ହୃଦଘାତରେ ଟେଲି ଅଭିନେତ୍ରୀଙ୍କ ମୃତ୍ୟୁ; କର୍କଟରେ ଥିଲେ ପୀଡ଼ିତ – bajravana
[ad_1]
ନୂଆଦିଲ୍ଲୀ: ଟେଲିଭିଜନ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ୮୦ଦଶକର ଲୋକପ୍ରିୟ ଅଭିନେତା କବିତା ଚୌଧୁରୀଙ୍କ ମୃତ୍ୟୁ ହୋଇଯାଇଛି। ଅଭିନେତ୍ରୀଙ୍କ ମୃତ୍ୟୁ ହୃଦଘାତରୁ ହୋଇଥିବା ଜଣାପଡ଼ିଛି। କବିତା ‘ଉଡ଼ାନ’ ଧାରାବାହିକରେ ଆଇପିଏସ ଅଧିକାରୀ ଭୂମିକାରେ ନଜର ଆସିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ୬୭ବର୍ଷର ଜଣାଶୁଣା ଅଭିନେତ୍ରୀ କବିତା ଶୁକ୍ରବାର ଦୁନିଆକୁ ଅଲବିଦା କହିଛନ୍ତି। ସେ ଅନେକ ଦିନ ହେବ କର୍କଟରେ ପୀଡ଼ିତ ଥିଲେ। ଅଭିନେତ୍ରୀଙ୍କ ହଠାତ ଏଭଳି ମୃତ୍ୟୁ ଖବର ଶୁଣି ତାଙ୍କ ପ୍ରଶଂସକମାନେ ଦୁଃଖୀ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କୁ ଲୋକେ ଶ୍ରଦ୍ଧାଞ୍ଜଳି ଦେବା ସହିତ କବିତାଙ୍କ ସମ୍ପର୍କୀୟ ଓ ଜଣାଶୁଣା ଲୋକେ ଶେଷ ଦର୍ଶନ ପାଇଁ ଘରେ ପହଞ୍ଚୁଛନ୍ତି।
କବିତାଙ୍କ ଘନିଷ୍ଠ ବନ୍ଧୁ ସୁଚିତ୍ରା ବର୍ମା କହିଛନ୍ତି, ‘ଗତ ବର୍ଷ ମୁଁ ଯେତେବେଳେ କବିତାଙ୍କୁ ଭେଟିଥିଲି ସେ ମୋତେ ତାଙ୍କ କେମୋଥେରାପି ବିଷୟରେ ଜଣାଇଥିଲେ। ସେ ସମୟରେ ତାଙ୍କ ଚେହେରାରେ ଯନ୍ତ୍ରଣା ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଥିଲା। ହଠାତ ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ମୋତେ ବହୁତ କଷ୍ଟ ଅନୁଭବ ହେଉଛି। କାରଣ ମୁଁ ଆଉ ତାଙ୍କୁ ଦ୍ବିତୀୟ ଥର ଭେଟି ପାରିବି ନାହିଁ। ସେ ସମୟରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିଲା। ତାଙ୍କୁ ଦେଖି ଲାଗୁ ନଥିଲା କି ଏତେ ଶୀଘ୍ର ସେ ଏଦୁନିଆ ଛାଡ଼ି ଚାଲିଯିବେ।’
କବିତା ‘ଉଡ଼ାନ’ରେ ଆଇପିଏସ ଅଧିକାରୀ କଲ୍ୟାଣୀ ସିଂହଙ୍କ ଭୂମିକାରେ ଅଭିନୟ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ‘ଉଡ଼ାନ’ ଧାରାବାହିକ ତାଙ୍କ ବଡ଼ଭଉଣୀ କଞ୍ଚନ ଚୌଧୁରୀଙ୍କ ସଂଘର୍ଷ ଉପରେ ଆଧାରିତ ଥିଲା। ଯିଏକି କିରଣ ବେଦୀଙ୍କ ପରେ ଦ୍ବିତୀୟ ଆଇପିଏସ ଅଧିକାରୀ ହୋଇଥିଲେ।
[ad_2]