ଖେଳ ଖବର

ଶତକୀୟ ଟେଷ୍ଟ୍ ଖେଳିବେ ଅଶ୍ବିନ, ବେୟାରଷ୍ଟୋ: ‘ସଫଳତାକୁ ଉପଭୋଗ କରି ନପାରିବା ଯନ୍ତ୍ରଣାଦାୟକ’ – bajravana

[ad_1]

ଧର୍ମଶାଳା: ଗୁରୁବାରଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍‌ ଧର୍ମଶାଳା‌ରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚ୍‌ ଦୁଇ ଦଳର ପ୍ରମୁଖ ଖେଳାଳି ଆର୍‌ ଅଶ୍ବିନ୍ ଓ ଜନି ବେୟାରଷ୍ଟୋଙ୍କ ପାଇଁ ମାଇଲଖୁଣ୍ଟ୍ ହେବ। ନିଜ ନିଜ ଦଳର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଲେ ଉଭୟ ୧୦୦ତମ ଟେଷ୍ଟ୍ ଖେଳିବାର ବିରଳ କ୍ଲବ୍‌ରେ ସାମିଲ ହୋଇଯିବେ। ଆର୍‌ ଅଶ୍ବିନଙ୍କ ପାଇଁ ଏହି ଶୃଙ୍ଖଳା ଅନେକ ଗୁରୁତ୍ବ ବହନ କରିଛି। ଏହି ଶୃଙ୍ଖଳା ଅବସରରେ ୫୦୦ ଟେଷ୍ଟ୍ ୱିକେଟ୍ ପୂର୍ଣ୍ଣ କରିବା ସହ ଭାରତ ମାଟିରେ ୩୫୦ ସଂଖ୍ୟା ଅତିକ୍ରମ କରି ଭଲ ସମୟରେ ରହିଛନ୍ତି। ୯୯ ଟେଷ୍ଟ୍‌ରୁ ୫୦୭ ୱିକେଟ୍ ନେଇଥିବା ଏହି ଅଫସ୍ପିନର୍‌ ୧୪ତମ ଭାରତୀୟ ଭାବେ ୧୦୦ ଟେଷ୍ଟ୍ ଖେଳିବେ। ନିଜ କ୍ରିକେଟ୍ ଯାତ୍ରାର ସ୍ମୃତି ଚାରଣ କରି ଅଶ୍ବିନ୍ ମ୍ୟାଚ୍‌ ପୂର୍ବରୁ ଭାବବିହ୍ବଳ ହୋଇଛନ୍ତି। ୨୦୧୨ ମସିହାର ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାରେ ଭାରତ ହାରିଯିବା ଏ ପର୍ଯ୍ୟନ୍ତ ତାଙ୍କ ମନରୁ ଲିଭିନାହିଁ। ଆଲେଷ୍ଟର୍ କୁକ୍ ଓ କେଭିନ୍ ପିଟରସନ୍ କିଭଳି ତାଙ୍କୁ ସହଜରେ ଖେଳୁଥିଲେ ତାଙ୍କୁ ଭୁଲି ନାହାନ୍ତି ଅଶ୍ବିନ। ଭାରତ ମଧ୍ୟ ଶେଷ ଥର ପାଇଁ ଇଂଲଣ୍ଡଠାରୁ ଏହି ଘରୋଇ ଶୃଙ୍ଖଳା ହାରିଥିଲା। ୧୨ ବର୍ଷ ପରେ ଅଶ୍ବିନ୍ ଭିନ୍ନ ଜଣେ ବୋଲର ଭାବେ ଉଭା ହୋଇଛନ୍ତି। ‘୨୦୧୨ ମସିହାର ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳା ମୋ ପାଇଁ ଟର୍ଣ୍ଣିଂ ପଏଣ୍ଟ ଥିଲା। କୁକ୍ ଢେର୍‌ ରନ୍ କରିଥିଲେ। ଏହା ପରେ ମୁଁ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳାରେ ଭିନ୍ନ କୌଶଳରେ ଖେଳି ସଫଳ ହୋଇଥିଲି। ଏବେ ୧୦୦ତମ ଟେଷ୍ଟ୍ ଖେଳିବାକୁ ଯିବା ଏକ ବଡ଼ ଅବସର। ଲକ୍ଷ୍ୟଠାରୁ ବି ଏ ଯାତ୍ରା ଅଧିକ ସ୍ବତନ୍ତ୍ର। ଉତ୍‌ଥାନ ଓ ପତନ ଭିତରେ ଅନେକ କିଛି ଶିଖିଛି’ ବୋଲି ଅଶ୍ବିନ ପ୍ରକାଶ କରିଛନ୍ତି।

