ମନୋରଞ୍ଜନ

ଭୂମି ସୁରକ୍ଷାରେ ଭୂମି – bajravana

[ad_1]

ବହୁମୁଖୀ ଅଭିନୟ, ଚମତ୍କାର ପ୍ରଦର୍ଶନ, ସାମାଜିକ କାର୍ଯ୍ୟ ଓ ପରିବେଶ ପ୍ରତି ଅବିଚଳିତ ପ୍ରତିବଦ୍ଧତା ପାଇଁ ପରିଚିତ ବଲିଉଡ୍‌ ଅଭିନେତ୍ରୀ ଭୂମି ପେଡନେକରଙ୍କର ଆଉ ଏକ ପରିଚୟ ହେଉଛି ‘ଜଳବାୟୁ ଯୋଦ୍ଧା’। ଏଇ ମାଟିର ପରିବେଶ ସୁରକ୍ଷା ପାଇଁ ସକାରାତ୍ମକ ପରିବର୍ତ୍ତନ ଦିଗରେ ସେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ପରିବେଶ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ଜାତୀୟ ସ୍ତରରେ କାମ କରୁଥିବା ଅଣଲାଭକରୀ ମଞ୍ଚ ‘ଦି ଭୂମି ଫାଉଣ୍ଡେସନ୍‌’ର ୱେବସାଇଟ୍‌କୁ ସେ କିଛି ଦିନ ତଳେ ଆରମ୍ଭ କରିଛନ୍ତି। ‘ଦି ଭୂମି ଫାଉଣ୍ଡେସନ୍‌’ର ଶୁଭାରମ୍ଭ ହେଉଛି ଭୂମିଙ୍କର ଭୂମି (ପୃଥିବୀ) ପ୍ରତି ରହିଥିବା ଗଭୀର ତଥା ଅବିଚଳିତ ସମର୍ପଣର ପ୍ରମାଣ। ପରିବେଶ ସୁରକ୍ଷା ପାଇଁ ସାମାଜିକ ଗଣମାଧ୍ୟମରେ ୨୦୧୯ ମସିହାରୁ ସେ ‘କ୍ଲାଇମେଟ୍‌ ଵାରିଅର’ ନାମରେ ଏକ ମଞ୍ଚ ମଧ୍ୟ ଚଳାଉଛନ୍ତି। ତାଙ୍କର ଉଦ୍ଦେଶ୍ୟ ହେଉଛି, ଲୋକଙ୍କୁ ପରିବେଶ ସଂରକ୍ଷଣର ଆବଶ୍ୟକତା ବାବଦରେ ସଚେତନ କରାଇବା।

‘ଦି ଭୂମି ଫାଉଣ୍ଡେସନ୍‌’ର ଶୁଭାରମ୍ଭ ହେଉଛି ଭୂମିଙ୍କର ଭୂମି (ପୃଥିବୀ) ପ୍ରତି ରହିଥିବା ଗଭୀର ତଥା ଅବିଚଳିତ ସମର୍ପଣର ପ୍ରମାଣ। ପରିବେଶ ସୁରକ୍ଷା ପାଇଁ ସାମାଜିକ ଗଣମାଧ୍ୟମରେ ୨୦୧୯ ମସିହାରୁ ସେ ‘କ୍ଲାଇମେଟ୍‌ ଵାରିଅର’ ନାମରେ ଏକ ମଞ୍ଚ ମଧ୍ୟ ଚଳାଉଛନ୍ତି।

ଆମ ଦେଶରେ ପ୍ରକୃତ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଏବଂ ପ୍ରଦୂଷଣ ଓ ଅଙ୍ଗାରକାମ୍ଳର କୁପ୍ରଭାବକୁ ହ୍ରାସ କରିବା ପାଇଁ ବିଭିନ୍ନ ସଂଗଠନ ଓ ଜଳବାୟୁ ସଂରକ୍ଷଣକାରୀଙ୍କୁ ସଶକ୍ତ କରିବା ମଧ୍ୟ ଏହି ମଞ୍ଚର ଲକ୍ଷ୍ୟ ରହିଛି। ପରିବେଶ ସଂରକ୍ଷଣ ପାଇଁ ଭୂମିଙ୍କର ଉତ୍ସର୍ଗୀକୃତ ମନୋଭାବକୁ ବିଶ୍ବସ୍ତରରେ ସ୍ବୀକୃତି ମିଳିସାରିଛି। ସେ ୟୁଏନ୍‌ଡିପିର ଭାରତ ପାଇଁ ନିରନ୍ତର ବିକାଶ ଲକ୍ଷ୍ୟର ପ୍ରଥମ ଜାତୀୟ ପ୍ରବକ୍ତା ରହିବା ସହ ହିମାଳୟ ପର୍ବତମାଳା ଓ ତାହାର ଜୈବପ୍ରଣାଳୀକୁ ସ୍ବଚ୍ଛ ରଖିବା ଦିଗରେ କାମ କରୁଥିବା ସଂଗଠନ ‘ହିଲିଂ ହିମାଲୟଜ୍‌’ର ମଧ୍ୟ ଗୁଡ୍‌ଵିଲ୍‌ ଆମ୍ବାସଡର ଅଛନ୍ତି। ଭୂମି ୨୦୧୫ ମସିହାରେ ହିନ୍ଦୀ ସିନେମା ‘ଦମ୍‌ ଲଗା କେ ହୈସା’ରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଭୂମିଙ୍କ ଅଭିନୀତ ସଦ୍ୟତମ ହିନ୍ଦୀ ସିନେମା ‘ଭକ୍ଷକ’ ଆସନ୍ତା ୯ ତାରିଖରେ ନେଟ୍‌ଫ୍ଲିକ୍ସ ମଞ୍ଚରେ ମୁକ୍ତିଲାଭ କରିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button