ଓଡିଶା

ଜୟପୁରରେ ଶିକ୍ଷା ବିକାଶ ସମିତିର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଉଦଯାପିତ – bajravana

[ad_1]

ଭୁବନେଶ୍ବର: ଜୟପୁରଠାରେ ଶିକ୍ଷା ବିକାଶ ସମିତି, ଓଡ଼ିଶାର ଅକ୍ଟୋବର ୧ ଓ ୨ ତାରିଖ ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ ସମ୍ପନ୍ନ ହୋଇଯାଇଛି। କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ ବିଦ୍ୟା ଭାରତୀ ପୂର୍ବକ୍ଷେତ୍ରର ସଂଗଠନ ମନ୍ତ୍ରୀ ଦିବାକରଜୀ ଘୋଷ, ଶିକ୍ଷା ବିକାଶ ସମିତିର ଅଧ୍ୟକ୍ଷ ଡ଼ଃ କିଶୋର ଚନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷ ଡ଼ଃ. ପ୍ରଦୀପ କୁମାର ସାହୁ, ସମ୍ପାଦକ କମଳାକାନ୍ତ ମିଶ୍ର, ଯୁଗ୍ମ ସମ୍ପାଦକ ଡ଼ଃ ତରୁଲତା ଦେବ ଏବଂ ସଂଗଠନ ମନ୍ତ୍ରୀ ତାରକ ଦାସ ସରକାର ମଞ୍ଚାସୀନ ଥିଲେ। ବୈଠକର ଅୟମାରମ୍ଭ ପୂର୍ବରୁ ଉପାଧ୍ୟକ୍ଷ ଡ଼ଃ ପ୍ରଦୀପ କୁମାର ସାହୁ ଦିବଙ୍ଗତଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କାର୍ଯ୍ୟ ସମ୍ପାଦନ କରିଥଲେ। ଡଃ ତରୁଲତା ଦେବୀ ମଞ୍ଚାସୀନ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ କମଳାକାନ୍ତ ମିଶ୍ର ବାର୍ଷିକ ବିବରଣୀ ଓ ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ।

ସଙ୍ଗଠନ ମନ୍ତ୍ରୀ ତାରକ ଦାସ ସରକାର ବିଦ୍ୟାଭାରତୀ ଉନ୍ମେଷ ଓ ବିକାଶ ଯାତ୍ରା ଉପରେ ଆଲୋକପାତ କରିଥିଲେ। ୧୯୫୨ ମସିହାରେ ଗୋରଖପୁର ପକ୍କୀବାଗଠାରେ ଆରମ୍ଭ ହୋଇଥିବା ସରସ୍ଵତୀ ଶିଶୁ ମନ୍ଦିର ଯୋଜନା ଆଜି ଭରତରେ ସର୍ବବୃହତ ବେସରକାରୀ ଶିକ୍ଷା ସଙ୍ଗଠନ ଭାବେ ପ୍ରସିଦ୍ଧି ଲାଭ କରିଛି। ବିଦ୍ୟାଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ସଂସ୍ଥାପନା ୧୯୭୭ରେ ହୋଇଥିଲା। ସାରା ଦେଶରେ ୩୫୦୦୦୦୦ ଛାତ୍ରଛାତ୍ରୀ ଅଧ୍ୟୟନରତ। ୧୫୦୦୦୦ ଆଚାର୍ଯ୍ୟ ଆଚାର୍ଯ୍ୟା ସେବାରତ ଅଛନ୍ତି। ସେହିପରି ୯,୫୦,୦୦୦ ପୂ୍ର୍ବଛାତ୍ର ବିଦ୍ୟା ଭାରତୀ ପୂ୍ର୍ବଛାତ୍ର ପୋର୍ଟାଲ ପଞ୍ଜୀକରଣ କରିଛନ୍ତି। ଆଗାମୀ ୨୦୨୭କୁ ଓଡ଼ିଶା ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି ବୋଲି କହିଥିଲେ। ବୈଠକରେ ମୋଟ ୭ଟି କାଳାଂଶରେ ୧୪ଟି ବିଷୟରେ ଚର୍ଚ୍ଚା ଆଲୋଚନା କରାଯାଇଥିଲା। ଏପରି କି ଜିଲ୍ଲା କେନ୍ଦ୍ର ବିଦ୍ୟାଳୟ ସଶକ୍ତିକରଣ, ଶ୍ରେଣୀ କକ୍ଷ ପରିଚାଳନା, ଆଧାରଭୂତ ବିଷୟ କ୍ରିୟାନ୍ବୟନ, ବିମର୍ଷ, ପତ୍ରିକା, ସଂସ୍କୃତ ସମ୍ଭାଷଣ, ସ୍ପୋ‌କନ୍ ଇଂଲିଶ୍, ଜାତୀୟ ଶିକ୍ଷା ନୀତି, ଅଭିଲେଖାଗାର ଓ ଆର୍ଥିକ ପରିଚାଳନା ବିଷୟରେ ଚର୍ଚ୍ଚା ଆଲୋଚନା କରାଯାଇଥିଲା।
ସମାପନ କାର୍ଯ୍ୟକ୍ରମରେ ପୂର୍ବକ୍ଷେତ୍ରର ସଂଗଠନ ମନ୍ତ୍ରୀ ଦିବାକରଜୀ ଘୋଷ ପ୍ରବାସୀ କାର୍ଯ୍ୟକର୍ତ୍ତାଙ୍କ ପ୍ରବାସ‌ ବିଦ୍ୟାଳୟ କୈନ୍ଦ୍ରିକ ହେଉ, ଲକ୍ଷ୍ୟ ପୂର୍ତ୍ତି ପାଇଁ ହେଉ ସାମାଜିକ ଜାଗରଣ ଉଦ୍ଦେଶ୍ୟ ରଖି କରାଯାଉ, ଯାହା ଫଳରେ ସମାଜରେ ସକ୍ରୀୟ ଥିବା ବିଘଠନ ଶକ୍ତି ପରାଭୂତ ହୋଇ ସଜ୍ଜନ ଶକ୍ତି ତଥ୍ୟ ରାଷ୍ଟ୍ରୀୟ ଶକ୍ତିର ସଶକ୍ତ ହେବ ବୋଲି ମାର୍ଗଦର୍ଶନ କରିଥିଲେ। ପରିଶେଷରେ ସମ୍ପାଦକ କମଳାକାନ୍ତ ମିଶ୍ର ସଭାସଦ୍ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ବୈଠକରେ ଜିଲ୍ଲା ପ୍ରମୁଖ, ସମ୍ଭାଗ କାର୍ଯ୍ୟକର୍ତ୍ତା, ପ୍ରାନ୍ତୀୟ କାର୍ଯ୍ୟକର୍ତ୍ତା ଓ ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା ଏମିତି ମୋଟ୍ ୭୦ଜଣ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button