ସ୍ୱାସ୍ଥ୍ୟ

ପ୍ରତିଦିନ ଖଜୁରୀ ଖାଉଛନ୍ତି କି : ଓଜନ ବୃଦ୍ଧିର ହୋଇପାରେ କାରଣ… – bajravana

[ad_1]

ଶରୀରକୁ ସୁସ୍ଥ ରଖିବାକୁ ଆମେ ଅନେକ ଚେଷ୍ଠା କରୁ । ଏଥିପାଇଁ ଭଲ ଖାଦ୍ୟ ମଧ୍ୟ ଖାଇଥାଉ । ଏପରି କିଛି ଖାଦ୍ୟ ରହିଛି ଯାହା ଶରୀର ପାଇଁ କିଛି ମାତ୍ରାରେ ଲାଭଦାୟକ ହୋଇଥିବା ବେଳେ କିଛି ମାତ୍ରାରେ ଖରାପ ମଧ୍ୟ କରିଥାଏ । ଏପରି ଏକ ଜିନିଷ ହେଉଛି ଖଜୁରୀ । ଯାହା ସ୍ବାସ୍ଥ୍ୟ ପାଇଁ ବେଶ ଉପରକାରୀ । ଏଥିରେ ମ୍ୟାଗ୍ନେସିୟମ୍, ଭିଟାମିନ୍ କେ, କପର୍‌, ସେଲେନିୟମ୍, ପ୍ରୋଟିନ୍, ଫାଇବର ଭରପୁର ମାତ୍ରାରେ ରହିଥାଏ । ଖଜୁରୀ ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା, ରକ୍ତଚାପକୁ ନିୟନ୍ତ୍ରଣ କରିବା, ମସ୍ତିଷ୍କ ଏବଂ ହାଡକୁ ମଜବୁତ କରିବାରେ ଖୁବ ଲାଭଦାୟକ ଅଟେ ।

ଖଜୁରୀରେ ପୋଷକ ତତ୍ତ୍ୱ ସହିତ କ୍ୟାଲୋରି ବି ବହୁତ ମାତ୍ରାରେ ରହିଥାଏ । ଅର୍ଥାତ୍ ୧୦୦ ଗ୍ରାମ ଖଜୁରୀରେ ୨୭୭ କ୍ୟାଲୋରୀ ମିଳିଥାଏ । ଖଜୁରୀରେ ଅଧିକ ମାତ୍ରାରେ କ୍ୟାଲୋରୀ ରହିଥାଏ, ଯାହା ଶରୀରର ଓଜନ ବୃଦ୍ଧିର କାରଣ ହୋଇପାରେ । ଏହାକୁ ଅଧିକ ଖାଇବା ଦ୍ୱାରା ଓଜନ ବଢିଥାଏ । ଯଦି ପ୍ରତିଦିନ ଖଜୁରୀ ଖାଉଛନ୍ତି, ତେବେ ଦିନକୁ ଦୁଇଟି ଖଜୁରୀ ଖାଆନ୍ତୁ । ଯଦି ଓଜନ ବଢାଇବାକୁ ଚାହୁଁଛନ୍ତି ତେବେ ଦିନକୁ ୪ଟି ଖଜୁରୀ ଖାଇପାରିବେ । ଆପଣ ଖଜୁରୀକୁ ରାତିସାରା ପାଣିରେ ଭିଜାଇ ସକାଳେ ଖାଇପାରିବେ । କିନ୍ତୁ ଏହାକୁ ଖାଦ୍ୟ ଖାଇବାର ତୁରନ୍ତ ପରେ ଖାଆନ୍ତୁ ନାହିଁ । ଏହା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ । ତେଣୁ ଅଧିକ ଖଜୁରୀ ଖାଇବା ଠାରୁ ଦୂରେଇ ରହିବ ଉଚିତ୍ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button