ଶାରୀରିକ ସମ୍ପର୍କ ରଖିବା ସହ ବିବାହ କରିବାକୁ ଚାହୁଁଥିବାରୁ ଭିଡିଓ ଜକିଙ୍କୁ ଅପହରଣ କଲେ ମହିଳା – bajravana
[ad_1]
ହାଇଦ୍ରାବାଦ: ଶାରୀରିକ ସମ୍ପର୍କ ରଖିବା ସହ ବିବାହ କରିବାକୁ ଚାହୁଁଥିବାରୁ ଭିଡିଓ ଜକିଙ୍କୁ ଅପହରଣ କଲେ ମହିଳା | ଅଭିଯୋଗ ହେବା ପରେ ଗିରଫ କଲା ପୁଲିସ | ମାଟ୍ରିମୋନିରେ ପ୍ରୋଫାଇଲ ଦେଖିବା ପରେ ୨୭ବର୍ଷିୟ ପୀଡିତଙ୍କ ପ୍ରେମରେ ପଡିଯାଇଥିଲେ ୩୧ବର୍ଷୀୟା ଅଭିଯୁକ୍ତ | ପୀଡିତ ବିବାହ ପାଇଁ ମନା କରିବା ପରେ ବି ମହିଳା ତାଙ୍କ ପଛରେ ପଡିବା ସହ ତାଙ୍କୁ ଅପହରଣ କରିଥିଲେ ବୋଲି ଅଭିଯୋଗ ହୋଇଛି | ପୀଡିତଙ୍କ ନାମ ପ୍ରଣବ ସିଷ୍ଟଲା ବୋଲି ଜଣା ପଡିଥିବା ବେଳେ ଅଭିଯୁକ୍ତଙ୍କ ନାମ ଭୋଗିରେଡ୍ଡୀ ତ୍ରିଶନା ବୋଲି ଜଣାପଡିଛି |
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସର କହିବା ମୁତାବକ, ଭୋଗିରେଡ୍ଡୀ ବିବାହ ପାଇଁ ମାଟ୍ରିମୋନିରେ ନିଜ ପ୍ରୋଫାଇଲ ଖୋଲିଥିଲେ | ୨ବର୍ଷ ତଳେ ତାଙ୍କର ନଜର ପ୍ରଣବ ସିଷ୍ଟଲାଙ୍କ ପ୍ରୋଫାଇଲରେ ପଡିଥିଲା | କିଛି ଦିନ ପର୍ଯ୍ୟନ୍ତ କଥା ହେବା ପରେ ପ୍ରୋଫାଇଲଟି ନକଲି ବୋଲି ଜଣା ପଡିଥିଲା | କେହି ଜଣେ ପ୍ରଣବଙ୍କ ଫଟୋ ସହ ନକଲି ଆକାଉଣ୍ଟ ତିଆରି କରିଥିବା ଜାଣିପାରିଥିଲେ ଭୋଗିରେଡ୍ଡୀ | ଏହା ପରେ ସେ ସୋସିଆଲ ମିଡିଆରେ ପ୍ରଣବଙ୍କୁ ଖୋଜି ତାଙ୍କୁ ଏବିଷୟରେ ଜଣାଇଥିଲେ | ମୁଁ ଜାଣିଛି ଓ ଏ ନେଇ ଅଭିଯୋଗ କରିଛି ବୋଲି ପ୍ରଣବ, ଭୋଗିରେଡ୍ଡୀଙ୍କୁ କହିଥିଲେ | ଏହା ପରେ ବି ଭୋଗିରେଡ୍ଡୀ ବାରମ୍ବାର ମେସେଜ କରିବାରୁ ତାଙ୍କୁ ବ୍ଲକ କରିଦେଇଥିଲେ ପ୍ରଣବ | ବ୍ଲକ କରିବା ପରେ ସେ କଥା ହେବା ପାଇଁ ପ୍ରଣବଙ୍କୁ ବାରମ୍ବାର କଲ କରିବା ଆରମ୍ଭ କରିଥିଲେ | ହେଲେ ଫୋନ ଉଠାଇନଥିଲେ ପ୍ରଣବ |
ଏହା ଦେଖି ରାଗରେ ସେ ପ୍ରଣବଙ୍କ ଠିକଣା ଖୋଜିବା ସହ ତାଙ୍କ ଉପରେ ନଜର ରଖିବା ଆରମ୍ଭ କରିଥିଲେ | ଏମିତିକି ତାଙ୍କ ଗାଡ଼ିରେ ଟ୍ରାକର ମଧ୍ୟ ଲଗାଇଥିଲେ | କିଛି ଦିନ ଟ୍ରାକ କରିବା ପରେ ଫେବ୍ରୁଆରି ୧୧ରେ ତାଙ୍କୁ ଅପହରଣ କରିଥିଲେ ଭୋଗିରେଡ୍ଡୀ | ୫ଜଣଙ୍କୁ ଟଙ୍କା ଦେଇ ଭୋଗିରେଡ୍ଡୀ, ପ୍ରଣବଙ୍କ ଅପହରଣ କରାଇଥିବା ବେଳେ ତାଙ୍କୁ ମାଡ଼ ମାରିଥିଲେ | ଫୋନ ଉଠାଇବି ବୋଲି କଥା ଦେବା ପରେ ଅପହରଣକାରୀମାନେ ପ୍ରଣବଙ୍କୁ ଛାଡି ଦେଇଥିଲେ | ସୁରକ୍ଷିତ ଘରକୁ ଫେରିବା ପରେ ପ୍ରଣବ ପୁଲିସରେ ଅଭିଯୋଗ କରିବାରୁ ଏବେ ଭୋଗିରେଡ୍ଡୀଙ୍କୁ ଗିରଫ କରାଯାଇଛି | ଶାରୀରିକ ସମ୍ପର୍କ ରଖିବା ସହ ବିବାହ କରିବାକୁ ଚାହୁଁଥିବାରୁ ଭୋଗିରେଡ୍ଡୀ ଏଭଳି କରିଥିବା କହିଛି ପୁଲିସ |
[ad_2]