ଓଡିଶା

ଜନବିରୋଧୀ ସରକାର ବଦଳାଇବାକୁ ଯୋଜନା ପ୍ରସ୍ତୁତ: ବିଜେପି – bajravana

[ad_1]

ବିଜେପି ରାଜ୍ୟ ପଦାଧିକାରୀ, ମୋର୍ଚ୍ଚା ସଭାପତି, ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କଲେ ପ୍ରଭାରୀ, ସହପ୍ରଭାରୀ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ସ୍ଥାଣୁ ଏବଂ ଜନବିରୋଧୀ ସରକାରର ଶାସନ ଚାଲିଛି। ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବଢ଼ିଚାଲିଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଓ ଯୋଜନାକୁ ରିବ୍ରାଣ୍ଡିଂ କରିବାରେ ଓସ୍ତାଦ ବିଜେଡି ସରକାର ରାଜ୍ୟବାସୀଙ୍କୁ କେବଳ ଭୁଆଁ ବୁଲାଇ ଚାଲିଛି। ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା କରି ନିଜସ୍ୱ ନାମକରଣ କରିବା ପରେ ବର୍ତମାନ ଦୁଇଟି ବ୍ୟାଗ ବଣ୍ଟନ କରି ମୋଦୀ ସରକାର ଦେଉଥିବା ମାଗଣା ଚାଉଳକୁ ନିଜ ନାମରେ କରିବାର ହୀନ ଷଡ଼ଯନ୍ତ୍ର କରୁଛନ୍ତି। ବ୍ରାଣ୍ଡ ଚୋରୀ କରି କେନ୍ଦ୍ରୀୟ ଯୋଜନାକୁ ନିଜ ନାମରେ ନାମିତ କରୁଥିବା ବିଜେଡି ସରକାରର ହୀନ ଚକ୍ରାନ୍ତ ବିଷୟରେ ରାଜ୍ୟବାସୀଙ୍କୁ ଓ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ।

ଅପରପକ୍ଷେ ମୋଦୀ ଗ୍ୟାରେଣ୍ଟି ପ୍ରତି ଓଡ଼ିଶାବାସୀଙ୍କ ଆସ୍ଥା କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି । ଓଡ଼ିଶାରେ ବିଜେପିର ଡବଲ୍ ଇଞ୍ଜିନ ସରକାର ଗଠନ ହେବା ନିହାତି ଜରୁରୀ। ଓଡ଼ିଶାବାସୀଙ୍କୁ ଗୋଟିଏ ଲୋକାଭିମୁଖୀ ସରକାର ଦେବା ପାଇଁ ବିଜେପି ବିସ୍ତୃତ ଭାବେ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଛି ବୋଲି ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତିଙ୍କ ଉପସ୍ଥିତିରେ ପୃଥକ ପୃଥକ ଭାବେ ରାଜ୍ୟ ପଦାଧିକାରୀ, ମୋର୍ଚ୍ଚା ସଭାପତି, ଜିଲ୍ଲା ସଭାପତି ଏବଂ ମିଡିଆ ବିଭାଗ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏନେଇ ଶ୍ରୀ ତ୍ରିପାଠୀ ସୂଚନା ଦେଇ କହିଛନ୍ତି ଯେ, ସାଧାରଣ ନିର୍ବାଚନ ପୂର୍ବରୁ ଆଜି ଅନୁଷ୍ଠିତ ହେଉଥିବା ବୈଠକରେ ଦଳର ସାଙ୍ଗଠନିକ ସ୍ଥିତି ବିଷୟରେ ଆଲୋଚନା ହେବା ସହ ଅନେକ ସାମ୍ପ୍ରତିକ ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହାସହ ରାଜ୍ୟରେ ଚାଲିଥିବା ବୁଥ୍ ଚାଲ, ଗାଁ ଚାଲ, ଶକ୍ତିବନ୍ଦନ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରାଯାଇଛି। ସଂଗଠନ, ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶା ଗସ୍ତରେ ଆସିବାକୁ ଥିବା କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଗସ୍ତ କାର୍ଯ୍ୟକ୍ରମ ପ୍ରସଙ୍ଗରେ ଆଲୋଚନା କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button