ଖେଳ ଖବର

ସେମିରେ ଓଡ଼ିଶା ଏଫ୍‌ସି: ଏଫ୍‌ସି ଗୋଆକୁ ୩-୨ରେ ହରାଇଲା – bajravana

[ad_1]

ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା କଳିଙ୍ଗ ସୁପର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଘରୋଇ ଦଳ ଓଡ଼ିଶା ଏଫ୍‌ସି ପ୍ରବେଶ କରିଛି। ସୋମବାର ମ୍ୟାଚ୍‌ରେ ଏହି ବିଜେତା ଦଳ ୧-୦ ଗୋଲ୍‌ରେ ‌ଏଫ୍‌ସି ଗୋଆକୁ ପରାସ୍ତ କରିଛି। ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ୫୦ତମ ମିନିଟ୍‌ରେ ଡିଏଗୋ ମୌରିସିଓଙ୍କୁ ଗୋଆର ଗୋଲି ଫାଉଲ ମାରିବାରୁ ଓଡ଼ିଶାକୁ ପେନାଲ୍ଟି ସୁଟ୍‌ ମିଳିଥିଲା। ଯାହାକୁ ଅହମ୍ମଦ ଜୋହୁଆ (୫୧ ମିନିଟ୍‌) ଗୋଲ୍‌ରେ ପରିଣତ କରି ଘରୋଇ ଦଳକୁ ଅଗ୍ରଣୀ ଦେଇଥିଲେ। ୬୧ ଓ ୬୬ତମ ମିନିଟ୍‌ରେ ଓଡ଼ିଶାକୁ ମିଳିଥିଲା ଦୁଇଟି ପେନାଲ୍‌ଟି କର୍ଣ୍ଣର। ଜୋହୁଆ ଏହାକୁ ସୁନ୍ଦର ଢଙ୍ଗରେ ଗୋଆର ଗୋଲ୍‌ ପୋଷ୍ଟ୍‌ ନିକଟକୁ ପକାଇଥିଲା ବେଳେ ମୌତର୍ଦା ଫଲ୍‌ ଦୁଇଟି ଯାକକୁ ହେଡ୍‌ ଜରିଆରେ ‌ଗୋଲ୍‌ ଦେଇଥିଲେ। ମୌତାର୍ଦାଙ୍କ ଏହି ଯୁଗଳ ଗୋଲ୍‌ ବଳରେ ଓଡ଼ିଶା ୩-୦ରେ ଆଗୁଆ ହୋଇଯାଇଥିଲା। ଗୋଆର ‌କାର୍ଲୋସ ମାର୍ଟିନିଜ ‌ରଡ୍ରିଗୁଏଜ (୭୫ ଓ ୮୬ ମିନିଟ୍‌) ଦୁଇଟି ଗୋଲ୍‌ ଶୁଝି ପରାଜୟ ବ୍ୟବଧାନକୁ କମାଇଥିଲେ। ଓଡ଼ିଶା ୨୫ ତାରିଖ ସେମିଫାଇନାଲ୍‌ରେ ମୁମ୍ବାଇ ସିଟି ଏଫ୍‌ସିକୁ ଭେଟିବ। ୨୪ରେ ଇଷ୍ଟବେଙ୍ଗଲ ଏଫ୍‌ସି ଓ ଜାମସେଦପୁର ଏଫ୍‌ସି ମଧ୍ୟରେ ପ୍ରଥମ ସେମିଫାଇନାଲ୍‌ ଖେଳାଯିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button