍ୟା ଝାରସୁଗୁଡ଼ାରେ ପ୍ରାୟ ୩୦% ବୋଲି ଦାବି କରାଯାଉଛି। ସେହିପରି ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ମୋଟ୍‌ ଭୋଟରଙ୍କ ମଧ୍ୟରୁ ଅନୁସୂଚିତ ଜାତିର ୧୮.୨୪ ପ୍ରତିଶତ ଓ ଅନୁସୂଚିତ ଜନଜାତିର ୨୫.୨ ପ୍ରତିଶତ ଭୋଟର ରହିଛନ୍ତି। ଏହି ନିର୍ବାଚନମଣ୍ଡଳୀରେ ମଧ୍ୟ ଓବିସି ଭୋଟରଙ୍କର ପ୍ରଭାବ ରହିଛି। ଗତବର୍ଷ ବିଜେପି ଶାସିତ କେନ୍ଦ୍ର ସରକାର ଲଇକେରା ଓ କିର୍ମିରା ବ୍ଲକକୁ ଆଇଟିଡିଏ ଘୋଷଣା କରିଥିବା ବେଳେ ଚଳିତ ବର୍ଷ ରାଜ୍ୟ ସରକାର ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଝାରସୁଗୁଡ଼ା‌ ଉପନିର୍ବାଚନରେ ବିଜେଡି ଜାତି କାର୍ଡ ଖେଳି ବିଜୟୀ ହୋଇପାରିଥିଲା।

ଝାରସୁଗୁଡ଼ାରେ ଆଦିବାସୀ ଭୋଟରଙ୍କ ସଂଖ୍ୟା ଅଧିକ ଥିବାରୁ ଏହି ଆସନକୁ ଆଦିବାସୀଙ୍କ ପାଇଁ ସଂରକ୍ଷିତ ପାଇଁ ମଧ୍ୟ ଦାବି ହୋଇଆସୁଛି। ଜିଲ୍ଲାର ୨ ବ୍ଲକ୍‌ ପାଇଁ ଆଇଟିଡିଏ ଘୋଷଣା ହୋଇଥିଲେ ହେଁ ଅଦ୍ୟାବଧି ଆଦିବାସୀ ଏହାର ସୁବିଧା ସୁଯୋଗ ପାଇପାରି ନାହାନ୍ତି। ଏପରିକି ଏହି ୨ ବ୍ଲକ୍‌ ପାଇଁ ଘୋଷଣା ହୋଇଥିବା ୨ଟି ଏକଲବ୍ୟ ବିଦ୍ୟାଳୟ ମଧ୍ୟରୁ ବି ଗୋଟିଏ ଅଦ୍ୟାବଧି ନିର୍ମାଣ ହୋଇପାରିନି। ସେହିପରି ବ୍ରଜରାଜନଗରରେ ବିଜେଡି ନେତୃତ୍ବକୁ ନେଇ ଅସନ୍ତୋଷ ଥିବା ବେଳେ ଦଳୀୟ ଦାବିଦାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲ୍ଲା ବିଜେଡି ସଭାପତି ରବି ସିଂଙ୍କୁ ପଚାରିବାରେ, ଜିଲ୍ଲାର ଆଦିବାସୀ ଓ ଓବିସି ଭୋଟର ବିଜେଡି ପ୍ରତି ବେଶ୍‌ ସନ୍ତୁଷ୍ଟ ଥିବାରୁ ଛତିଶଗଡ଼ରେ ବିଜେପି ବିଜୟର କୌଣସି ପ୍ରଭାବ ପଡ଼ିପାରିବନି ‌ବୋଲି କହିଛନ୍ତି। ଜିଲ୍ଲା ବିଜେପି ସଭାପତି ସୁନୀଲ ପଣ୍ଡା କହିଛନ୍ତି, ଛତିଶଗଡ଼, ରାଜସ୍ଥାନ ନିର୍ବାଚନର ଫଳାଫଳ ସମଗ୍ର ଦେଶରେ ପଡ଼ିସାରିଲାଣି ଓ ଲୋକେ ୨୦୨୪ ନିର୍ବାଚନରେ କଣ କରିବେ ତାହା ବି ନିଷ୍ପତ୍ତି ନେଇସାରିଲେଣି ବୋଲି କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button