ମନୋରଞ୍ଜନ

ପୁଣି ଚର୍ଚ୍ଚାରେ ରାଗିଣୀ – bajravana

[ad_1]

ଓଲିଉଡରେ ହାତଗଣତି ସିନେମାରେ ଅଭିନୟ କରିଛନ୍ତି ଏ ନାୟିକା, ହେଲେ ନିଜର ଚରିତ୍ରକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି। ଏବେ ପୁଣି ବଡ଼ ପରଦାକୁ ଏକ ଭିନ୍ନ ଭୂମିକାରେ ଫେରୁଛନ୍ତି ସେ। ଏହି ନାୟିକା ହେଲେ ରାଗିଣୀ ସୂତ୍ରଧର। ରାଗିଣୀଙ୍କୁ ଦର୍ଶକ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଫିଲ୍ମ‘ମୁଁ ଏକା ତୁମର’ରେ ବେଶ୍ ପସନ୍ଦ କରିଥିଲେ। ଏହି ସିନେମାରେ ସବ୍ୟସାଚୀଙ୍କ ବିପକ୍ଷରେ ନଜର ଆସିଥିଲେ ରାଗିଣୀ। ତେବେ ‘ମୁଁ ଏକା ତୁମର’ରେ ଦ୍ବିତୀୟ ପ୍ରମୁଖ ଭୂମିକାରେ ଥିଲେ ରାଗିଣୀ। ଏହାର ମୁଖ୍ୟ ନାୟିକା ଭୂମିକାରେ ଓଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ଅଭିନୟ କରିଥିଲେ।

ଏହାଛଡ଼ା ସେ ‘ହରି ଓମ୍ ହରି’, ‘ଗଡ଼ବଡ଼’, ‘ତୁ ଥିଲେ ସାଥୀରେ’, ‘ଦେଖା ହେଲା ପ୍ରେମ ହେଲା’ ଓ ‘ଲାଗେ ପ୍ରେମ ନଜର’ ଭଳି ସିନେମାରେ ଅଭିନୟ କରିଥିଲେ। ରାଗିଣୀ ପୁଣି ଯେଉଁ ଓଡ଼ିଆ ସିନେମାରେ ନଜର ଆସିବେ, ତାହା ହେଲା ‘ଶାନ୍ତି ଆପାର୍ଟମେଣ୍ଟ୍‌’। ରହସ୍ୟ, ରୋମାଞ୍ଚଭରା ଏହି ସିନେମାରେ ସେ ନାୟିକା ଭୂମିକାରେ ଅଛନ୍ତି। ତାଙ୍କ ସହ ଶୁଭାଶିଷ (ମଣ୍ଟୁ), ଦ୍ବୀପାନ୍ବିତ, ଆଲିଆ, ବରଦା, ସନ୍ତୁ, ପ୍ରସନ୍ନଜିତ, ଶକ୍ତି, ରାକ୍ଷୀ ଓ ଅନୁଷ୍କା ପ୍ରମୁଖଙ୍କୁ ବି ଦେଖିବାକୁ ମିଳିବ। ଅଶ୍ବିନ ତ୍ରିପାଠୀ ଏହାର ନିର୍ଦ୍ଦେଶକ। ସେ ଏହାର କାହାଣୀ ଓ ଚିତ୍ରନାଟ୍ୟ ବି ରଚନା କରିଛନ୍ତି। ବିକ୍ରମ ଶଙ୍କର ଏହାର ପ୍ରଯୋଜକ। ଡ. ଦୀପକ ଜେନା ସଂଳାପ ରଚନା କରିଥିବା ବେଳେ ସନ୍ଦୀପ ପଣ୍ଡା ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ‘ଶାନ୍ତି ଆପାର୍ଟମେଣ୍ଟ୍‌’ ଫେବ୍ରୁଆରି ୨ ତାରିଖରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button