ଓଡିଶା

ସହରାଞ୍ଚଳ ଗରିବଙ୍କୁ ଭୂମି ଅଧିକାର: ଜାଗା ମିସନ୍‌ରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ – bajravana

[ad_1]

୫ ମହାନଗରର ୬୫ ହଜାର ଗରିବ ପରିବାର ଉପକୃତ

ଭୁବନେଶ୍ୱର: ଜାଗା ମିସନ୍‌ ଅଧୀନରେ ସହରାଞ୍ଚଳ ଗରିବଙ୍କୁ ଆଜି ଭୂମି ଅଧିକାର ପ୍ରମାଣପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ। କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ପ୍ରମାଣପତ୍ର(ଏଲ୍‌ଆରସି)ବାଣ୍ଟିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଜାଗା ମିସନ ଗରିବଙ୍କୁ ଏକ ନୂଆ ପରିଚୟ ଦେଇଛି। ଏଭଳି ପ୍ରମାଣପତ୍ର ବା ଅଧିକାର ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ। ଏବେ ଭୂମି ଅଧିକାର ଦିଆଯାଇଛି। ଆଗକୁ ସେହି ଜମିରେ ଘର ତିଆରି କରିବାକୁ ସହାୟତା ପ୍ରଦାନ କରାଯିବ। ଏହା ସହ ସମସ୍ତ ମୌଳିକ ଆବଶ୍ୟକତା ଯୋଗାଇ ଦିଆଯିବ। ରାଜ୍ୟରେ ଆଉ ବସ୍ତି ରହିବନି। ସବୁ ବସ୍ତି ବିଜୁ ଆଦର୍ଶ କଲୋନି ହେବ।

ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ପରେ ୫ଟି ମହାନଗର ନିଗମରେ ଏଭଳି ଏଲ୍‌ଆରସି ବଣ୍ଟନ କରାଯାଇଛି। ୬୫ ହଜାର ପରିବାରକୁ ଜମି ଅଧିକାର ପ୍ରଦାନ କରାଯାଇଛି। ଗରିବ ଲୋକ ସେମାନଙ୍କର ଅଧିକାର ପାଇବା ପର୍ଯ୍ୟନ୍ତ ସରକାର ପ୍ରୟାସ ଜାରି ରଖିବେ ବୋଲି ସେ କହିଛନ୍ତି। ଆଜି ଭୁବନେଶ୍ୱର ସମେତ କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉଲକେଲାରେ ଏଲ୍‌ଆରସି ବଣ୍ଟନ କରାଯାଇଛି। ଆସନ୍ତା ଅକ୍ଟୋବର ମାସରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ପ୍ରମାଣ ପତ୍ର ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସହର କେବଳ ଧନୀଙ୍କର ନୁହେଁ। ଗରିବ ଲୋକର ମଧ୍ୟ ସ୍ବାଭିମାନ ସହ ବଞ୍ଚିବାର ଅଧିକାର ରହିଛି। ସହର ନିର୍ମାଣରେ ଗରିବ ଲୋକର ପରିଶ୍ରମ ଯୋଡ଼ି ହୋଇ ରହିଛି। ଏଣୁ ସେମାନଙ୍କ ଅବଦାନକୁ ସମସ୍ତେ ସମ୍ମାନ ଜଣାଇବା ଆବଶ୍ୟକତା ରହିଛି। ଜାଗା ମିସନ ଗରିବ ଲୋକକୁ ସମ୍ମାନ ଓ ନୂଆ ପରିଚୟ ଦେଇଛି। ଏହି ମିସନ କେବଳ ଓଡିଶା ନୁହେଁ, ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିପାରିଛି। ବିକାଶର ସୁଫଳରେ ଗରିବ ଲୋକର ପ୍ରଥମ ଅଧିକାର ରହିଛି। ସହରର ରୂପାନ୍ତରରେ ଜାଗା ମିସନ ନୂଆ ଯୁଗ ଆରମ୍ଭ କରିଛି। ଏକ ନୂଆ ଓଡ଼ିଶା, ସଶକ୍ତ ଓଡିଶା, ରୂପାନ୍ତରିତ ଓଡ଼ିଶା ଗଢ଼ିବା ଲକ୍ଷ୍ୟ ପୂରଣ ଦିଗରେ ଆଜିର କାର୍ଯ୍ୟକ୍ରମ ଏକ ମାଇଲଷ୍ଟୋନ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ୨୦୧୮ ମସିହାରୁ ଆରମ୍ଭ ହୋଇଥିବା ଜାଗା ମିସନ କାର୍ଯ୍ୟକ୍ରମରେ ସହରାଞ୍ଚଳ ବସ୍ତି ଗୁଡିକରେ ରହୁଥିବା ଗରିବ ପରିବାରଙ୍କୁ ଭୂମି ଅଧିକାର ପ୍ରଦାନ କରାଯାଉଛି। ପୂର୍ବରୁ ୧ ଲକ୍ଷ ୭୦ହଜାରରୁ ଅଧିକ ପରିବାରକୁ ଏହି ଅଧିକାର ମିଳିଥିବା ବେଳେ ଆଜିର କାର୍ଯ୍ୟକ୍ରମକୁ ହିସାବକୁ ନେଲେ ରାଜ୍ୟରେ ୨ ଲକ୍ଷ ୪୦ ହଜାର ପରିବାର ଏହି ଅଧିକାର ହାସଲ କରିଛନ୍ତି। ୪୦ ହଜାର ପରିବାରକୁ ଘର ତିଆରି ସହାୟତା ମଧ୍ୟ ପ୍ରଦାନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୬୮ଟି ପୌରାଞ୍ଚଳର ୧୦୧୦ ବସ୍ତିକୁ ମୌଳିକ ସୁବିଧା ଯୋଗାଇ ଦିଆଯାଇ ବିଜୁ ଆଦର୍ଶ କଲୋନିରେ ପରିଣତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ଫାଉଣ୍ଡେସନ୍‌ର ସହଯୋଗ ଗୁରୁତ୍ୱପୂର୍ଣ୍ଣ ଥିବାରୁ ମୁଖ୍ୟମନ୍ତ୍ରୀ ଟାଟା ଷ୍ଟିଲକୁ ସମ୍ବର୍ଦ୍ଧିତ କରିଥିଲେ। ବିଜୁ ଆଦର୍ଶ କଲୋନିରେ ରୂପାନ୍ତରିତ ହୋଇଥିବା ୧୦୧୦ଟି କଲୋନିକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। ବିଜୁ ଆଦର୍ଶ କଲୋନି ନିର୍ମାଣରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କଟକ ମହାନଗର ନିଗମ, ଖୋର୍ଧା, କୋରାପୁଟ ଓ ଯାଜପୁର ପୌରାସଂସ୍ଥାକୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ।

