ଅପରାଧ

ଚାକିରି କରିବାର ୩ବର୍ଷ ମଧ୍ୟରେ ଜଳସେଚନ ବିଭାଗ ଯନ୍ତ୍ରୀଙ୍କ ସଂପତ୍ତି ୨ କୋଟି ୪୫ଲକ୍ଷରୁ ଊର୍ଦ୍ଧ୍ବ – bajravana

[ad_1]

ମାଲାକାନଗିରି ସମେତ ୫ଟି ସ୍ଥାନରେ ଚଢ଼ାଉ ଜାରି

ଜୟପୁର: ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନସ୍ ହାତରେ ଧରାପଡିଛନ୍ତି ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ସଂଜୟ ମହାନ୍ତି। ନିୟମିତ ସରକାରୀ ଚାକିରି କରିବାର ମାତ୍ର ୩ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ଜମା କରିଥିବା ଅଭିଯୋଗ ଜୟପୁର ଭିଜିଲାନସ୍ ଏସପିଙ୍କ ନିକଟରେ ହୋଇଥିଲା। ଜୟପୁର ଭିଜିଲାନସ୍ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ କୋର୍ଟ ଠାରୁ ସର୍ଚ୍ଚ ୱାରେଣ୍ଟ ନେଇ ୭ଟି ସ୍ଥାନରେ ଚଢ଼ାଉ କରିଥିଲେ। ଏଥିରେ  ୨କୋଟି ୪୫ଲକ୍ଷ ୯୩ହଜାର ୫୭୬ଟଙ୍କାର ସଂପତ୍ତି ଜବତ କରିଛି ଭିଜିଲାନସ୍। ପୁଣି ଅଭିଯୁକ୍ତ ଯନ୍ତ୍ରୀଙ୍କ ବିଭିନ୍ନ ବ୍ୟାଙ୍କ, ଡାକଘରର ପାସବୁକ ଆଦି ଜମାର ଯାଂଚ ଜାରି ରହିଥିବା କହିଛନ୍ତି ଜୟପୁର ଭିଜିଲାନସ୍ ଏସପି ଶ୍ରୀ ଦ୍ବିବେଦୀ।

ମିଳିଥିବା ସୂଚନା ଅନୁଯାୟୀ, ମାଲାକାନଗିରି ଜଳସେଚନ ବିଭାଗ (କମାଣ୍ଡ ଏରିଆ ଡେଭଲପମେଣ୍ଟ)କାଡା ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତିଙ୍କ ନାଁରେ ଜୟପୁର ଭିଜିଲାସନ୍ ନିକଟରେ ଆୟବର୍ହିଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତିକରି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ କୋର୍ଟ ଠାରୁ ସର୍ଚ୍ଚ ୱାରେଣ୍ଟ ନେଇ ୭ଟି ସ୍ଥାନରେ ଚଢ଼ାଉ କରିଥିଲେ। ଜଳେଶ୍ବରର ଦେଉଳିପଂଚଘୁଣ୍ଟାସ୍ଥ ତିନି ମହଲା ଘର, ଭୁବନେଶ୍ବର ରଘୁନାଥପୁର ପ୍ଲଟ, ମାଲାକାନଗିରିସ୍ଥିତ କାଡା କାର୍ଯ୍ୟାଳୟ ଓ ଭଡ଼ାରେ ରହୁଥିବା ବାସଭବନ, ଭଡା ମାଲିକଙ୍କ ଘର, ଭୁବନେଶ୍ବର ପୋଖରୀପୁଟ ସଂପର୍କୀୟଙ୍କ ଘର, ଜଳେଶ୍ବର ପାଇକସିଦାସ୍ଥିତ ବାସଭବନ ଉପରେ ଜଣେ ଅତିରିକ୍ତ ଏସପି, ୩ଜଣ ଡିଏସପି, ୮ଜଣ ଇନିସପେକ୍ଟର, ୮ଜଣ ଏଏସଆଇ, ଆଦି ଚଢ଼ାଉରେ ଭାଗ ନେଇଥିଲେ।

ବାଲେଶ୍ବର ଜିଲ୍ଲାର ଜଳ‌େ‌ଶ୍ବରରେ ଧୁଳିପଂଚଘୁଣ୍ଟାରେ ୧୦ହଜାର ବର୍ଗଫୁଟର ତିନି ମହଲା ଘର, ଭୁବେଶ୍ବର ରଘୁନାଥପୁରରେ ୧୨୦୦ବର୍ଗଫୁଟର ୨ବିଏଚକେର ଗୋଟିଏ ପ୍ଲାଟ, ଜଳେଶ୍ବର ସହର ନିକଟରେ ୧୧ଟି ପ୍ଲଟ, ଏକ ଲକ୍ଷ ୪୩ହଜାର ଟଙ୍କା, ହୋଣ୍ଡା ସିଟି କାର ଓ ୨ଟି ବାଇକ ଜବତ ହୋଇଥିବା କହିଛନ୍ତି ଏସପି ଶ୍ରୀଦ୍ବିବେଦୀ। ଚଳନ୍ତି ସଂପତ୍ତି ୩୬ଲକ୍ଷରୁ ଊର୍ଦ୍ଧ୍ବ ରହିଥିବା ବେଳେ ଅଚଳନ୍ତି (ଇମୁଭେଲ ) ୨କୋଟି ୯ଲକ୍ଷ ୬୬ହଜାର ୩୬୬ଟଙ୍କା ଏଭଳି ୨କୋଟି ୪୫ଲକ୍ଷ ୯୩ହଜାର ୫୭୬ଟଙ୍କା ରହିଥିବା କହିଛନ୍ତି ଏସପି ଶ୍ରୀଦ୍ବିବେଦୀ। ସଂପ୍ରତି ବ୍ୟାଙ୍କ ଆକାଉଣ୍ଟ, ବୀମା, ଡାକ୍ ଆଦି ଜମା ଗୁଡିକର ଯାଂଚ ଜାରି ରହିଥିବା କହିଛନ୍ତି ଏସପି। ଆସନ୍ତାକାଲି ସ୍ପଷ୍ଟ ସୂଚନା ଦିଆଯିବ ବୋଲି କହିଛନ୍ତି ଏସପି। ୨୦୧୦ମସିହାରେ ସେ ଅସ୍ଥାୟୀ ଭାବେ ବିଭିନ୍ନ ବିଭାଗରେ କାର୍ଯ୍ୟ କରି ଆସୁଥିବା ବେଳେ ୨୦୧୨ମସିହାରୁ ଜଳସେଚନ ବିଭାଗରେ ଚୁକ୍ତିଭିତ୍ତିରେ କାମ କରୁଥିଲେ। ୨୦୨୦ମସିହାରୁ ନିୟମିତ ହୋଇଥିଲା। ତେବେ କିଛି ଜମି ତାଙ୍କ ସ୍ତ୍ରୀ, ଓପୁଅ ନାଁରେ ବି ରହିଥିବା ଭିଜିଲାନସକୁ ତଦନ୍ତ ବେଳେ ସୂଚନା ମିଳିଛି। ତେବେ ସେମାନେ କିଭଳି ଜମି ଆଦି କିଣିଲେ ତାହାର ସବୁ ଯାଂଚ ହେବ। ଆବଶ୍ୟକ ପ୍ରମାଣ ତାଙ୍କ ସ୍ତ୍ରୀ ଦାଖଲ କରି ନ ପାରିଲେ ତାଙ୍କ ସ୍ତ୍ରୀ ନାଁରେ ବି ମାମଲା ରୁଜୁ କରାଯିବ ବୋଲି କହିଛନ୍ତି ଏସପି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button