ଓଡିଶା

ଉପାନ୍ତରେ ବିପର୍ଯ୍ୟସ୍ତ ସରକାରୀ ସ୍ବାସ୍ଥ୍ୟସେବା; ରୋଗୀଙ୍କୁ ଲୁଟୁଛନ୍ତି ବେଆଇନ କ୍ଲିନିକ୍‌! – bajravana

[ad_1]

ଚିକିତ୍ସା କରୁଛନ୍ତି କ୍ବାକ୍‌ ଓ ଔଷଧ ବିକାଳି

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ନୂଆଗାଁ ବ୍ଲକର ସୋରଡ଼ା। ଏଠି ରହିଛି ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର। ଅଛନ୍ତି ଜଣେ ମାତ୍ର ଡାକ୍ତର। ରୋଗୀମାନଙ୍କୁ ୮ ଘଣ୍ଟା ପରିବର୍ତ୍ତେ ଦେଖୁଛନ୍ତି ମାତ୍ର ୩/୪ ଘଣ୍ଟା। ଖଏରଟୋଲା ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ବି ସମାନ ଅବସ୍ଥା। ଡାକ୍ତର ଅଛନ୍ତି କିନ୍ତୁ ଠିକ୍‌ ସମୟରେ ଆସୁନାହାନ୍ତି। ବିଶ୍ରା ବ୍ଲକ ଅନ୍ତର୍ଗତ ଜରେଇକେଲାର ଧାତକଡିହି ସ୍ବାସ୍ଥ୍ୟ କେନ୍ଦ୍ର। ଡାକ୍ତର ଆସୁଛନ୍ତି, ୨/୩ ଘଣ୍ଟା ପରେ ଉଭାନ ହୋଇଯାଉଛନ୍ତି। ସେହି ସମାନ ସମସ୍ୟା କୁଆରମୁଣ୍ଡା ବ୍ଲକର ରା‌ଏବେଗୋ। ଡାକ୍ତର ରୋଗୀ ଦେଖୁଛନ୍ତି। ହେଲେ ୩/୪ ଘଣ୍ଟା ପରେ କେହି ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ପାଉନାହାନ୍ତି। ସୁନ୍ଦରଗଡ଼ ଜିଲ୍ଲାର କେବଳ ତିନିଟି ବ୍ଲକ ନୁହେଁ ପ୍ରାୟ ଅଧିକାଂଶ ବ୍ଲକରେ ମାସ ମାସ ଧରି ରୋଗୀମାନଙ୍କୁ ଏମିତି ଠକୁଛନ୍ତି ନିଯୁକ୍ତି ପାଇଥିବା ଡାକ୍ତର। ଯାହାର ଭରପୁର ଫାଇଦା ଉଠାଉଛନ୍ତି ବେଆଇନ କ୍ଲିନିକ୍‌। ସରକାରଙ୍କ ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ ମନଇଚ୍ଛା କ୍ଲିନିକ୍‌ ଖୋଲିଛନ୍ତି। ବିନା ପଞ୍ଜିକରଣ ଓ ବିନା ଲାଇସେନ୍ସରେ ଏମିତି ଛତୁ ଫୁଟିଲା ପରି ଗୋଟିଏ ପରେ ଗୋଟିଏ କ୍ଲିନିକ୍‌ ଖୋଲୁଥିଲେ ହେଁ ପ୍ରତିବନ୍ଧକ ରହୁନି। ଯାଞ୍ଚ ହେଉନି କି , ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନାହିଁ। କେଉଁଠି ବିନା ଡାକ୍ତରରେ ଚାଲିଛି। ପୁଣି କେଉଁଠି କ୍ବାକ୍‌ ତ ଅନ୍ୟ କେଉଁଠି ଔଷଧ ବିକାଳିମାନେ ରୋଗୀ ଦେଖୁଛନ୍ତି।

ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ଉପାନ୍ତ ଗାଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ମନଇଚ୍ଛା ଲୁଟୁଛନ୍ତି। ନୂଆଗାଁ ବ୍ଲକର ହାତୀବାରି, ପୁରୁଣାପାଣି, ସୋରଡା, ଚେତାପେଡି, କାତେପୁର, ବାଗଡେଗା, ବିଶ୍ରା ବ୍ଲକର ଡରେଇକେଲା, ଜରେଇକେଲା, ଭାଲୁଲତା, ମହିପାଣି ଆଦି ସୀମାନ୍ତ ଅଞ୍ଚଳରେ ମାଳ ମାଳ ବେଆଇନ କ୍ଲନିକ୍‌ଗୁଡ଼ିକ ଚାଲିଛି। ଯେଉଁଠି କେବଳ ସ୍ଥାନୀୟ ଲୋକ ନୁହେଁ ପଡୋଶୀ ଝାଡ଼ଖଣ୍ଡର ରୋଗୀମାନେ ଚିକିତ୍ସିତ ହେଉଛନ୍ତି। କୁଆରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବୋଗା ସମେତ ଲାଠିକଟା, କୋଇଡା, ରାଏବୋଗା, ଲହୁଣିପଡା, ଗୁରୁଣ୍ଡିଆ, ହେମଗିରି, ଟାଙ୍ଗରପାଲି, ବଡଗାଁ, ବାଲିଶଙ୍କରା, ଲେଫ୍ରିପଡା ଆଦି ବ୍ଲକରେ ମଧ୍ୟ ଏମିତି କିଛି ବେଆଇନ କ୍ଲିନିକ୍‌ ରହିଛି। ସବୁଠୁ ଆଶ୍ଚର୍ଯ୍ୟ କଥା, କିଛି ସ୍ଥାନରେ ଖଟିଆରେ ରୋଗୀମାନଙ୍କୁ ସାଲାଇନ୍‌ ଦିଆଯାଉଛି। ଲାଠିକଟା ବ୍ଲକର ଟାଇଁସର, ବିର୍‌ଡା, ବିରକେରା, ଡିସ୍‌କୋ ଛକ ଆଦି ଅଞ୍ଚଳରେ କିଛି ଔଷଧ ଦୋକାନରେ ଗୋଟିଏ ଗୋଟିଏ କ୍ଲିନିକ୍‌ ଖୋଲି ରୋଗୀମାନଙ୍କୁ ଚିକିତ୍ସା କରୁଛନ୍ତି। ଯେଉଁଠି ଫାର୍ମାସିଷ୍ଟମାନେ ଚିକିତ୍ସା କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ ଆଣିଛନ୍ତି। ପିଏଚ୍‌ସି ଓ ସିଏଚ୍‌ସି ଗୁଡ଼ିକରେ ଚିକିତ୍ସାସେବା ଠିକ୍‌ ନଥିବାରୁ ଅଧିକାଂଶ ରୋଗୀ ବେଆଇନ କ୍ଲିନିକ୍‌ଗୁଡ଼ିକୁ ଯିବାକୁ ବାଧ୍ୟ ହେଉଛନ୍ତି। ଉପାନ୍ତ ବ୍ଲକରେ ବେଆଇନ କ୍ଲିନିକ୍‌ଗୁଡ଼ିକ ସ୍ଥିତି ଆହୁରି ସଙ୍ଗୀନ। ଅଘଟଣ ଘଟିବା ପୂର୍ବରୁ ନିୟମିତ ବ୍ୟବଧାନ‌େ ଯାଞ୍ଚ ହେବାର ଆଶ୍ୟକତା ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଧରଣୀ ରଞ୍ଜନ ଶତପଥୀ କହିଛନ୍ତି,‌ ଏମିତି ହେବା କଥା ନୁହେଁ। ସେମାନଙ୍କୁ ତାଗିଦ କରିବା ପାଇଁ ବ୍ଲକ ସିଏଚ୍‌ସି ଅଧିକାରୀଙ୍କୁ କହିବି ବୋଲି କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button