‘ବିଧାନସଭାରେ ଭାଷା ଆଇନ’ ପୁସ୍ତକ ଉନ୍ମୋଚିତ – bajravana
[ad_1]
ଭୁବନେଶ୍ବର: ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ବିଧାନସଭାରେ ଭାଷା ଆଇନ’ ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି। ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହରଥାଙ୍କ ଦ୍ୱାରା ସମ୍ପାଦିତ ଏହି ପୁସ୍ତକଟିକୁ ଶବ୍ଦସ୍ପର୍ଶ ପ୍ରକାଶନୀ ସଂସ୍ଥା ପ୍ରକାଶ କରିଛି। ୧୯୪୮ମସିହାରେ ପ୍ରସ୍ତାବିତ ଭାଷା ଆଇନ ଆଲୋଚନା ଠାରୁ ଆରମ୍ଭ କରି ୧୯୫୪ ଭାଷା ଆଇନ ପାରିତ ହେବା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଧାନସଭାରେ ଭାଷା ଆଇନ ୨୦୧୮ର ସଂଶୋଧନ ପର୍ଯ୍ୟନ୍ତ ବିଧାନସଭାରେ ହୋଇଥିବା ସମସ୍ତ ଆଲୋଚନା ଓ ତଥ୍ୟ ଏହି ପୁସ୍ତକରେ ସ୍ଥାନିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭାଷାର ଉନ୍ନତି ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଓଡ଼ିଆ ଭାଷା ସୁରକ୍ଷା ପାଇଁ ଏବଂ ଆଗାମୀ ପିଢ଼ି ପାଇଁ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ତଥା ଏ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି। ଏହା ଦ୍ୱାରା ସମସ୍ତ ଭାଷାଭାଷୀ ଅଞ୍ଚଳ ଗୋଟିଏ ସୁତ୍ରରେ ବାନ୍ଧି ହୋଇ ଓଡ଼ିଶାର ବିକାଶରେ ଭାଗିଦାରୀ ହେବେ ବୋଲି ସେ ଆଶା ରଖିଛନ୍ତି।
[ad_2]