ଓଡିଶା

ପ୍ରବଳ କୁଆପଥର ବର୍ଷା, ଫସଲ ନଷ୍ଟ – bajravana

[ad_1]

ପଦ୍ମପୁର/ଝାରବନ୍ଧ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତର ବିଭିନ୍ନ ସ୍ଥାନରେ ରବିବାର ସନ୍ଧ୍ୟାରେ ଅଦିନିଆ କୁଆପଥର ସହ ବର୍ଷା ହୋଇଛି। କୁଆପଥରର ଆକାର ବଡ଼ ହୋଇଥିବାରୁ ବିଶେଷକରି ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଲଉଡ଼ିଦର୍ହା, କୁର୍ମା, ଶିକାରିପାଲି, ଗୌଡମାଲ, ଲହଣ୍ତିପୁର, ଚର୍ଦାପାଲି, ଲୁହୁରାକୋଟ, ଗସ୍ତିଡିହି, ଜଗଦଲପୁର, ନୁଆପଡା, ଧଉରାଭଟା, ସରେଇକେଲା ସମେତ ଅନେକ ଗ୍ରାମରେ ପବନ ସହ ବର୍ଷା ଓ କୁଆପଥର ପଡ଼ିଛି। କେତେକ ଚାଷୀଙ୍କ ମୁଗ, ବିରି, ପନିପରିବା ଚାଷ କୁଆପଥର ମାଡ଼ ଯୋଗୁଁ ନଷ୍ଟ ହୋଇଯାଇଛି। ଏଥିସହ ଆମ୍ବ, ଚାର ବଉଲ ଉପରେ କରାମାଡ଼ ଯୋଗୁଁ ଝଡିଯାଇଛି। କୁଆପଥର ମାଡ଼ରେ ନଷ୍ଟ ହୋଇଥିବା ପନିପରିବା ଫସଲର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button