ଓଡିଶା

ସ୍ଥାୟୀ ବିକାଶରେ ଛାତ୍ରଛାତ୍ରୀ ସାମିଲ ହୋଇପାରିବେ: ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ – bajravana

[ad_1]

ଭୁବନେଶ୍ବର: ମହାକାଶ ବିଜ୍ଞାନ କ୍ଷେତ୍ରରେ ପ୍ରତିଭା ଚିହ୍ନଟ କରିବା ଦିଗରେ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ(ୟାଟ୍‌ସ) ଏକ ଉପଯୁକ୍ତ ମଞ୍ଚ। ଏହାଦ୍ବାରା ବିଜ୍ଞାନରେ ରୁଚି ରଖୁଥିବା ଓଡ଼ିଶାର ପ୍ରତିଭାବାନ ଛାତ୍ରଛାତ୍ରୀ ସ୍ଥାୟୀ ବିକାଶ ପ୍ରତି ଯୋଗଦାନ କରିପାରିବେ ବୋଲି ଟାଟା ଷ୍ଟିଲ୍‌ ଓ ପଠାଣି ସାମନ୍ତ ପ୍ଲାନେ‌ଟାରିୟମ୍‌ ମିଳିତ ସହଯୋଗରେ ଆୟୋଜିତ ୟାଟ୍‌ସର ବିଜେତାଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ପ୍ଲାନେ‌ଟାରିୟମ୍‌ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରେଷ୍ଠ ୨୦ ବିଜେତା ଓ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ କହିଲେ, ୟାଟ୍‌ସ ଶୁଭାରମ୍ଭଠାରୁ ଲୋକପ୍ରିୟତା ହାସଲ କରୁଛି। ରାଜ୍ୟର ୩୦ ଜିଲ୍ଲାର ୮୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ୟାଟ୍‌ସ ଏକ ପ୍ଲାଟଫର୍ମ ଭାବରେ ବିକଶିତ ହୋଇଛି, ଯାହାକି ଅଭିନବ ଚିନ୍ତା କରିବାକୁ ଯୁବବର୍ଗକୁ ଉତ୍ସାହିତ କରୁଛି। ଏହି କାର୍ଯ୍ୟକ୍ରମ ଓଡ଼ିଶାର ମହାନ ବରପୁତ୍ର ପଠାଣୀ ସାମନ୍ତଙ୍କୁ ଶ୍ରଦ୍ଧାଞ୍ଜଳି। ପ୍ରତିବର୍ଷ ଏହି ଅନନ୍ୟ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରୁଥିବାରୁ ଟାଟା ଷ୍ଟିଲ୍‌ ଓ ପଠାଣି ସାମନ୍ତ ପ୍ଲାନେଟୋରିୟମକୁ ଅଭିନନ୍ଦନ ଏବଂ ଆଗାମୀ ସଂସ୍କରଣ ପାଇଁ ଶୁଭେଚ୍ଛା।

ପୁରସ୍କାର ବିତରଣ ଉତ୍ସବରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଭାଗୀୟ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍‌, ଯୁଗ୍ମ ସଚିବ ୟେଦୁଲା ବିଜୟ ଓ ଟାଟା ଷ୍ଟିଲ୍‌ କର୍ପୋରେଟ୍ ସର୍ଭିସେସ୍‌ର ଉପାଧ୍ୟକ୍ଷ ଚାଣକ୍ୟ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଟାଟା ଷ୍ଟିଲ୍‌ର କର୍ପୋରେଟ୍ ସର୍ଭିସେସ୍ ଉପାଧ୍ୟକ୍ଷ ଶ୍ରୀ ଚୌଧୁରୀ କହିଲେ ୟାଟ୍‌ସର ପ୍ରତ୍ୟେକ ସଂସ୍କରଣରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଏହାର ମୂଲ୍ୟ ଓ ସଫଳତାର ଏକ ଜ୍ୱଳନ୍ତ ପ୍ରମାଣ। ୟାଟ୍‌ସର ୨୦୨୩ ସଂସ୍କରଣ ଭାରତର ସବୁଠାରୁ ସଫଳ ମହାକାଶ ଅଭିଯାନ ଚନ୍ଦ୍ରଯାନ-୩କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି।
ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟରେ ପ୍ରତ୍ୟକ୍ଷ ଭାବେ ପରିଚାଳିତ ଏକ କୁଇଜ୍‌ ଏବଂ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବହୁଚୟନୀୟ ପ୍ରଶ୍ନ ମୂଲ୍ୟାୟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାର ଶ୍ରେଷ୍ଠ ୫ଜଣ ବିଜେତାଙ୍କ ସହିତ ମୋଟ ୨୦ ଜଣ ଛାତ୍ରଛାତ୍ରୀ ଓ ସେମାନଙ୍କ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ୨୦୨୪ ଜୁନ୍‌ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଏକ କେନ୍ଦ୍ର ପରିଦର୍ଶନରେ ନିଆଯିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button