ମନୋରଞ୍ଜନ

ପୂର୍ବ ପତ୍ନୀଙ୍କ ପ୍ରେମିକକୁ ଏହି ନାମରେ ସମ୍ବୋଧନ କଲେ ରିତିକ୍ – bajravana

[ad_1]

ମୁମ୍ବାଇ: ଛାଡପତ୍ର ପରେ ମଧ୍ୟ ରିତିକ ରୋଶନ ଏବଂ ତାଙ୍କ ପୂର୍ବତନ ପତ୍ନୀ ସୁଜାନେ ଖାନ ବନ୍ଧୁ ହୋଇ ରହିଛନ୍ତି। ଦୁହେଁ ନିଜ ପିଲାମାନଙ୍କ ପାଇଁ ପ୍ରାୟତଃ ଏକାଠି ସମୟ ବିତାଉଥିବାର ଦେଖାଯାଏ। ବିବାହ ବିଚ୍ଛେଦ ପରେ ରିତିକ ରୋଶନ ଆଜିକାଲି ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ସବା ଆଜାଦଙ୍କୁ ଡେଟ କରୁଥିବା ବେଳେ ପତ୍ନୀ ସୁଜାନେ ଅର୍ସଲାନ ଗୋନିଙ୍କୁ ଡେଟ କରୁଛନ୍ତି। ଏମିତି କି ୪ଜଣ ଏକାଠି ଛୁଟି କଟାଇବାକୁ ଯାଉଥିବାର ଅନେକ ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି।

ଛାଡ଼ପତ୍ର ପରେ ରିତିକ୍, ପୂର୍ବ ପତ୍ନୀଙ୍କ ପ୍ରେମିକ ଅର୍ସଲାନଙ୍କ ସହ ଭଲ ସମ୍ପର୍କ ରଖିଥିବା ଜଣାପଡ଼ିଛି। ତେବେ ସେ ଅର୍ସଲାନଙ୍କୁ କ’ଣ ଡାକନ୍ତି, ତାହା ଆପଣ ଜାଣନ୍ତି କି? ରିତିକଙ୍କ ଏକ ପୋଷ୍ଟ ଭାଇରାଲ ହେବା ପରେ ଏବେ ତାହା ଜଣାପଡ଼ିଛି। ଅର୍ସଲାନଙ୍କ ଜନ୍ମଦିନ ଥିବାରୁ ଶୁଭେଚ୍ଛା ଜଣାଇଥିଲେ ରିତିକ୍। ତାଙ୍କ ଫଟୋ ରଖି ରିତିକ୍ ଲେଖିଥିଲେ, ଜନ୍ମଦିନର ଶୁଭେଚ୍ଛା ଭାଇ। ତାଙ୍କର ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି।

Hrithik Roshan wishes ex-wife Sussanne Khan's boyfriend Arslan Goni on his birthday; Saba Azad also joins in - See post | Hindi Movie News - Times of India

ତେବେ ରିତିକ ଓ ସବାଙ୍କ ପ୍ରେମ କାହାଣୀ ବିଷୟରେ କହିବାକୁ ଗଲେ ଟ୍ବିଟରରୁ ଦୁହିଁଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ରିତିକ ପ୍ରଥମେ ଟ୍ୱିଟରରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସବା ଏବଂ ଜଣେ ରାପର୍ ନଜର ଆସିଥିଲେ। ସେବେଠାରୁ ଦୁହିଁଙ୍କର ବନ୍ଧୁତା ଆରମ୍ଭ ହୋଇଥିଲା। ସବା, ରିତିକଙ୍କୁ ତାଙ୍କର ପ୍ରଶଂସା ପାଇଁ ଧନ୍ୟବାଦ ଜଣାଇଥିଲେ ଏବଂ ଏହିପରି ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ଆରମ୍ଭ ହୋଇଥିଲା। ଦୁହେଁ ପରସ୍ପରକୁ ମେସେଜ କରିବା ପରେ ପ୍ରଥମେ ବନ୍ଧୁତା ହେଲା ଏବଂ ପରେ ଏହା ପ୍ରେମରେ ପରିଣତ ହୋଇଥିଲା। ସେବେଠାରୁ ହ୍ରିତିକ ଏବଂ ସବା ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button