ଦେଶ ବିଦେଶ

କୁବେର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କୁ ଇଡିର ସମନ – bajravana

[ad_1]

ନୂଆଦିଲ୍ଲୀ, ୮/୨ : କଂଗ୍ରେସର କୁବେର ନେତା ଧୀରଜ ସାହୁଙ୍କୁ ସମନ କଲା ଇଡି । ଡିସେମ୍ବର ମାସରେ ଆୟକର ବିଭାଗ ଧୀରଜଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଥିଲା । ଓଡିଶା ସମେତ ବିଭିନ୍ନ ସ୍ଥାନରେ ରେଡ୍ କରି ୩୫୦ କୋଟିରୁ ଅଧିକ ଟଂକା ଜବତ କରିଥିଲା ଆୟକର ବିଭାଗ । ଏବେ ହେମନ୍ତ ସୋରେନଙ୍କୁ ଘରୁ କାର ଜବତ ପରେ କଂଗ୍ରେସର ଏହି ନେତାଙ୍କୁ ସମନ କରିଛି ଇଡି । ଧୀରଜ ସାହୁଙ୍କୁ ଶନିବାର ପଚରାଉଚରା ପାଇଁ ଡକାଯାଇଛି । ପୂର୍ବରୁ ଇଡି ମନି ଲଣ୍ଡରିଂ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଛି । ଗୁରୁଗ୍ରାମର କରଦରପୁର ଗାଁରେ ଥିବା ଏକ ସ୍ଥାନରେ ଇଡି ବୁଧବାର ଚଢ଼ାଉ କରିଥିଲା । ଏହି ଠିକଣାରେ ହରିୟାଣା ନମ୍ବର ପ୍ଲେଟ୍ ଥିବା ଏସୟୁଭି ପଞ୍ଜୀକୃତ ହୋଇଥିଲା ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button