ଓଡିଶା

ପାଣିଟାଙ୍କିରେ ପଡ଼ି ୩ବର୍ଷର ଶିଶୁର ମୃତ୍ୟୁ   – bajravana

[ad_1]

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସଦରଥାନା ଅର୍ନ୍ତଗତ କୁନ୍ତରଖାଲ ଗାଁର ଟୁକୁନା ହରିଜନଙ୍କ ତିନି ବର୍ଷର ଝିଅ ପରି ହରିଜନ ପାଣି ଟାଙ୍କିରେ ପଡ଼ି ୩ବର୍ଷର ଶିଶୁର ମୃତ୍ୟୁ ହୋଇଛି। ଆଜି ସକାଳୁ ଗୁରୁତର ଅବସ୍ଥାରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଝିଅକୁ ନେଇ ପରିବାରବର୍ଗ ଆସିଥିଲେ। ତେବେ ପହଚିଂବା ବେଳକୁ ଝିଅର ପ୍ରାଣବାୟୁ ଉଡିଯାଇଥିବା ଚିକିତ୍ସାକରୁଥିବା ଡାକ୍ତର କହିଥିଲେ।

ସୂଚନା ଅନୁଯାୟୀ, ଜୟପୁର ସଦରଥାନା ଅର୍ନ୍ତଗତ କୁନ୍ତରଖାଲ ଗାଁର ଟୁକୁନା ହରିଜନଙ୍କ ୩ବର୍ଷର ଝିଅ ସକାଳୁ ଘରେ ପାଣି ରଖାଯାଇଥିବା ପ୍ଲାଷ୍ଟିକ ଟାଙ୍କି ନିକଟରେ ଖେଳୁଥିଲା। ଅଚାନକ ସେ ପାଣି ଟାଙ୍କିରେ ପଡ଼ି ଯିବା ଫଳରେ ବୁଢ଼ି ଯାଇ ପାଣି ପିଇ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗୋଟିଏ ଅଟୋ ଯୋଗେ ପରିବାରବର୍ଗ ଆଣିଥିଲେ। ଡାକ୍ତରଖାନାରେ ପହଚିଂବା ବେଳକୁ ଶିଶୁର ମୃତ୍ୟୁ ହୋଇଯାଇଥିଲା। ଏ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ସଦରଥାନାକୁ ସୂଚନା ଦେଇଥିଲେ। ତେବେ ପରିବାରବର୍ଗ ଏ ନେଇ କିଛି ଅଭିଯୋଗ ନ ଦେବାରୁ ବ୍ୟାବଛେଦ ନ କରି ପରିବାରବର୍ଗକୁ ମରଶରୀରକୁ ହସ୍ତାନ୍ତର କରିଥିବା କହିଛନ୍ତି ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button