ସେହିପରି ଯେଉଁଠାରେ ଆଇନଗତ କାରଣରୁ ବସ୍ତି ଲୋକ ରହୁଥିବା ସ୍ଥାନରେ ଜାଗା ଦିଆଯିବା ସମ୍ଭବ ହେଉନାହିଁ ସେଠାରେ ନିକଟସ୍ଥ ସ୍ଥାନରେ ଜାଗା ଦିଆଯାଇ ନୂଆ କଲୋନି ସ୍ଥାପନ କରାଯାଉଛି। ଏଭଳି କଲୋନି ସ୍ଥାପନରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଚିକିଟି, ବୌଦ୍ଧ, ଢେଙ୍କାନାଳ ଓ କେସିଙ୍ଗା ପୌରସଂସ୍ଥାକୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ଜଙ୍ଗଲ ଜମିରେ ଘର କରିଥିବା ଲୋକଙ୍କୁ ଜଙ୍ଗଲ ଅଧିକାର ଆଇନ ପ୍ରୟୋଗ କରି ଏଲ୍‌ଆର୍‌ସି ଦେବାରେ ଦେଶରେ ପ୍ରଥମ ହୋଇଥିବା ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ରାଜ୍ୟର ଜାଗା ମିସନ କାର୍ଯ୍ୟକ୍ରମ ୟୁଏନ୍‌ ୱାର୍ଲଡ୍‌ ହାବିଟାଟ୍‌ ଆୱାର୍ଡ ୨୦୨୩ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଜାଗା ମିସନ ଟିମକୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଭାଗୀୟ ପ୍ରମୁଖ ସଚିବ ଜି. ମାଥିଭାତନନ୍ ସ୍ବାଗତ ଭାଷଣ ଓ ଜାଗା ମିସନ ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button