ମୁକୁଟ ବଜାୟ ରଖିଲେ ସାବାଲେଙ୍କା – bajravana
[ad_1]
ମେଲବର୍ଣ୍ଣ: ବେଲାରୁଷର ଏରିନା ସାବାଲେଙ୍କା ଲଗାତାର ଭାବେ ଅଷ୍ଟ୍ରେଲିଆନ୍ ଓପନ୍ ଟ୍ରଫି ଜିତିଛନ୍ତି। ଶନିବାର ମହିଳା ଯୁଗଳ ଫାଇନାଲ୍ରେ ସାବାଲେଙ୍କା ୬-୩, ୬-୨ରେ ଚୀନ୍ର ଝେଙ୍ଗ୍ କ୍ବିନ୍ୱେନ୍ଙ୍କୁ ସିଧାସଳଖ ସେଟ୍ରେ ପରାସ୍ତ କରିଥିଲେ। ଏହା ସାବାଲେଙ୍କାଙ୍କ ଚତୁର୍ଥ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି। ଅଷ୍ଟ୍ରେଲିଆନ୍ ଓପନ୍ ଟ୍ରଫିକୁ ଲଗାତାର ନିଜ ପାଖରେ ରଖିବାରେ ସେ ଭିକ୍ଟୋରିଆ ଆଜାରେଙ୍କା (୨୦୧୨, ୨୦୧୩)ଙ୍କ ସମକକ୍ଷ ହୋଇଛନ୍ତି। ଗତବର୍ଷ ଅଷ୍ଟ୍ରେଲିଆନ୍ ଓପନ୍ ବିଜେତା ହେବା ସହ ୟୁଏସ୍ ଓପନ୍ରେ ମହିଳା ଏକକ ଉପବିଜେତା ହୋଇଥିଲେ। ଫ୍ରେଞ୍ଚ ଓପନ୍ (୨୦୨୩) ଓ ୱିମ୍ବଲଡନ୍ (୨୦୨୧, ୨୦୨୩)ରେ ସେ ସେମିଫାଇନାଲ୍ରେ ପହଞ୍ଚି ଟ୍ରଫିଠୁ ଦୁଇ ପାଦ ଦୂରରେ ରହିଯାଇଥିଲେ। ଏହାଛଡ଼ା ମହିଳା ଯୁଗଳରେ ୟୁଏସ୍ ଓପନ୍ (୨୦୧୯) ଓ ଅଷ୍ଟ୍ରେଲିଆନ୍ ଓପନ୍ (୨୦୨୧)ରେ ସେ ବିଜେତା ହୋଇଥିଲେ। ଅନ୍ୟପକ୍ଷରେ ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ରେ ସାବାଲେଙ୍କା ଗୋଟିଏ ବି ସେଟ୍ରେ ପରାସ୍ତ ହୋଇନାହାନ୍ତି। ଏଭଳି କୀର୍ତ୍ତି କରିବାରେ ସେ ଆସ୍ ବାର୍ଟି, ସେରେନା ୱିଲିୟମ୍ସ, ମାରିଆ ସାରାପୋଭା ଓ ଲିଣ୍ଡସେ ଡାଭେନ୍ପୋର୍ଟଙ୍କ ଏଲିଟ୍ କ୍ଲବ୍ରେ ସାମିଲ ହୋଇଛନ୍ତି। ଫାଇନାଲ୍ ମ୍ୟାଚ୍ ଜିତିବା ପରେ ସାବାଲେଙ୍କା ତାଙ୍କ ଦେଶର ପତାକାକୁ ଧରିବା ସମ୍ଭବ ହୋଇ ନଥିଲା। କାରଣ ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ପରଠୁ ବେଲାରୁଷର ଅଂଶଗ୍ରହଣକୁ ବାସନ୍ଦ କରାଯାଇଛି। ତଥାପି ଗ୍ୟାଲେରିରେ ତାଙ୍କର ଅନେକ ପ୍ରଶଂସକ ଥିବାରୁ ସେଠାରୁ ସମର୍ଥନ ସାଉଁଟିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମେଦଭେଦେଭ-ସିନ୍ନର ପୁରୁଷ ଏକକ ଫାଇନାଲ୍
ରବିବାର ହେବାକୁ ଥିବା ପୁରୁଷ ଏକକ ଫାଇନାଲ୍ରେ ଡାନିଲ୍ ମେଦଭେଦେଭ ଓ ଜାନିକ ସିନ୍ନର ପ୍ରତିଦ୍ବନ୍ଦ୍ବିତା କରିବେ। ଶୁକ୍ରବାର ଶେଷ ହୋଇଥିବା ସେମିଫାଇନାଲ୍ରେ ସିନ୍ନର ଶୀର୍ଷ ମାନ୍ୟତା ପ୍ରାପ୍ତ ନୋଭାକ ଜୋକୋଭିକ୍ଙ୍କୁ ୬-୧, ୬-୨, ୭-୬, ୬-୩ରେ ପରାସ୍ତ କରିଥିଲେ। ଏହାଫଳରେ ଜୋକୋଭିକ୍ଙ୍କ ୨୫ତମ ଗ୍ରାଣ୍ଡସ୍ଲାମ୍ ସ୍ବପ୍ନ ଅଧୁରା ହୋଇଛି। ସେହିପରି ଅନ୍ୟତମ ସେମିଫାଇନାଲ୍ରେ ମେଦଭେଦେଭ ୫-୭, ୩-୬, ୭-୬, ୭-୬, ୬-୩ରେ ଆଲେକ୍ଜାଣ୍ଡର ଭେରଭଙ୍କୁ ହରାଇଥିଲେ।
[ad_2]