ରେଡିଓ ଚକ୍ଲେଟ୍ରେ ‘ଜୟ ହୋ’ – bajravana
[ad_1]
ଭୁବନେଶ୍ବର: ଜାନୁଆରି ୨୬ ତାରିଖ ସାଧାରଣତନ୍ତ୍ର ଦିବସକୁ ରେଡିଓ ଚକ୍ଲେଟ୍ ତାର କାର୍ଯ୍ୟକ୍ରମ ‘ଜୟ ହୋ’ ମାଧ୍ୟମରେ ଛୋଟ ପିଲାଙ୍କ ଭିତରେ ଦେଶାତ୍ମଭାବ ଜାଗ୍ରତ କରିବା ପାଇଁ ଧୁମ୍ ମିଠା ଢଙ୍ଗରେ ପାଳନ କରିଛି । ୪ ବର୍ଷରୁ ୧୦ ବର୍ଷ ବୟସର ପିଲାଙ୍କ ମଧ୍ୟରେ ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତା ଭୁବନେଶ୍ୱରର ସିମ୍ଫୋନି ମଲ୍ରେ ଅନୁଷ୍ଠିତ ହୋଇଥିଲା। କନକ ନିୟୁଜ୍ର ଚିଫ୍ ନିୟୁଜ୍ ପ୍ରଡ୍ୟୁସର୍ ସଂଗ୍ରାମ ଷଡ଼ଙ୍ଗୀ ଓ ରେଡିଓ ଚକ୍ଲେଟ୍ର ଆର୍.ଜେ. କୋମଲ୍ ପ୍ରତିଯୋଗିତାର ବିଚାରକ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର ଡିଏଭି ୟୁନିଟ-୮ର ପ୍ରସିଦ୍ଧି ବିଶ୍ବାଳ ପ୍ରଥମ, ପ୍ରଭୁଜୀ ଇଂଲିସ୍ ମିଡିୟିମ ସ୍କୁଲ୍ର ପ୍ରେୟାଂଶି ପ୍ରିୟମ୍ବଦା ଘଡ଼େଇ ଦ୍ବିତୀୟ ଓ ମଦର ପବ୍ଲିକ୍ ସ୍କୁଲ୍ର ସାର୍ଥକ ରଂଜନ ବରାଳ ତୃତୀୟସ୍ଥାନ ଅଧିକାର କରିଥିଲେ। ସଂଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଡୁଗୁ, ଅନିଲ୍ କୁମାର ଓ ସ୍ମରଣିକା ଦେଶାତ୍ମବୋଧକ ଗୀତ ପରିବେଷଣ କରିଥିଲେ। ଶ୍ରେଷ୍ଠ ତିନିଜଣ ପ୍ରତିଯୋଗୀଙ୍କ ସମେତ ଆହୁରି ଦଶଜଣ ପିଲାଙ୍କୁ ପୁରସ୍କୃତ କରାଯାଇଥିଲା। ବନଦୁର୍ଗା ରିୟଲକନ୍ ପାଇଭେଟ୍ ଲିମିଟେଡ, ଶୁଭମ୍ ସରଭିସେସ୍ ଇଣ୍ଟର୍ ନ୍ୟାସନାଲ, ଛପନଭୋଗ, ନାରାୟଣ ଜ୍ୱେଲର୍ସ, ଜଲେଶ୍ୱର ମୋଟର ଓ ପ୍ରତ୍ୟାକ୍ଷା ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ ଏହି କାର୍ଯ୍ୟକ୍ରମର ପ୍ରଯୋଜକ ଥିଲେ ଏବଂ ଆର୍.ଜେ. ପୂଜା ଓ ଆର୍.ଜେ ସୋନାଲି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
[ad_2]