ମୋ ସମ୍ପର୍କରେ ଢେର୍‌ ଆଲୋଚନା ହୋଇଛି, ଖରାପ ଲାଗେ ଏସବୁ ପଢ଼ି। ତଥାପି ସଂଶୋଧନ କରିବାର ସୁଯୋଗ ମିଳିଥାଏ। ନିଜକୁ ବି ପ୍ରଶ୍ନ କରିଥାଏ ଏବଂ ସେଥିରୁ ଶିଖିଥାଏ’ ବୋଲି ୩୭ ବର୍ଷୀୟ ଅଶ୍ବିନ୍ କହିଛନ୍ତି। ୫୦୭ ୱିକେଟ୍ ମଧ୍ୟରୁ ଭାରତରେ ନେଇଥିବା ୩୫୪ ଅନୁକୂଳ ପିଚ୍‌ରେ ଥିଲା। କିନ୍ତୁ ୨୦୧୮ ଇଂଲଣ୍ଡ ଗସ୍ତରେ ବର୍ମିଂହାମ ଟେଷ୍ଟ୍‌ରେ ୭ ୱିକେଟ୍ ଦଖଲ କରିବା ଉଲ୍ଲେଖନୀୟ ଥିଲା। ଇଂଲଣ୍ଡ୍ ରନ୍ ମେସିନ୍ ଆଲେଷ୍ଟର୍ କୁକ୍ ଓ ଜୋ ରୁଟଙ୍କୁ ବି ସେ ଆଉଟ୍ କରିଥିଲେ। ସେହି ଟେଷ୍ଟ୍‌ରେ ଭାରତ ବିଜୟର ନିକଟତର ‌ହୋଇପାରିଥିଲା। ତୃତୀୟ ଦିନ ସକାଳେ ବୋଲିଂ କରି ୩ ୱିକେଟ୍ ନେବା ଏବେ ମନେ ଅଛି। ‌ବେଙ୍ଗାଲୁରୁ ଓ ‌ସେଞ୍ଚୁରିଅନ୍ ଟେଷ୍ଟ୍‌ରେ ମଧ୍ୟ ମୋ ସ୍ମରଣୀୟ ଛାପ ରହିଛି ବୋଲି ଅଶ୍ବିନ୍ ପ୍ରକାଶ କରିଛନ୍ତି। ବାସ୍ତବରେ ଲୋକମାନେ ଭାବିଥାନ୍ତି ମୁଁ ସଂଖ୍ୟାକୁ ପସନ୍ଦ କରେ, ବାସ୍ତବରେ ମୁଁ ଏଥି ପାଇଁ ବ୍ୟସ୍ତ ନୁହେଁ। ୧୦୦ତମ ଟେଷ୍ଟ୍‌ ମୋ ପିତାଙ୍କ ପାଇଁ ୧୦x୧୦୦ ଭଳି। ମା’ ଓ ପତ୍ନୀଙ୍କ ପାଇଁ କିନ୍ତୁ ଏହା ଅନେକ କିଛି। ମୋ ଅପେକ୍ଷା ମୋ ଝିଅ ଅଧିକ ଉତ୍ସାହିତ। ୧୦୦ ଏକ ସଂଖ୍ୟା ମାତ୍ର। ଜାହିର ଖାନ୍ (୯୨) ୧୦୦ ଟେଷ୍ଟ୍‌ ଖେଳିପାରିଥାନ୍ତେ, ନିଜ ସଫଳତା ଭିତ୍ତିରେ ମହେନ୍ଦ୍ର ସିଂହ ଧୋନି (୯୦) ମଧ୍ୟ କରିପାରିଥାନ୍ତେ, କିନ୍ତୁ କଲେ ନାହିଁ ବୋଲି ବିଶ୍ବର ନବମ ତଥା ଦ୍ବିତୀୟ ଭାରତୀୟ ଭାବେ ବୋଲର ଭାବେ ୫୦୦ ୱିକେଟ୍ ଅକ୍ତିଆର କରିଥିବା ଅଶ୍ବିନ୍ କହିଛନ୍ତି।

କ୍ରିକେଟ୍ ହେଉଛି ବ୍ୟକ୍ତିଗତ ଶିକ୍ଷାର ଖେଳ। ମୁଁ ମୋଠାରୁ ଅନେକ କିଛି ଶିଖିଛି। ମୋ ପାଇଁ ସବୁଠାରୁ ବଡ଼ ଯନ୍ତ୍ରଣା ହେଉଛି ନିଜ ସଫଳତାକୁ ଉପଭୋଗ କରି ନପାରିବା। ଭାରତରେ ଅଧିକ ସମାଲୋଚନା ହୁଏ। ୧୦ ଜଣ ଲୋକ ଖରାପ କଥା କହୁଥିବା ବେଳେ ଅନ୍ୟ ୧୦ ଜଣ ଭଲ କହିଥାନ୍ତି। ସମାଲୋଚନା ମୋତେ କିନ୍ତୁ ଉନ୍ନତ କ୍ରିକେଟର୍ ଭାବେ ଗଢ଼ି ତୋଳିଛି ବୋଲି ଅଶ୍ବିନ୍ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button