୭୦ ଜଣଙ୍କୁ ଆଗୁଆ ଟିକେଟ୍ ଦେବ କଂଗ୍ରେସ: ୭ଜଣଙ୍କୁ ନେଇ କୋର କମିଟି ଗଠିତ, ପୁଣିଥରେ ବସିବ ବୈଠକ – bajravana
[ad_1]
ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ଖୁବଶୀଘ୍ର ତାରିଖ ଘୋଷଣା ହୋଇପାରେ। ନିର୍ବାଚନୀ ବିଗୁଲ ବାଜିବା ପୂର୍ବରୁ କଂଗ୍ରେସ ନିଜର ଟିକେଟ କସରତ ଆରମ୍ଭ କରିଦେଇଛି। ଚଳିତବର୍ଷ ରାଜ୍ୟ କଂଗ୍ରେସ ୭୦ ଆସନରେ ଆଗୁଆ ପ୍ରାର୍ଥୀ ଘୋଷଣା କରିବ। ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ ଏହି ଘୋଷଣା ହେବ। ଯାହାଫଳରେ ପ୍ରାର୍ଥୀମାନେ ପ୍ରଚାର ପାଇଁ ଯଥେଷ୍ଟ ସମୟ ପାଇବେ ବୋଲି ଦଳ ଚିନ୍ତା କରୁଛି। ସାଧାରଣ ନିର୍ବାଚନ ନେଇ ଆଜି ପ୍ରଦେଶ ନିର୍ବାଚନ କମିଟି(ପିଇସି)ର ବୈଠକ ବସିଥିଲା। ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ୨୩ଜଣ ସଦସ୍ୟ ଯୋଗ ଦେଇଥିଲେ। ଚଳିତବର୍ଷ ଟିକେଟ୍ ବଣ୍ଟନରେ ସ୍ବଚ୍ଛତା ଆଣିବା ଲାଗି କଂଗ୍ରେସ ପକ୍ଷରୁ ‘ପ୍ରଗମନ’ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ଅନ୍ଲାଇନ୍ରେ ଜରିଆରେ ଯେଉଁ ପ୍ରାର୍ଥୀମାନେ ଆବେଦନ କରିଛନ୍ତି ତାହା ଉପରେ ବୈଠକରେ ଆଲୋଚନା ହୋଇଥିଲା। ଏଥିରେ ବିଧାୟକ ପାଇଁ ୩ହଜାର ଓ ସଂସଦ ପାଇଁ ୭ଶହ ପ୍ରାର୍ଥୀ ଆବେଦନ କରିଛନ୍ତି। ‘ପ୍ରଗମନ’ରେ ଆବେଦନ କରିବା ଲାଗି ଯେଉଁସବୁ ସର୍ତ୍ତ ରହିଥିଲା ତାହାକୁ ଯେଉଁ ଆଶାୟୀମାନେ ପୂରଣ କରି ନ ଥିଲେ ସେମାନଙ୍କୁ ପ୍ରାର୍ଥୀ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବୈଠକରୁ ମିଳିଥିବା ସୂଚନା ଅନୁସାରେ, ଗୋଟିଏ ଆସନ ପାଇଁ ୩ଜଣ ଆଶାୟୀଙ୍କ ନାଁ ଦିଲ୍ଲୀ ପଠାଯିବ। ଅଳ୍ପ ଭୋଟରେ ହାରିଥିବା ଆସନରେ ପ୍ରଥମେ ପ୍ରାର୍ଥୀ ଘୋଷଣା କରାଯିବ। ବାରମ୍ବାର ହାରୁଥିବା ନେତାଙ୍କୁ ଟିକେଟ୍ ମିଳିବ ନାହିଁ। ତେବେ ଗତ ନିର୍ବାଚନରେ କମ୍ ବ୍ୟବଧାନରେ ହାରିଥିବା ନେତାଙ୍କ ଯଦି ସଂଗଠନ ନ ଥିବ ତାଙ୍କୁ ଟିକେଟ୍ ମନା। ମହିଳା ଓ ଯୁବବର୍ଗଙ୍କୁ ଏଥର ଗୁରୁତ୍ବ ଦିଆଯିବ। ଆଜି ହୋଇଥିବା ବୈଠକରେ ନିଷ୍କର୍ସ ବାହାରିପାରିନାହିଁ। ଏଥିପାଇଁ ଖୁବଶୀଘ୍ର ପିଇସିର ଆଉ ଏକ ବୈଠକ ବସିବ। ଏହାସହ ପ୍ରଦେଶ କଂଗ୍ରେସର ୭ଜଣ ବରିଷ୍ଠ ନେତାଙ୍କୁ ଏକ କୋର କମିଟି ଗଠନ କରାଯାଇଛି। ଏହି କମିଟି ପିସିସି ସଭାପତିଙ୍କ ସମେତ ୩ ପୂର୍ବତନ ସଭାପତି, ପ୍ରଚାର କମିଟି ଅଧ୍ୟକ୍ଷ, ମହିଳା ସଭାନେତ୍ରୀ ରହିଛନ୍ତି। ଏହି କୋର କମିଟି ଆଶାୟୀ ପ୍ରାର୍ଥୀଙ୍କ ତର୍ଜମା କରିବା ସହ ତାଲିକା ସ୍କ୍ରିନିଂ କମିଟିକୁ ପଠାଇବେ। ପ୍ରଥମ ପର୍ଯ୍ୟାୟରେ ବିଧାୟକ ପ୍ରାର୍ଥୀଙ୍କ ସମେତ ପ୍ରାୟ ୧୦ଜଣ ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ। ଅନ୍ୟ ୭୭ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ବିଳମ୍ବ ହେବ ବୋଲି ସୂଚନା ମିଳିଛି।
କଂଗ୍ରେସର ପିଇସି ବୖଠକ, ପ୍ରଭାରୀଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ
ଭୁବନେଶ୍ବର: ପ୍ରଦେଶ କଂଗ୍ରେସ କମିଟି ନିର୍ବାଚନ କମିଟି ବୈଠକକୁ ନେଇ ଚାପା ଅସନ୍ତୋଷ ଦେଖାଦେଇଛି। ବୈଠକରେ ଜିଲ୍ଲା କମିଟି କିମ୍ବା ବରିଷ୍ଠ ନେତାମାନଙ୍କର ଦ୍ବାରା ସୁପାରିସ୍ କରାଯାଇଥିବା ଆଶାୟୀଙ୍କ ତାଲିକାକୁ ନେଇ କୌଣସି ଆଲୋଚନା ହୋଇପାରିନାହିଁ। ଏହାସହ ପ୍ରଗମନ ମାଧ୍ୟ୍ୟମରେ ଆସିଥିବା ତାଲିକା ସଦସ୍ୟମାନଙ୍କର ସମ୍ମୁଖରେ ଉପସ୍ଥାପିତ କରାଯାଇନାହିଁ। ଏଥିସହିତ, ବୈଠକରେ ପ୍ରଭାରୀ ଡକ୍ଟର ଅଜୟ କୁମାର ମଧ୍ୟ ଉପସ୍ଥିତ ନଥିଲେ। ଏହିସବୁ କାରଣ ପାଇଁ ଅସନ୍ତୋଷ ପ୍ରକାଶ ପାଇଥିବା ଜଣାପଡ଼ିଛି।
ଆଜି ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ବୈଠକ ବସିଥିଲା। ହସ୍ତଗତ ସୂଚନା ଅନୁସାରେ, ନିର୍ବାଚନମଣ୍ଡଳୀୱାରୀ ଆଶାୟୀଙ୍କ ତାଲିକା ନଥିବାରୁ ସଦସ୍ୟମାନେ ବୈଠକରେ କୌଣସି ନିଷ୍ପତ୍ତି ନେଇ ପାରିନଥିଲେ। ଏଥିସହିତ, ରାଜ୍ୟର ୧୪୭ ବିଧାନସଭା ଏବଂ ୨୧ ଲୋକସଭା ଆସନ ମଧ୍ୟରୁ କେଉଁ ଆସନରେ ମେଣ୍ଟ ହେବ କିମ୍ବା ହେବନାହିଁ, ସେ ସମ୍ପର୍କରେ ମଧ୍ୟ ସ୍ପଷ୍ଟ ସୂଚନା ନଥିଲା। ତେବେ, ନୂତନ ରଣନୀତିସ୍ବରୂପ ରାଜ୍ୟର ବରିଷ୍ଠ ନେତାମାନଙ୍କୁ ଲୋକସଭା ଓ ଯୁବନେତୃତ୍ବଙ୍କୁ ବିଧାନସଭା ପାଇଁ ପ୍ରାର୍ଥୀ କରିବାକୁ ମଧ୍ୟ୍ୟ କିଛି ସଦସ୍ୟ ପ୍ରସ୍ତାବ ଦେଇଥିଲେ। ଗତ ନିର୍ବାଚନରେ କମ୍ ଭୋଟ ପାଇଥିଲେ ମଧ୍ୟ ନିର୍ବାଚନମଣ୍ଡଳୀରେ ସକ୍ରିୟ ଥିବା ପ୍ରାର୍ଥୀମାନଙ୍କୁ ଅଗ୍ରାଧିକାର ଦେବାପାଇଁ ମତ ପ୍ରକାଶ ପାଇଥିଲା। ଯୁବ, ଛାତ୍ର ଓ ମହିଳାମାନେ କିଭଳି ଅଧିକସଂଖ୍ୟାରେ ପ୍ରତିଦ୍ବନ୍ଦ୍ବିତା କରିବେ, ସେନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ଅନ୍ୟପକ୍ଷରେ, ପରବର୍ତ୍ତୀ ବୈଠକ କେବେ ବସିବ ସେସମ୍ପର୍କରେ ସ୍ଥିର ହୋଇପାରିନଥିଲା। ୨୦୧୪ ମସିହା ଢାଞ୍ଚାରେ ପରବର୍ତ୍ତୀ ପିଇସି ଦିଲ୍ଲୀରେ ବସିବାର ଅଧିକ ସମ୍ଭାବନା ଅଛି ବୋଲି ଜଣେ ବରିଷ୍ଠ ସଦସ୍ୟ ପ୍ରକାଶ କରିଛନ୍ତି।
[ad_2]