ଓଡିଶା

ବିବାଦରେ ବାଙ୍କି ଲ୍ୟାମ୍ପସ୍‌’; ଋଣ ନେଣଦେଣରେ ବ୍ୟାପକ ଜାଲିଆତି! – bajravana

[ad_1]

ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ : ଏଆର୍‌ସିଏସ୍‌

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଅଧିକାଂଶ ଲ୍ୟାମ୍ପ ଋଣ ନେଣଦେଣ ଓ ଧାନ କିଣାରେ ଅନିୟମିତାକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଛି। ବର୍ଷ ବର୍ଷ ଧରି ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ମାନେ ଲ୍ୟାମ୍ପସ ଛାଡୁ ନାହାନ୍ତି। ଏ ନେଇ ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ ସତ୍ବେ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଅନ୍ୟପଟେ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି)ଙ୍କ ଭୂମିକାକୁ ନେଇ ଚାଷୀମାନେ ଅନେକ ସମୟରେ ପ୍ରଶ୍ନ ଉଠାଇଛନ୍ତି। ଏବେ ବଣାଇ ଉପଖଣ୍ଡ ଅନ୍ତର୍ଗତ ବାଙ୍କି ଲ୍ୟାମ୍ପସ୍‌ରୁ ଏମିତି ସାଂଘାତିକ ଅଭିଯୋଗ ଆସିଛି। ଧାନ କିଣା ଓ ଚାଷୀଙ୍କୁ ଋଣ ଦେବାରେ ବ୍ୟାପକ ଅନିୟମିତା ହେଉଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି। ଲ୍ୟା୍ମ୍ପସରେ ଚାଲିଥିବା ବେଆଇନ କାର୍ଯ୍ୟର ତଦନ୍ତ ପାଇଁ ଚାଷୀମାନେ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍‌ଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଯେଉଁମାନଙ୍କର ସମ୍ପୃକ୍ତି ରହିଛି, ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଚାଷୀମାନେ ୫ଟି ଅଧ୍ୟକ୍ଷଙ୍କୁ ଅନୁରୋଧ କରିଛନ୍ତି।

ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ ବାଙ୍କି ଲ୍ୟାମ୍ପସ୍‌ରେ ଅନ୍ୟୁନ୍‌ ୧୨ରୁ ୧୩ କୋଟି ଟଙ୍କାର ଅନିୟମିତା ହୋଇଥିବା ଅନୁମାନ କରାଯାଉଛି। ଯାହାର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି। ଦୈନନ୍ଦିନ ଆଦାୟ ହେଉଥିବା ଋଣ ଲ୍ୟାମ୍ପସ୍‌ରେ ଠିକ୍‌ ଭାବେ ଜମା ହେଉନି। ପରିଚାଳନା ନିର୍ଦ୍ଦେଶକଙ୍କ ଫାର୍ମରେ କାମ କରୁଥିବା ଶ୍ରମିକମାନଙ୍କ ଦସ୍ତଖତ କରି କୃଷି ଋଣ ଉଠାଯାଉଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି। ଏହି ଋଣ ଟଙ୍କାକୁ କେଉଁମାନେ ଉପଭୋଗ କରୁଛନ୍ତି, ତା’ର ମଧ୍ୟ ତଦନ୍ତ ହେବାର ଆବଶ୍ୟକତା ରହିଛି। ସେମିତି ନାବାର୍ଡ ସହାୟତାରେ ଅନ୍ୟୁନ୍‌ ୧୦୦ଟି ଗାଈ ଗୋଚାଷୀମାନଙ୍କୁ ଋଣ ଆକାରରେ ଯୋଗାଇ ଦିଆଯିବା କଥା। ମାତ୍ର ୪୬ଟି ଗାଈ ଋଣ ଆକାରରେ ଚାଷୀଙ୍କୁ ଦିଆଯାଇଛି। ଅବଶିଷ୍ଟ ୫୪ଟି ଗାଈ କୁଆଡେ କଲା ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। କେବଳ ଏତିକି ନୁହେଁ, ଧାନ କିଣା ତଥା ଏଟିଏଲ୍‌ ଲୋନ୍‌କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବାର ଆବଶ୍ୟକତା ରହିଛି।

ଲ୍ୟାମ୍ପସର ଋଣ ଉଠାଣ ଓ ଜମା ହେଉଥିବା ଚାଷୀଙ୍କ ଆକାଉଣ୍ଟଗୁଡ଼ିକୁ ଯାଞ୍ଚ କଲେ ଲ୍ୟାମ୍ପସରେ ଚାଲିଥିବା ଦୁର୍ନୀତିର ପର୍ଦ୍ଦାଫାସ୍‌ ହୋଇପାରନ୍ତା। ଲ୍ୟାମ୍ପସ୍‌ ନାଁରେ ଏମିତି ୪/୫ଟି ନୁହେଁ, ମାଳାମାଳ ଅଭିଯୋଗ ରହିଛି। ବିଭାଗୀୟ ଅଧିକାରୀ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଚୁପ୍‌ ରହିବା, ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଏ ସଂକ୍ରାନ୍ତରେ ବାଙ୍କି ଲ୍ୟାମ୍ପସର ପରିଚାଳନା ନିର୍ଦ୍ଦେଶକ ନାରାୟଣ ଚନ୍ଦ୍ର ବାରିକଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ ଉଠାଇ ନଥିଲେ। ବଣାଇ ସମବାୟ ସମିତିର ସହକାରୀ ଉପନିବନ୍ଧକ (ଏଆର୍‌ସିଏସ୍‌) ଅରୁଣା ମହାରଣାକୁ ପଚାରିବାରୁ ସେ କହିଛନ୍ତି, ଲ୍ୟାମ୍ପସରେ ଦୁର୍ନୀତି ହେଉଛି କି ନାହିଁ, ଜାଣି ନାହିଁ। ତଦନ୍ତ କରିବା ପରେ ଯଦି ଅନିୟମିତା ଅଭିଯୋଗ ଆସେ, ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ବାଙ୍କି ଲ୍ୟାମ୍ପସ୍‌ ଦୁର୍ନୀତି ସଂକ୍ରାନ୍ତରେ ବିଭାଗୀୟ ଉଚ୍ଚ ଅଧିକାରୀ କି ପଦକ୍ଷେପ ନେଉଛନ୍ତି, ତା’ଉପରେ ସ୍ଥାନୀୟ ଚାଷୀଙ୍କ ନଜର ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button