ଓଡିଶା

ଖୋଲୁଛି ସ୍କୁଲ, ଆସୁନାହାନ୍ତି ଶିକ୍ଷାକ; ମଧ୍ୟାହ୍ନ ଭୋଜନ ନାହିଁ, ଭିଡିଓ ଭାଇରାଲ କଲେ ଅଭିଭାବକ – bajravana

[ad_1]

ରାୟଗଡ଼ା: ଜିଲ୍ଲାରେ କାଶୀପୁର ବ୍ଳକ ସର୍ବଦା ଚର୍ଚ୍ଚାରେ ରହି ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଛି। ଏହି ବ୍ଳକର ସ୍ଥିତି ସୁଧାରିବାର ନାଁ ନେଉ ନାହିଁ। ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ତଳକୁ ଖସି ଯାଇଥିବା ବେଳେ ଏନେଇ ଗୋଷ୍ଠୀ ଶିକ୍ଷାଧିକାରୀ କିମ୍ୱା ଜିଲ୍ଲା ଶିକ୍ଷାଧିକାରୀଙ୍କର ନିଘା ନଥିବା ଭଳି ମନେହୁଏ। କିଛିଦିନ ତଳେ ଗୋଡ଼ିବାଲି ପଞ୍ଚାୟତର ଦୁରୁପାଈ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ ଦେଖିବାକୁ ମିଳଥିଲା, ଯେଉଁଠି ୨୫ ଜଣ ଛାତ୍ରଛାତ୍ରୀକୁ ୩ ଜଣ ଶିକ୍ଷକ ଥିବା ବେଳେ ଶିକ୍ଷକ ନିୟମିତ ଯାଇନଥିବା ଭଳି ଅଭିଯୋଗ ପରେ ମଧ୍ୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ।

ସେହିଭଳି ଆଜିର ଘଟଣାରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ମାତ୍ର ୫ କିମି ଦୂରରେ ଥିବା କୋଡ଼ିକିପଦର୍ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଆସିଥିବା ବେଳେ ଶିକ୍ଷକଙ୍କ ଦେଖା ନଥିଲା। ଫଳରେ ଏ ନେଇ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା, ଯାହାକି ଉକ୍ତ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଜଣେ ଅଭିଭାବକ ତ୍ରିନାଥ ନାଏକ ଏହାକୁ ଭାଇରାଲ କରିଥିଲେ।

ଏ ନେଇ ଉକ୍ତ ଅଭିଭାବକ କହିଛନ୍ତି ଯେ ଏହି କୋଡ଼ିକି ପଦର ପ୍ରାଥମିକ ବିଦ୍ୟାଳୟରେ ୩୦ ରୁ ୩୫ ଜଣ ଛାତ୍ରଛାତ୍ରୀ ପାଠ ପଡୁଥିବା ବେଳେ ଜଣେ ମାତ୍ର ଶିକ୍ଷକ ଅଛନ୍ତି।ଯାହାକି ସେ ତାଙ୍କ ମନ ମୁତାବକ ବିଦ୍ୟାଳୟ ପରିଚାଳନା କରୁଥିବା ବେଳେ ସୋମବାର ମଧ୍ୟାହ୍ନ ଭୋଜନ ମଧ୍ୟ ଦିଆଯାଇନଥିବା ଅଭିଭାବକ ଜଣକ ପ୍ରକାଶ କରିଛନ୍ତି। ଅତି ସଙ୍ଗୀନ ଅଭିଯୋଗ ହେଲେ ମଧ୍ୟ ସ୍ଥାଣୁ ପାଲଟିଥିବା କାଶୀପୁର ଗୋଷ୍ଠୀ ଶିକ୍ଷା ବିଭାଗ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା। ଏ ନେଇ ଆମେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଛୁଟିରେ ଥିବା ଯୋଗୁଁ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ କୁଳ ରଞ୍ଜନ ସୁନାଙ୍କୁ ପଚାରିବାରୁ ସେ ନୂଆ ହୋଇ ଏହି କାର୍ଯ୍ୟରେ ଯୋଗ ଦେଇଥିବାରୁ ତଦନ୍ତ କରି ପଦକ୍ଷେପ ନେବୁ ବୋଲି ଜଣାଇଥିଲେ।

ଏଭଳି ଚିତ୍ର କାଶୀପୁର ବ୍ଲକ ପାଇଁ କିଛି ନୂଆ ନୁହେଁ କାରଣ ଏହା ଏକ ବଡ ଓ ଦୁର୍ଗମ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଅଧିକାଂଶ ସ୍କୁଲ ମାସ ମାସ ଖୋଲା ହେଉନଥିବା ଭଳି ଦୃଶ୍ୟ ମଧ୍ୟ କିଛି ଆଶ୍ଚର୍ଯ୍ୟର ବିଷୟ ନୁହେଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାର ମୁଖ୍ୟ କାରଣ ଅଧିକାରୀଙ୍କ ପରିଚାଳନା ତ୍ରୁଟି ସହ ସ୍ବାର୍ଥ ନିହିତ କିଛି ଦାୟିତ୍ୱବାନ ଅଧିକାରୀଙ୍କ ଅପବ୍ୟବହାର କହିଲେ ବୋଧ ହୁଏ କିଛି ଭୁଲ୍ ହେବ ନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button