ଅପରାଧ

ଏ ବାବା ମୋ ପାଇଁ ଟଙ୍କା ଠାରୁ ମୂଲ୍ୟବାନ ଥିଲା ତୋର ଜୀବନ, ତୁ କାହିଁକି ତାକୁ ହରାଇ ଦେଲୁରେ.. – bajravana

[ad_1]

ନୂଆଦିଲ୍ଲୀ: କାନପୁର ଗୋବିନ୍ଦନଗର ଥାନା ଅଞ୍ଚଳସ୍ଥ ଦାଦାନଗରୀସ୍ଥିତ ରାମଗଙ୍ଗା କେନାଲରୁ ଜଣେ ବାଳକଙ୍କ ମୃତୁଦେହ ଉଦ୍ଧାର ହୋଇଥିଲା।

ସୂଚନାଯୋଗ୍ୟ, ବିହାରରେ ମେସିନ ଅପରେଟର ଭାବେ କାମ କରୁଥିବା ନିତେଶ କୁମାର ପରିବାର ସହିତ ଉର୍ମାପୁରରେ ବସବାସ କରନ୍ତି। ନିତେଶଙ୍କ ଏକମାତ୍ର ପୁଅ । ଯାହାଙ୍କ ନାମ ଥିଲା ନିତିନ ବୟସ ୧୭ବର୍ଷ। ନିତିନ ପ୍ରାୟତଃ ଅନଲାଇନରେ ଗେମ ଖେଳୁଥିଲା।

ଦିନେ ସେ ବାପାଙ୍କ ଫୋନରୁ ଅନଲାଇନରେ ‌ଗେମ ଖେଳୁଖେଳୁ ୫୦ ହଜାର ଟଙ୍କ‌ା ହରାଇ ଦେଇଥିଲା। ଏକଥା ଜାଣିଲେ ଘରେ ବାପା ଓ ମା’ ଗାଳି କରିବା ଭୟରେ ସେ କାହାକୁ କିଛି ନକହି ଏକ ଚିଠି ଲେଖି ଘରୁ ଚାଲି ଯାଇଥିଲା। ପରିବାରଲୋକ ଅନେକ ଖୋଜାଖୋଜି କରିଥିଲେ ହେଁ ପୁଅକୁ ନପାଇବାରୁ ଥାନାରେ ନିଖୋଜ ଅଭିଯୋଗ କରିଥିଲେ।

ପୁଲିସ ଏହି ଅଭିଯୋଗକୁ କେନ୍ଦ୍ର କରି ଖୋଜାଖୋଜି ଆରମ୍ଭ କରିଥିଲା। ଏହି ସମୟରେ ରାମଗଙ୍ଗା କୋନାଲରେ ଏକ ଅଜଣା ମୃତଦେହ ଭାସୁଥିବା ଦେଖି ଜବତ କରିଥିଲା। ଏହାପରେ ପୁଅ ନିଖୋଜ ଥିବା ପରିବାରଲୋକଙ୍କୁ ଡକାଇ ଚିହ୍ନିବା ପାଇଁ କହିଥିଲା। ପରିବାରଲୋକ ଉକ୍ତ ମୃତଦେହକୁ ନିତିନର ବୋଲି ଚିହ୍ନଟ କରିଥିଲେ।

ମୃତ୍ୟୁ ପୂର୍ବରୁ ଘରେ ପୁଅ ଛାଡ଼ି ଯାଇଥିବା ଚିଠିରେ ଉଲ୍ଲେଖ କରିଥିଲା କି,‘ ବାପା ମୁଁ ଖେଳୁଖେଳୁ ତୁମର ୫୦ହଜାର ଟଙ୍କା ହରାଇ ଦେଇଛି। ଏହାପରେ ମୁଁ ନିଜ ନଜରରୁ ନିଜେ ଖସି ଯାଇଛି। ତୁମର ସାମ୍ନା କେମିତି କରିବି ମୁଁ ଜାଣିନାହିଁ। ଭଉଣୀ ତୁ ବାପା ଓ ମା’ଙ୍କ ଯତ୍ନ ନେବୁ।’

ନିତିନଙ୍କ ମୃତ୍ୟୁ ଖବର ପାଇବା ପରେ ବାପା ଓ ମା’ ଚେତା ହରାଇ ଦେଉଛନ୍ତି। ଛାତି ପିଟିପିଟି ନିତିନଙ୍କ ବାପା କାନ୍ଦିକାନ୍ଦି ଆକାଶକୁ ଚାହିଁ କହୁଛନ୍ତି,‘ ଏ ବାବା ତୁ ଏମିତି କାହିଁକି କଲୁ ରେ… ଟଙ୍କା ଠାରୁ ମୂଲ୍ୟବାନ ପା ତୁ ଥିଲୁ। ଟଙ୍କା ଗଲା କାଲି ଆସିଥାଆନ୍ତା ତୁ କାହିଁକି ତୋ ଜୀବନ ନେଇ ବଞ୍ଚିଥାଉଥାଉ ଆମକୁ ମାରି ଦେଇଗଲୁ ରେ….’

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button