ଅପରାଧ

ପ୍ରାର୍ଥନା ନଶୁଣିବାରୁ ମନ୍ଦିରରୁ ଶିବଲିଙ୍ଗ ଚୋରାଇନେଲା ଯୁବକ ! – bajravana

[ad_1]

ଉତ୍ତରପ୍ରଦେଶର କୌଶମ୍ବି ଜିଲ୍ଲାର ଜଣେ ଯୁବକ ନିଜ ପସନ୍ଦର ଜଣେ ଝିଅକୁ ବିବାହ କରିବା ପାଇଁ ଆଶା ରଖିଥିଲେ। ଏଥିପାଇଁ ସେ ଶିବମନ୍ଦିରରେ ପୂଜାର୍ଚ୍ଚନା କରିଆସୁଥିଲେ। ମାତ୍ର ତାଙ୍କ ମନସ୍କାମନା ପୂରଣ ନହେବାରୁ ସେ ମନ୍ଦିରରୁ ଶିବଲିଙ୍ଗ ଚୋରି କରି ନେଇଥିଲେ। ଛୋଟୁ ନାମକ ଏହି ୨୭ ବର୍ଷୀୟ ଯୁବକ ଯେଉଁ ଝିଅକୁ ବିବାହ କରିବାକୁ ଚାହୁଁଥିଲେ ତାଙ୍କ ପରିବାର ଲୋକ ସେ ନେଇ ରାଜି ନ ଥିଲେ। ତେଣୁ ଭଗବାନ ଶିବଙ୍କ ଦ୍ବାରା କିଛି ଅଲୌକିକ ହୋଇପାରିବ ଆଶା କରି ଛୋଟୁ ପ୍ରତ୍ୟହ ସକାଳେ ତାଙ୍କ ଗାଁ ଶିବ ମନ୍ଦିରରେ ଅଧିଆ ପଡୁଥିଲେ। ମାସାଧିକ କାଳ ଏପରି କଲା ପରେ ମଧ୍ୟ ତାଙ୍କ ସ୍ବପ୍ନ ସାକାର ହୋଇନଥିଲା।

ତେଣୁ ସେ ଈଶ୍ବରଙ୍କ ଉପରେ କ୍ଷୁବ୍‌ଧ ହୋଇ ଶିବଲିଙ୍ଗକୁ ମନ୍ଦିରରୁ ଚୋରି କରିନେଇଥିଲା। ମନ୍ଦିରରୁ ଶିବଲିଙ୍ଗ ଗାଏବ ହୋଇଯାଇଥିବା କଥା ଗ୍ରାମବାସୀ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ତଦନ୍ତ ବେଳେ ଛୋଟୁକୁ ସନ୍ଦେହରେ ଅଟକ ରଖି ପଚରା ଉଚୁରା କରିବାରୁ ସେ ନିଜ ଅପରାଧ ମାନିନେଇଥିଲା। ଗତ ୧ ତାରିଖ ଭୋର୍‌ ବେଳେ ସେ ଶିବଲିଙ୍ଗକୁ ମନ୍ଦିରରୁ ଉଠାଇନେଇ ଏକ ବୁଦା ମୂଳେ ଫିଙ୍ଗିଦେଇଥିଲା ବୋଲି ସେ ପ୍ରକାଶ କରିଛି। ତା’ଠାରୁ ସୂଚନା ପାଇ ପୁଲିସ ଗ୍ରାମ ନିକଟ ଏକ ବୁଦା ମୂଳରୁ ଶିବଲିଙ୍ଗକୁ ଉଦ୍ଧାର କରିବା ପରେ ତାହାକୁ ମନ୍ଦିରରେ ପୁନଃପ୍ରତିଷ୍ଠା କରାଯାଇଛି ଏବଂ ଛୋଟୁକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button