ରାଜକୋଟ୍ରେ ଇତିହାସ ରଚିଲେ ରବିଚନ୍ଦ୍ରନ୍ ଅଶ୍ବିନ୍, ହାସଲ କଲେ ୫୦୦ତମ ଟେଷ୍ଟ ୱିକେଟ୍ – bajravana
[ad_1]
ରାଜକୋଟ: ଭାରତୀୟ କ୍ରିକେଟ୍ ଟିମ୍ର ସ୍ପିନର ରବଚିନ୍ଦ୍ରନ ଅଶ୍ୱିନ ଆଜି ଗୁଜରାଟର ରାଜକୋଟସ୍ଥିତ ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସ୍ ଷ୍ଟାଡିୟମ୍ରେ ଐତିହାସିକ ରେକର୍ଡ ହାସଲ କରିଛନ୍ତି। ସେ ଭାରତର ଦ୍ରୁତତମ ବୋଲର ଭାବେ ଟେଷ୍ଟ କ୍ରିକେଟରେ ୫୦୦ ୱିକେଟ ହାସଲ କରିଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଜ୍ୟାକ କ୍ରାଉଲିଙ୍କୁ ଆଉଟ କରି ଅଶ୍ୱିନ ନିଜ ନାଁକୁ ୫୦୦ ୱିକେଟ କ୍ଲବରେ ସାମିଲ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୫୦୦ ୱିକେଟ କୀର୍ତ୍ତିମାନ ହାସଲ କରିବାକୁ ଅଶ୍ୱିନ ମାତ୍ର ଗୋଟିଏ ୱିକେଟ ପଛରେ ଥିଲେ। ଏହା ପୂର୍ବରୁ ତାଙ୍କ ୱିକେଟ ସଂଖ୍ୟା ୪୯୯ ଥିଲା। ୫୦୦ ୱିକେଟ ଦଖଲ କରିବାର ସ୍ୱପ୍ନ ସେ ଆଜି ପୂରଣ କରିଛନ୍ତି। ପୂର୍ବରୁ ଏହି ରେକର୍ଡ କିମ୍ବଦନ୍ତୀ ସ୍ପିନର ଅନିଲ କୁମ୍ବଲେଙ୍କ ନାଁରେ ଥିଲା।
ସର୍ବାଧିକ ଟେଷ୍ଟ ୱିକେଟ୍ ତାଲିକା
– ମୁଥେୟା ମୁରଲୀଧରନ (ଶ୍ରୀଲଙ୍କା ୧୯୯୨-୨୦୧୦): ୧୩୩ ଟେଷ୍ଟ- ୮୦୦ ୱିକେଟ୍
– ଶେନ୍ ୱାର୍ଣ୍ଣ (ଅଷ୍ଟ୍ରେଲିଆ ୧୯୯୨-୨୦୦୭): ୧୪୫ ଟେଷ୍ଟ- ୭୦୮ ୱିକେଟ୍
– ଜେମ୍ସ ଆଣ୍ଡରସନ୍ (ଇଂଲଣ୍ଡ ୨୦୦୩-୨୦୨୩) ୧୮୫* ଟେଷ୍ଟ: ୬୯୬ ୱିକେଟ୍
– ଅନିଲ କୁମ୍ବଲେ (ଭାରତ ୧୯୯୦-୨୦୦୮): ୧୩୨ ଟେଷ୍ଟ- ୬୧୯ ୱିକେଟ୍
– ଷ୍ଟୁଆର୍ଟ ବ୍ରଡ (ଇଂଲଣ୍ଡ ୨୦୦୭-୨୦୨୩): ୧୬୭ ଟେଷ୍ଟ- ୬୦୪ ୱିକେଟ୍
– ଗ୍ଲେନ୍ ମ୍ୟାକ୍ଗ୍ରା (ଅଷ୍ଟ୍ରେଲିଆ ୧୯୯୩-୨୦୦୭): ୧୨୪ ଟେଷ୍ଟ-୫୬୩ ୱିକେଟ୍
– କର୍ଟନୀ ୱାଲ୍ଶ (ୱେଷ୍ଟଇଣ୍ଡିଜ୍ ୧୯୮୪-୨୦୦୧) ୧୩୨ ଟେଷ୍ଟ-୫୧୯ ୱିକେଟ୍
– ନାଥନ ଲାୟନ (ଅଷ୍ଟ୍ରେଲିଆ ୨୦୧୧-୨୦୨୩): ୧୨୭ ଟେଷ୍ଟ-୫୧୭* ୱିକେଟ୍
– ରବିଚନ୍ଦ୍ରନ୍ ଅଶ୍ବିନ (ଭାରତ ୨୦୧୧-୨୦୨୩): ୯୮* ଟେଷ୍ଟ-୫୦୦* ୱିକେଟ୍
ରବିଚନ୍ଦ୍ରନ ଅଶ୍ୱିନ ୨୦୧୧ରେ ଟେଷ୍ଟରେ ପଦାର୍ପଣ କରି ନିୟମିତ ଭାବେ ନିଜର ଶାଣିତ ବୋଲିଂ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରି ଆସିଛନ୍ତି। ଚେନ୍ନାଇରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ଅଶ୍ୱିନ ମିଡିୟମ ପେସ ବୋଲିଂ କରୁଥିଲେ। କିନ୍ତୁ ବ୍ୟାକ ଇଞ୍ଜୁରୀ ଯୋଗୁ ସେ ଅପ ସ୍ପିନ ବୋଲିଂ କରିବା ଆରମ୍ଭ କରିଥିଲେ। ଏବେ ସେ ଭାରତର ତଥା ବିଶ୍ୱର ପ୍ରମୁଖ ଅପସ୍ପିନର ବନି ଯାଇଛନ୍ତି। ଅଶ୍ୱିନ ତାଙ୍କର ପ୍ରଥମ ୧୬ ଟେଷ୍ଟରେ ୯ଥର ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇଥିଲେ। ସେହିପରି ସେ ଦ୍ରୁତତମ ବୋଲର ଭାବେ ୩୦୦ ୱିକେଟ ନେବାର ରେକର୍ଡ ନିଜ ନାଁରେ କରିଥିଲେ।
[ad_2]