ଓଡିଶା

ପୁରୁଣା ପେନ୍‌ସନ୍‌ ଦାବିରେ କର୍ମଚାରୀ ଓ ଶିକ୍ଷକଙ୍କ ବିକ୍ଷୋଭ – bajravana

[ad_1]

ଭୁବନେଶ୍ବର: ନୂତନ ପେନ୍‌ସନ୍ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନ୍‌ସନ୍ ଲାଗୁ କରିବା ନିମନ୍ତେ ଆଜି ଲୋୟର ପିଏମ୍‌ଜିଠାରେ ପୁରୁଣା ପେନ୍‌ସନ୍ ପାଇଁ ଜାତୀୟ ଆନ୍ଦୋଳନ (ଏନ୍ଏମ୍ଓପିଏସ୍) ଓଡ଼ିଶା ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ପ୍ରଦର୍ଶନରେ ପ୍ରାୟ ୪୨ଟି ବିଭାଗର ୨୫୦ରୁ ଊର୍ଦ୍ଧ୍ବ ସଂଗଠନର କର୍ମକର୍ତ୍ତାମ‌ାନେ ଯୋଗ ଦେଇଥିଲେ। ସେମାନଙ୍କ ପକ୍ଷରୁ କୁହାଯାଇଥିଲା ଯେ କେନ୍ଦ୍ର ସରକାର ୨୦୦୪ ମସିହାରେ ଓ ରାଜ୍ୟ ସରକାର ୨୦୦୫ ମସିହାରେ ପୁରୁଣା ପେନ୍‌ସନ୍ ଉଚ୍ଛେଦ କଲେ ଓ ନୂତନ ପେନ୍‌ସନ୍ ବ୍ୟବସ୍ଥା ଲାଗୁ ହେଲା। ଫଳରେ ହଜାର ହଜାର ସରକାରୀ କର୍ମଚାରୀ ୩୦ ରୁ ୪୦ ବର୍ଷ ଚାକିରି କରି ଅବସର ପରେ ୧୦୦୦ ରୁ ୨୦୦୦ ଟଙ୍କା ପେନ୍‌ସନ୍‌ ପାଇ ଅତି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଅଥଚ ବିଧାୟକ ଓ ସାଂସଦଙ୍କର ପୁରୁଣା ପେନ୍‌ସନ୍ ପୂର୍ବପରି ପାଉଛନ୍ତି।

ଇତିମଧ୍ୟରେ କେନ୍ଦ୍ର ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇ ନୂତନ ପେନ୍‌ସନ୍ ଉପରେ ଅନୁଧ୍ୟାନ କରାଯାଇଛି। ଏହାକୁ ସଂଗଠନ ତରଫରୁ ଦୃଢ ବିରୋଧ କରିବା ସହ ନୂତନ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ନୁହେଁ ଆମକୁ ଅବିକଳ ପୁରୁଣା ପେନ୍‌ସନ୍ ଦରକାର ବୋଲି ସେମାନେ କହିଥିଲେ। ଛତିଶଗଡ଼, ରାଜସ୍ଥାନ, ଝାଡ଼ଖଣ୍ଡ, ପଞ୍ଜାବ ଓ ହିମାଚଳ ପ୍ରଦେଶ, ସିକିମ୍ ରାଜ୍ୟ କର୍ମଚାରୀମାନଙ୍କର ଗୁରୁତର ସ୍ୱାର୍ଥକୁ ଦୃଷ୍ଟିରେ ପୁରୁଣା ପେନ୍‌ସନ୍ ଲାଗୁ କରିଛନ୍ତି। ଏନ୍ଏମ୍ଓପିଏସ୍ ଓଡ଼ିଶା ତରଫରୁ ଚାରିଲକ୍ଷ କର୍ମଚାରୀ ଓ ସେମାନଙ୍କ ପରିବାର ସର୍ବମୋଟ୍ ୪୦ ଲକ୍ଷ ଲୋକଙ୍କର ଗୁରୁତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନୂତନ ପେନ୍‌ସନ୍ ବ୍ୟବସ୍ଥା ଉଚ୍ଛେଦ ସହ ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ଲାଗୁ ପାଇଁ ଦାବି କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ସଭାପତି ବିଜୟ ମଲ୍ଲ, ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ, ସଂଯୋଜକ ଇତ୍‌କାର ଅହମ୍ମଦ, ରାଜେଶ ମହାନ୍ତି, କାର୍ଯ୍ୟକାରୀ ସଭାପତି ବଙ୍କିମ ଚନ୍ଦ୍ର ସାଗର, ବିଭୂପ୍ରସାଦ ସାହୁ, ବିକ୍ରମ ରଥ, ବ୍ରହ୍ମାନନ୍ଦ ମହାରଣା, ଖଗେନ୍ଦ୍ର ପାଲ, ସୁରେଶ ପଟ୍ଟନାୟକ ପ୍ରମୁଖ ‌ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button