ସ୍କୁଲରେ ସ୍ୱାମୀଙ୍କ ଏଭଳି କାମ ପାଇଁ ବ୍ରେକଅପ କରିଦେଇଥିଲେ ଇଶା – bajravana
[ad_1]
ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଝିଅ ତଥା ଅଭିନେତ୍ରୀ ଇଶା ଦେଓଲ ତାଙ୍କ ଅଭିନୟ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ହେବ ଇଶା ଦେଓଲ ନିଜ ବୈବାହିକ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି | କିଛି ଦିନ ତଳେ ଚର୍ଚ୍ଚା ହୋଇଥିଲା ଯେ, ଅଭିନେତ୍ରୀ ତାଙ୍କ ସ୍ୱାମୀ ଭରତ ତଖତାନୀଙ୍କଠାରୁ ଅଲଗା ହୋଇଛନ୍ତି | ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଥିବା କଥା ସ୍ୱୀକାର କରିଥିଲେ |
Sambad is now on WhatsApp
Join and get latest news updates delivered to you via WhatsApp
ଏବେ ଦୁହେଁ ନିଜ ୧୧ବର୍ଷର ସମ୍ପର୍କ ଭାଙ୍ଗିବା ପରେ ଇଶାଙ୍କ ଏକ ପୁରୁଣା ସାକ୍ଷାତକାର ଭାଇରାଲ ହେବାରେ ଲାଗିଛି | ଏହି ସାକ୍ଷାତକାରରେ ସେ ଭରତ ତଖତାନୀଙ୍କ ସହ ସ୍କୁଲରେ ଥିବା ତାଙ୍କ ସମ୍ପର୍କ ବିଷୟରେ କହିଥିଲେ | ନବମରେ ପଢିବା ବେଳେ ଭରତ ତଖତାନୀ ଓ ଇଶା ପ୍ରେମ ସମ୍ପର୍କରେ ଥିଲେ | ଦିନେ ବାହାରକୁ ଯାଇଥିବା ବେଳେ ଭରତ ତାଙ୍କ ହାତ ଧରି ଦେବାରୁ ଇଶା ତାଙ୍କ ସହ ବ୍ରେକଅପ କରିଦେଇଥିଲେ | ପ୍ରାୟ ୧୦ବର୍ଷ ପର୍ଯ୍ୟନ୍ତ ଦୁହେଁ ପରସ୍ପର ସହ କଥା ହୋଇନଥିଲେ | ହେଲେ ପରେ ଦୁହେଁ ପୁଣି ଏକାଠି ହୋଇ ୨୦୧୨ରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ | କିନ୍ତୁ ବିବାହର ୧୧ବର୍ଷ ପରେ ଦୁହେଁ ପୁଣି ଅଲଗା ହୋଇଛନ୍ତି |
ଦୁହେଁ ଛାଡପତ୍ରର କାରଣ ଏପର୍ଯ୍ୟନ୍ତ କହିନଥିବା ବେଳେ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିବାରୁ ଇଶା ଅଲଗା ହେବାର ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି |
[ad_2]