ଓଡିଶା

ମାଟ୍ରିକ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ସୁରକ୍ଷା ଚିନ୍ତା: ଭାଇରାଲ ହେଲେ ପ୍ରଧାନଶିକ୍ଷକ ଦା‌ୟୀ – bajravana

[ad_1]

ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍‌ ମନା

ଭୁବନେଶ୍ବର: ଦିନ କେଇଟା ପରେ ମାଟ୍ରିକ୍‌ ପରୀକ୍ଷା। ତା’ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଯଦି କୌଣସି ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନଜରକୁ ଆସେ ତାହାହେଲେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ଏଥିପାଇଁ ଦାୟୀ ରହିବେ ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ତେଣୁ ପରୀକ୍ଷା ଚାଲିଥିବା ସମୟରେ ପରୀକ୍ଷା କେନ୍ଦ୍ର ପରିଚାଳକଙ୍କ ବ୍ୟତୀତ ଅନ୍ୟ କେହି କେନ୍ଦ୍ର ଭିତରକୁ ମୋବାଇଲ୍ ନେଇପାରିବେ ନାହିଁ। ମୋବାଇଲ୍‌ ପ୍ରବେଶ ଉପରେ କଟକଣା ଲଗାଯାଇଛି। ସେହିପରି ପ୍ରଶ୍ନପତ୍ର ଥିବା ଆଲମାରିର ଚାବିକାଠି କେବଳ କେନ୍ଦ୍ର ପରିଚାଳକଙ୍କ ନିକଟରେ ହିଁ ରହିବ। କୌଣସି ପ୍ୟାକେଟ୍‌ କିମ୍ବା କାଗଜପତ୍ର ଯାଞ୍ଚ କରିବାକୁ ଦେବା ପୂର୍ବରୁ ସମ୍ପୃକ୍ତ ଅଧିକାରୀଙ୍କ ପରିଚୟ ସମ୍ପର୍କରେ ପରିଚାଳକ ଭଲ ଭାବେ ଜାଣିଥିବା ଆବଶ୍ୟକ। ଅଚିହ୍ନା ବ୍ୟକ୍ତିକୁ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ର‌ବେଶ ଲାଗି ଅନୁମତି ନ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ପରୀକ୍ଷାରେ କପି ରୋକିବା ଓ ଶତ ପ୍ରତିଶତ ଉପସ୍ଥାନ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ପରୀକ୍ଷା କେନ୍ଦ୍ରରେ ୧୨ରୁ ୨୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ନିରୀକ୍ଷକ, ୪୮ରୁ ୯୬ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ରିଲିଭିଂ ନିରୀକ୍ଷକ ଓ ୨୪ରୁ ୨୮ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ଭ୍ରାମ୍ୟମାଣ ନିରୀକ୍ଷକ ରହିବେ। ନିରୀକ୍ଷକ ପ୍ରଶ୍ନପତ୍ର ବାଣ୍ଟିବେ, ରିଲିଭିଂ ପରୀକ୍ଷକ ମୂଳ ନିରୀକ୍ଷକଙ୍କ ଅନୁପସ୍ଥିତିରେ ଦାୟିତ୍ବ ତୁଲାଇବେ, ଭ୍ରାମ୍ୟମାଣ ନିରୀକ୍ଷକ ପରୀକ୍ଷା କେନ୍ଦ୍ର ବାହାର ସ୍ଥିତି ଉପରେ ନଜର ରଖିବେ। ପ୍ରଥମ ଦିନ ପରୀକ୍ଷାର ଦିନକ ପୂର୍ବରୁ ପରୀକ୍ଷା ସୁପରିଚାଳନା ନେଇ କେନ୍ଦ୍ର ପରିଚାଳକ ଏକ ସଂକ୍ଷିପ୍ତ ବୈଠକ କରି ନିର୍ଦ୍ଧାରିତ ଶିକ୍ଷକ, କର୍ମଚାରୀଙ୍କୁ ଦାୟିତ୍ବ ବଣ୍ଟନ କରିବେ। ସକାଳ ୭ଟା ୩୦ରେ ପରୀକ୍ଷା କେନ୍ଦ୍ର ଖୋଲିବ। ୮ଟା ୩୦ରେ ଓଏମ୍‌ଆର ସିଟ୍ ଓ ୮ଟା ୪୫ରେ ପ୍ରଶ୍ନ-ଉତ୍ତର ପୁସ୍ତିକା ବଣ୍ଟନ କରାଯିବ। ସକାଳ ୮ଟା ୪୫ରୁ ୯ଟା ମଧ୍ୟରେ ପରୀକ୍ଷାର୍ଥୀ ଓଏମ୍‌ଆର ସିଟ୍‌ର ପ୍ରଥମ ପୃଷ୍ଠାରେ ପରୀକ୍ଷା କେନ୍ଦ୍ର କୋଡ୍‌, ବିଦ୍ୟାଳୟ କୋଡ୍‌ ଓ ରୋଲ୍‌ ନମ୍ବର ସ୍ପଷ୍ଟ ଭାବେ ଲେଖିବେ।

ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍‌ ମନା
ହଲ୍‌ରେ କପି ଜଗିବେ, ୩ ସ୍ତରୀୟ ନିରୀକ୍ଷକ
ଶତ ପ୍ରତିଶତ ଉପସ୍ଥାନ ଉପରେ ଗୁରୁତ୍ବାରୋପ

ଅର୍ଦ୍ଧବାର୍ଷିକ ପରୀକ୍ଷାରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି ହ୍ରାସ କରିବା ଉପରେ ଗୁରୁତ୍ବ ଦିଆଯାଇଛି। କେତେଜଣ ଅନୁପସ୍ଥିତ ଅଛନ୍ତି? ଅନୁପସ୍ଥିତ ରହିବାର କାରଣ ବିଷୟରେ ପ୍ରଧାନଶିକ୍ଷକମାନେ ଦର୍ଶାଇବେ? ମାଟ୍ରିକ୍‌ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ଶତ ପ୍ରତିଶତ ଉପସ୍ଥିତି ନିଶ୍ଚିତ କରିବାକୁ କୁହାଯାଇଛି। ସେଥିପାଇଁ ପୂର୍ବରୁ ସଚେତନ ହୋଇ କାର୍ଯ୍ୟ କରିବେ। ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ପ୍ରଥମେ ବୁଝାଇବେ। ଦାୟିତ୍ବରେ ଥିବା ଶିକ୍ଷକ-ଶିକ୍ଷୟିତ୍ରୀ ନିୟମିତ ଭାବେ ଅନୁପସ୍ଥିତ ରହୁଥିବା ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ବୁଝାଇବେ ଏବଂ ସୁନିଶ୍ଚତ କରିବେ। ପୂର୍ବବର୍ଷ କେତେଜଣ ଏ-୧ ଗ୍ରେଡ୍‌ ପାଇଥିଲେ ଓ ଚଳିତବର୍ଷ କେତେଜଣ ଏ-୧ ଗ୍ରେଡ୍‌ ପାଇବାକୁ ଲକ୍ଷ୍ୟ ରଖିଛନ୍ତି ତାହାର ତୁଳନାତ୍ମକ ଚିତ୍ର ପ୍ରଦାନ କରାଯିବ। କିଭଳି ଏ-୧ ଗ୍ରେଡ୍‌ ବଢ଼ିବ ସେଦିଗରେ ପ୍ରଧାନଶିକ୍ଷକମାନେ ପଦକ୍ଷେପ ନେବେ। ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ୫ମ ବ୍ଲକସ୍ତରୀୟ ମାସିକ ଆଲୋଚନାରେ ପରୀକ୍ଷା କେନ୍ଦ୍ର, ଅନୁପସ୍ଥିତ ପରୀକ୍ଷାର୍ଥୀ, ମାଲ୍‌ ପ୍ରାକ୍ଟିସ୍‌, ବିଷୟ ପରିବର୍ତ୍ତନ କିମ୍ବା ସ୍କ୍ରିପ୍ଟ ପେପରଗୁଡ଼ିକ ସମ୍ପର୍କରେ ଆଲୋଚନା କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button