ଓଡିଶା

୨ ବର୍ଷରେ ସରିବ ତିନି ରାଡାର: ସବୁବେଳେ ସବୁଠି ପହଞ୍ଚିବ ପାଣିପାଗ ପୂର୍ବାନୁମାନ – bajravana

[ad_1]

ସମ୍ବଲପୁର ପାଇଁ ଯନ୍ତ୍ରାଂଶ କିଣିବା ଲାଗି ନିର୍ଦ୍ଦେଶ ଜାରି ସରିଲାଣି, ଭୁବନେଶ୍ବର ରାଡାର ପାଇଁ ଟେଣ୍ଡର

ଭୁବନେଶ୍ବର: ଓଡ଼ିଶାରେ ପାଣିପାଗ ପୂର୍ବାନୁମାନକୁ ଆହୁରି ଅଧିକ ସୁଦୃଢ଼ କରାଯିବ। ପ୍ରତି ମୁହୂର୍ତ୍ତରେ କିଭଳି ଠିକ୍‌ ତଥ୍ୟ ସବୁ ଘରେ ପହଞ୍ଚିପାରିବ ସେଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଆଗୁଆ ପୂର୍ବାନୁମାନ ସହ ତାହାର ପ୍ରଭାବ କ’ଣ ହୋଇପାରେ ସେଦିଗରେ କାର୍ଯ୍ୟ ଚାଲିଛି। ବାତ୍ୟା, ଅତିପ୍ରବଳ ବର୍ଷା, କାଳବୈଶାଖୀ, ହିଟ୍‌ୱେଭ୍‌ ପରି ପାଣିପାଗ ସମ୍ପର୍କିତ ବିପର୍ଯ୍ୟୟ ପାଇଁ ହେଉଥିବା ପୂର୍ବାନୁମାନର ତଥ୍ୟ ସଂଗ୍ରହ ସହ ଆର୍ଟିଫି‌ସିଆଲ୍‌ ଇଣ୍ଟେଲିଜେନ୍ସ(ଏଆଇ), ଜିଓ ସ୍ପେସାଲ ଟେକ୍ନୋଲୋଜି, ରିମୋର୍ଟ ସେନସେନିଂ ପରି ଟେକ୍ନୋଲୋଜିକୁ ବ୍ୟବହାର କରିବା ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ସରକାର, ଶିକ୍ଷାନୁଷ୍ଠାନ, ଗଣମାଧ୍ୟମ, ସାମାଜିକ ସଙ୍ଗଠନଗୁଡ଼ିକ ସହାୟତାରେ ପାଣିପାଗ ବିବରଣୀକୁ ସବୁ ସମୟରେ ସମସ୍ତଙ୍କ ଘରେ ପହଞ୍ଚାଇବା ଦିଗରେ କାମ ଚାଲିଛି ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ଓଡ଼ିଶା ଗସ୍ତ ଅବସରରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ଯେତେବେଳେ ଆମେ ପାଣିପାଗ ବିବରଣୀ କଥା ଚିକ୍ତା କରୁ ସେତେବେଳେ ଓଡ଼ିଶା ପାଇଁ ସ୍ବତନ୍ତ୍ର ସ୍ଥାନ ରହିଥାଏ। କାରଣ ଓଡ଼ିଶା ଏଭଳି ଏକ ରାଜ୍ୟ ଯେଉଁଠାରେ ପାଣିପାଗଜନିତ ସମସ୍ୟା ଯୋଗୁଁ ବହୁ ପରିମାଣରେ କ୍ଷୟକ୍ଷତି ହୋଇଥା‌ଏ। ପାଣିପାଗର ପୂର୍ବାନୁମାନକୁ ଅଧିକ ସୁଦୃଢ଼ କରିବାକୁ ସମ୍ବଲପୁର ଓ ବାଲେଶ୍ବରରେ ରାଡାର ଲାଗିବାକୁ ଯାଉଛି। ସମ୍ବଲପୁରରେ ଲାଗିଥିବା ରାଡାର ପାଇଁ ସପ୍ଲାଏ ଅର୍ଡର ଦିଆସରିଛି। ୨୦୨୪ ଶେଷ ସୁଦ୍ଧା ସମ୍ବଲପୁରରେ ରାଡାର ଲଗାଇବା ଦିଗରେ କାର୍ଯ୍ୟକ୍ରମ ହାତକୁ ଦିଆଯାଇଛି। ବାଲେଶ୍ବର ରାଡାର କାମ ଚାଲିଛି ଏବଂ ଚଳିତବର୍ଷ ଶେଷ କିମ୍ବା ୨୦୨୫ ପ୍ରଥମାର୍ଦ୍ଧରେ ଲାଗିବାର ବହୁତ ସମ୍ଭାବନା ରହିଛି। ଭୁବନେଶ୍ବରରେ ମଧ୍ୟ ଏକ ରାଡାର ଲଗାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏବେ ଟେଣ୍ଡର ପ୍ରକ୍ରିୟା ଚାଲିଛି। ଏହି ରାଡାର ବସିବା ଦ୍ୱାରା ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା, କାଳବୈଶାଖୀ, ବଜ୍ରପାତ ଓ ପ୍ରବଳ ବର୍ଷା ସମ୍ପର୍କରେ ୩ ଘଣ୍ଟା ପୂର୍ବରୁ ‌ସୂଚନା ମିଳିଯିବ।

