ଓଡିଶା

ପୁରୀରେ ମୁଖ୍ୟ ଶାସନ ସଚିବ – bajravana

[ad_1]

ପୁରୀରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ବିଭିନ୍ନ ଉନ୍ନୟନମୂଳକ ଓ ସୌନ୍ଦର୍ୟ୍ୟକରଣ କାର୍ୟ୍ୟର କରୁଛନ୍ତି ସମୀକ୍ଷା । ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଆଇଜି, ଏସପି ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଅଛନ୍ତି । ସମଙ୍ଗ ଠାରେ ନିର୍ମାଣ ଚାଲିଥିବା ପାର୍କିଂ, ଶ୍ରୀସେତୁ କାର୍ୟ୍ୟର କରୁଛନ୍ତି ସମୀକ୍ଷା ।

ସୂଚନାଯୋଗ୍ୟ ଯେ, ଆସନ୍ତା ଜାନୁଆରୀ ୧୭‌ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ ।‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭକ୍ତ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ସଭିଏଁ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବେଳେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସବୁସ୍ତରରେ ସ୍ବାଗତ କରାଯାଇଛି । ବିଶେଷ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ତୁଳସୀ ଗଛ ସାଙ୍ଗକୁ ବିଭିନ୍ନ ପ୍ରକାରର ସବୁଜିମା ଗଛ ଲଗାଯାଇଥିବାରୁ ଭକ୍ତଙ୍କର ଏହା ମୁଖ୍ୟ ଆକର୍ଷଣ ପାଲଟିଛି । ଏଥିସହ ସେବାୟତ, ପୁରୁଷ ଓ ମହିଳାମାନଙ୍କ ପାଇଁ ଶୌଚାଳୟ, ଜୋତା ଷ୍ଟାଣ୍ଡ, ପରିକ୍ରମା ମାର୍ଗ, ବସିବା ପାଇଁ ବ୍ୟବସ୍ଥା କରାଯାଇଛି । 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button