ଓଡିଶା

ଭାଲୁବସା ଗ୍ରାମପଞ୍ଚାୟତରେ ଆମ ବ୍ୟାଙ୍କ୍ ଉଦ୍‌ଘାଟିତ – bajravana

[ad_1]

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ଭାଲୁବସା ପଂଚାୟତ କାର୍ଯ୍ୟଳୟ ପରିସରରେ ପିଇଓ ଅନିଲ କୁମାର ମହାନ୍ତଙ୍କ ନେତୃତ୍ବରେ ଆମ ବ୍ୟାଙ୍କ୍ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭାଲୁବସା ସରପଂଚ ଯମୁନାମଣୀ ସିଂ ଯୋଗଦେଇ ଫିତାକାଟି ଉଦଘାଟନ କରିଥିଲେ।

ଏହି ଅବସରରେ ରାଇରଙ୍ଗପୁର ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଆସିଟାନ୍ଟ ମ୍ୟାନେଜର୍ ପାର୍ବତୀ ସୟ୍,ମାର୍କେଟିଂ ମ୍ୟାନେଜର୍ ରବିନାରାୟଣ ପାତ୍ର ଓ ଆମ ବ୍ୟାଙ୍କର କେ.ଓ ଅମିତ କୁମାର ମହାନ୍ତ ଉକ୍ତ ବ୍ୟାଙ୍କରେ ସେଭିଙ୍ଗ୍ ଜମା ଖାତା, ଟଙ୍କା ପଠାଇବା, ଫିକ୍ସ ଡିପୋଜିଟ୍, ନୂତନ କେସିସି ପ୍ରସ୍ତାବ ନବୀକରଣ, ଏନପିଏ ଖାତା ଗୁଡିକର ପୁନରୁଦ୍ଧାର, ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା, ଭିନ୍ନକ୍ଷମ ବ୍ୟକ୍ତିଙ୍କ ଘରକୁ ଘର ଯାଇ ଟଙ୍କା ଜମା ଓ ଉଠାଇବାର ବ୍ୟବସ୍ଥା, ସରକାରଙ୍କ ପକ୍ଷରୁ ମିଳୁଥିବା ସମସ୍ତ ଯୋଜନାର ସୁବିଧା ମିଳବ ବୋଲି ଉପସ୍ଥିତ ଥିବା ଜନସାଧାରଣଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଦାସ, ଜିଆରଏସ୍ ଆରତୀ ବେହେରା, ୱାର୍ଡସଭ୍ୟ ଏସ୍.କେ ସଫି , ସମାଜସେବକ ତିଗିରାମ୍ ସିଂ ପ୍ରମୁଖ ପରିଚାଳନା କରିଥିଲେ। ଏଥିରେ ଶତାଧିକ ଜନସାଧାରଣ ଯୋଗଦେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button