ଖେଳ ଖବର

ପଡ଼ିଆକୁ ଫେରିବେ ଋଷଭ ପନ୍ତ ! ଇନଷ୍ଟା ଭିଡିଓ ଜାରି କରି ଦେଲେ ସଂକେତ – bajravana

[ad_1]

ନୂଆଦିଲ୍ଲୀ: ଦୁର୍ଘଟଣା ଯୋଗୁଁ ଆହତ ହୋଇଥିବା ଭାରତୀୟ ଓ୍ବିକେଟରକ୍ଷକ ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଏବେ ଫିଟ୍ ହୋଇଗଲେଣି । ସେ କେବେ ପଡ଼ିଆକୁ ଓହ୍ଲାଇବେ ତାହା ତାଙ୍କର ପ୍ରସଂଶକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହା ମଧ୍ୟରେ ତାଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଜିମ୍ ରେ ବ୍ୟାୟାମ କରୁଥିବାର ନଜର ଆସିଛନ୍ତି। ଆଗାମୀ ଆଇପିଏଲ୍ ସିଜନରେ ସେ କେବଳ ନିଜ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିବେ ନାହିଁ ବରଂ ଅଧିନାୟକତ୍ୱ କରୁଥିବା ଦେଖିବାକୁ ମିଳିବ ବୋଲି କୁହାଯାଉଛି।

ଋଷଭ ପନ୍ତ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଜିମ୍ ରେ ବ୍ୟାୟାମ କରୁଥିବାର ନଜର ଆସୁଛନ୍ତି । ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି, ‘ମୁଁ ପ୍ରତ୍ୟେକ ସେଟ୍ ସହ ଫେରୁଛି। ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଦେଶକ ସୌରଭ ଗାଙ୍ଗୁଲି ମଧ୍ୟ ଚଳିତ ଆଇପିଏଲ୍ ସିଜନରେ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ଓ ଅଧିନାୟକତ୍ୱ ନେଇ ସଙ୍କେତ ଦେଇଥିଲେ।

ପନ୍ତଙ୍କ ଏହି ଭିଡିଓକୁ ନେଇ ପ୍ରଶଂସକମାନେ ଖୁସି ବ୍ୟକ୍ତ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଶେର ଆଇପିଏଲକୁ ଫେରୁଛନ୍ତି, ଆଗାମୀ ଟି-୨୦ ବିଶ୍ୱକପରେ ଆପଣଙ୍କୁ ଦେଖିବାକୁ ଆଶା କରୁଛି। ଜଣେ କମେଣ୍ଟ କରି ଲେଖିଛନ୍ତି, ଋଷଭ ଭାଇ ଶୀଘ୍ର ସୁସ୍ଥ ହୋଇ ପଡ଼ିଆକୁ ଫେରୁଛନ୍ତି।

ସୂଚନାଯୋଗ୍ୟ ଯେ ଋଷଭ ଗତ ବର୍ଷ ଡିସେମ୍ବର ମାସରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button