ମନୋରଞ୍ଜନ

ପତ୍ନୀଙ୍କ ପାଇଁ ଛୋଟ ଦୋକାନରୁ ଚକୋଲେଟ କିଣିଲେ ୟଶ, ଭାଇରାଲ ହେଲା ଫଟୋ – bajravana

[ad_1]

ମୁମ୍ବାଇ: ‘କେଜିଏଫ୍‌-୨’ ରିଲିଜ୍‌ ହେବା ପରେ କନ୍ନଡ ଅଭିନେତା ୟଶ୍‌ଙ୍କ ଚାହିଦା‌ ଖୁବ ଅଧିକ ବଢ଼ିଛି। ଏବେ ଅନେକ ବଡ଼ ବଜେଟ ଫିଲ୍ମର ଅଫର ତାଙ୍କ ପାଖକୁ ଆସୁଥିବା ବେଳେ ନିଜର ପାରିଶ୍ରମିକ ବଢ଼ାଇଛନ୍ତି ରକିଂ ଷ୍ଟାର ୟଶ। ଆଗକୁ ତାଙ୍କର ଫିଲ୍ମ ‘କେଜିଏଫ୍-୩’ ଓ ‘ଟକ୍ସିକ୍’ ଆସିବାକୁ ଯାଉଥିବା ବେଳେ ଏବେ ଲୋକପ୍ରିୟତା ସହ ବଢିଛି ତାଙ୍କର ସମ୍ପତ୍ତି। କୁହାଯାଉଛି ଯେ, ଅଭିନେତା ଫିଲ୍ମ ବ୍ୟତୀତ ବିଭିନ୍ନ ବିଜ୍ଞାପନ ଓ ବ୍ୟବସାୟରେ ନିବେଶ କରି ଟଙ୍କା ଆୟ କରନ୍ତି।

ତେବେ କୋଟି କୋଟି ଟଙ୍କାର ମାଲିକ ହୋଇ ବି ୟଶ ଛୋଟ ଦୋକାନରୁ ଚକୋଲେଟ କିଣି ଖାଇବାକୁ ପସନ୍ଦ କରୁଥିବା ଜଣାପଡିଛି | ଏବେ ଭାଇରାଲ ହେଉଥିବା ଫଟୋରୁ ତାହା ସ୍ପଷ୍ଟ ହୋଇଛି | ସୋସିଆଲ ମିଡିଆରେ ଏବେ ଯେଉଁ ଫଟୋ ଭାଇରାଲ ହେଉଛି ସେଥିରେ ୟଶ ପତ୍ନୀ ରାଧିକା ପଣ୍ଡିତଙ୍କ ପାଇଁ ଏକ ଛୋଟ ଦୋକାନରୁ ଚକୋଲେଟ କିଣୁଥିବା ଦେଖିବାକୁ ମିଳିଛି | ଫଟୋରେ ରାଧିକା ଦୋକାନ ଆଗରେ ବସି ଚକୋଲେଟ ଖାଉଥିବାର ଦେଖାଯାଇଛି |

ଯଦି ଆମେ ୟଶଙ୍କ ମୋଟ ସମ୍ପତ୍ତି ଦେଖିବା ତେବେ ସେ ୫୩କୋଟି ଟଙ୍କାର ମାଲିକ ଅଟନ୍ତି। କେଜିଏଫ୍ ପୂର୍ବରୁ ତାଙ୍କର ଲୋକପ୍ରିୟତା କମ ଥିବାରୁ ସେ ‘କେଜିଏଫ୍’ ପାଇଁ ମାତ୍ର ୨୫କୋଟି ଟଙ୍କା ପାରିଶ୍ରମିକ ନେଇଥିଲେ। ହେଲେ କେଜିଏଫ୍ ପରେ ସେ ନିଜର ପାରିଶ୍ରମିକ ବଢ଼ାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button