ମନୋରଞ୍ଜନ

ଟିକ୍‌ଟକ୍‌ରୁ ନାୟିକା – bajravana

[ad_1]

କିଶୋରୀଜଣକ ଟିକ୍‌ଟକ୍‌ କରୁଥିଲେ। ହଠାତ୍ ତାଙ୍କ ଅଭିନୟରେ ପ୍ରଭାବିତ ହୋଇ ଜଣେ ନିର୍ଦ୍ଦେଶକ ତାଙ୍କୁ ଯୋଗାଯୋଗ କଲେ। ସିଧା ପଚାରିଲେ, ଫିଲ୍ମରେ ହିରୋଇନ୍ ହେବ? କିଶୋରୀ ଏକଥା ଶୁଣି ଚମକି ପଡ଼ିଲେ। କିନ୍ତୁ, କାଳବିଳମ୍ବ ନ କରି ‘ହଁ’ ବୋଲି ଉତ୍ତର ଦେଇଥିଲେ।
ଯେଉଁ ଦିନ ଅଫର୍ ପାଇଲେ, ସେହିଦିନ ବାପାମା’ଙ୍କ ସହିତ କଟକ ଆସି ନିର୍ଦ୍ଦେଶକ ଟି. ଗଣେଶଙ୍କୁ ଭେଟିଲେ ଓ ‘ମୋ ଜୀବନ ତୋ ନାଆଁରେ’ ସିନେମାର ନାୟିକା ଭାବେ ଚୁକ୍ତିବଦ୍ଧ ହେଲେ। ଏଥିପାଇଁ ତାଙ୍କୁ ସ୍କ୍ରିନ୍ ଟେଷ୍ଟ୍ ଦେବାକୁ ପଡ଼ି ନ ଥିଲା। ଖାଲି ସେତିକି ନୁହେଁ, ସେହି ଦିନ ବି ସେ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ। ଏଭଳି ବିରଳ ସୁଯୋଗ ପାଇଥିବା କିଶୋରୀ ହେଲେ ଆଜିକାର ଜଣାଶୁଣା ଟେଲିନାୟିକା ମାମା ରାଉତ।
ମାମା ପ୍ରଥମେ ପପୁ ପମ୍‌ପମ୍‌ଙ୍କ ୟୁଟ୍ୟୁବ୍ ଚାନେଲ୍‌ରେ ସ୍ବଚ୍ଛ ଭାରତ ଯୋଜନା ଉପରେ ଆଧାରିତ ଏକ କ୍ଷୁଦ୍ର ଭିଡିଓରେ ନଜର ଆସିଥିଲେ। ଯଦିଓ ‘ମୋ ଜୀବନ ତୋ ନାଆଁରେ’ ତାଙ୍କ ଅଭିନୀତ ପ୍ରଥମ ସିନେମା ଥିଲା, ହେଲେ ଟି-ଗଣେଶଙ୍କ ନିର୍ଦ୍ଦେଶିତ ‘ଜଙ୍ଗଲ’ ତାଙ୍କର ପ୍ରଥମ ମୁକ୍ତିପ୍ରାପ୍ତ ଓଡ଼ିଆ ସିନେମା।
ଏଥିରେ ସୂରଜ ଓ ଆହନାଙ୍କ ସହ ମାମା ଲିଡ୍ ରୋଲ୍‌ରେ ଥିଲେ।
ମାମା ତା’ପରେ ତରଙ୍ଗରେ ପ୍ରସାରିତ ‘ଝିଅ ଆମର ନୂଆବୋହୂ’ ମେଗା ଧାରାବାହିକରେ ଅଭିନୟ କରିଥିଲେ। ଏଥିରେ ତାଙ୍କ ଅଭିନୀତ ଚରିତ୍ର ଅର୍ଚ୍ଚନା ପାଇଁ ଚର୍ଚ୍ଚାକୁ ଆସିଥିଲେ ସେ। ସଂପ୍ରତି ସେ ସିଦ୍ଧାର୍ଥ ଚାନେଲ୍‌ରେ ପ୍ରସାରିତ ନୂଆ ମେଗା ଧାରାବାହିକ ‘ସିନ୍ଦୂର ନୁହେଁ ଖେଳଘର’ରେ ଲିଡ୍ ରୋଲ୍‌ରେ ନଜର ଆସୁଛନ୍ତି। ଏଥିରେ ମାମାଙ୍କ ଅଭିନୀତ ଚରିତ୍ରର ନାଆଁ ଅଙ୍କିତା। ଏଥିରେ ତାଙ୍କୁ ଅଭିନେତା ପୁନିତଙ୍କ ବିପକ୍ଷରେ ଦେଖିବାକୁ ମିଳୁଛି।
ମାମାଙ୍କୁ ତରଙ୍ଗର ଟେଲି ସିନେମା ‘ଇଏ ବି ଗୋଟେ ଲଭ୍ ଷ୍ଟୋରି’ରେ ଅତିଥି ଭୂମିକାରେ ଦେଖିବାକୁ ମିଳିଥିଲା। ସେ ଇତିମଧ୍ୟରେ ‘ହେଲାରେ ଇସ୍କ ହେଇଗଲାରେ’, ‘ନା ନା ଜଳାନା’, ‘ଆଜି ବି ମୁଁ ତତେ ଖୋଜୁଛି’, ‘ସାରା ଜୀବନକୁ କରିବି ଅପେକ୍ଷା’ ଓ ‘ସୁଇଟ୍ ସିକ୍ସଟିନ୍ ବେବି’ ଆଦି ମ୍ୟୁଜିକ୍ ଭିଡିଓରେ ବି ନାୟିକା ବନି ଲୋକପ୍ରିୟତା ସାଉଁଟିଛନ୍ତି।

ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ମାମାଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ। ହେଲେ ସେ ପିତାମାତାଙ୍କ ସହ ଭୁବନେଶ୍ବରରେ ରହୁଛନ୍ତି। ନିର୍ଦ୍ଦେଶକ ଟି. ଗଣେଶ ତାଙ୍କର ପ୍ରେରଣା ବୋଲି କହନ୍ତି ମାମା। ଭବିଷ୍ୟତରେ ଜଣେ ଲୋକପ୍ରିୟ ନାୟିକା ହେବାର ଇଚ୍ଛା ରଖନ୍ତି ସେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button