ସେ କହିଛନ୍ତି ଯେ ଦିନ ଥିଲା କେବଳ ଆକାଶକୁ ଦେଖି ପାଣିପାଗର ଆଗୁଆ ସୂଚନା ଦିଆଯାଉଥିଲା। ଏବେ ଚାଷୀମାନେ ଆଉ ଆକାଶକୁ ଦେଖୁ ନାହାନ୍ତି। ବରଂ ପାଣିପାଗ ବିଭାଗର ମୋବାଇଲ୍‌ ଆପ୍‌ରେ ଦିଆଯାଉଥିବା ପୂର୍ବାନୁମାନକୁ ପଢ଼ି ସେହି ଅନୁଯାୟୀ ପଦକ୍ଷେପ ନେଉଛନ୍ତି। ମତ୍ସ୍ୟଜୀବୀ, ସାଧାରଣ ଲୋକେ ମଧ୍ୟ ପାଣିପାଗ ବିଭାଗକୁ ବିଶ୍ବାସକୁ ନେଉଛନ୍ତି। ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ହ୍ରାସ ସହ ଧନସମ୍ପତ୍ତି ନଷ୍ଟକୁ ରୋକିବାରେ ସହାୟକ ହେଉଛି। ତଥାପି ଆମମାନଙ୍କ ପାଇଁ ଆହ୍ବାନ ରହିଛି। ପାଣିପାଗର ଆକଳନକୁ ଅଧିକ ସଠିକ୍‌ କରିବାକୁ ଇସ୍ରୋ ପକ୍ଷରୁ ସାଟେଲାଇଟ୍‌ ‘ଇନ୍‌ସାଟ୍‌ ଥ୍ରିଡିଏସ୍‌’ ଉତ୍‌କ୍ଷେପଣ କରାଯାଇଛି, ଯାହାକି କେବଳ ପାଣିପାଗ ମନିଟରିଂ ପାଇଁ ବ୍ୟବହୃତ ହେବ। ‘ଇନ୍‌ସାଟ୍‌ ଥ୍ରିଡିଏସ୍‌’ ସାଟେଲାଇଟ୍‌ ଦ୍ବାରା ପାଣିପାଗର ପୂର୍ବାନୁମାନ ଅଧିକ ସଠିକ୍‌ ଓ ଶୀଘ୍ର ମିଳିପାରିବ ବୋଲି ଆଶା କରାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button